ଆମ ଜିଲା ଖବର

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଲା ପାଣି: ବିଦ୍ୟୁତ ଉତ୍ପାଦନ ବନ୍ଦ

କୋରାପୁଟ,୯।୯(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ବିଶେଷ କରି ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁ ଜଳାପୁଟ ମୁଖ୍ୟ ଜଳଭଣ୍ଡାର ଫୁଲିବାରେ ଲାଗିଛି। ସୋମବାର ମାଧ୍ୟାନ୍ନରେ କୋରାପୁଟ ଜିଲାର ସୀମାନ୍ତ ଅନକା ଡ଼େଲି ପଞ୍ଚାୟତର ମାଛକୁଣ୍ଡ ବିଦ୍ୟୁତ…

ଘରେ ପଶିଲା ଡ୍ରେନ୍‌ ପାଣି, ସିମନବାଡ଼ିରେ ସ୍ବଚ୍ଛ ମିଶନ ବିଫଳ

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): ଲଘୁଚାପ ଜନିତ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ରବିବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ସୋମବାର ସକାଳୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇଛି। ଧିରେ ଧିରେ ନଦୀ ଓ ନାଳ ଫୁଲିବାରେ ଲାଗିଛି। ସେପଟେ…

ଜାତୀୟ ରାଜପଥରେ ଫସିଲା ପିକ୍‌ଅପ୍‌, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗି,୯ା୯(ଶରତ ଧଳ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାସ୍ତାଘାଟଠାରୁ ଆରମ୍ଭ କରି ଚାଷଜମିରେ ପାଣି ଜମି ରହିଛି। ଜାତୀୟ ରାଜପଥରେ ସ୍ଥାନେ ସ୍ଥାନେ ଖାଲଖମା ହୋଇଥିବାରୁ ଯାତ୍ରୀବାହୀ ବସ୍‌ଠାରୁ ଆରମ୍ଭ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ଟାଉନ…

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ,୯ା୯: କଟକ ସିଡିଏ ସେକ୍ଟର-୯ସ୍ଥିତ ବନ୍ଦ ଘରୁ ସୋମବାର ଜଣେ ଅଧ୍ୟାପିକାଙ୍କ ମୃତଦେହ ଜବତ କରାଯାଇଛି। ମୃତ ଅଧ୍ୟାପିକା ଜଣକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ଅନନ୍ୟା ଚକ୍ରବର୍ତ୍ତୀ। ସେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସିଡିଏ ସେକ୍ଟର-୯ରେ…

ପ୍ରବଳ ବର୍ଷା: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରି,୯ା୯(ଦୁର୍ଯ୍ୟୋଧନ ପାତ୍ର): ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ…

ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା

ରାଜନଗର,୯ା୯(ଭାସ୍କର ରାଉତରାୟ): ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜ ଅଧୀନ ଏକମାଣିଆ ବାଲିଡ଼ିଆ ଆଇଲ୍ୟାଣ୍ଡରେ ଦେଶୀୟ ପକ୍ଷୀ ବସା କରି…

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି ପାଇବାକୁ ବର୍ଷବର୍ଷ ଧରି ଚାହିଁ ରହିଥିଲେ ମଧ୍ୟ ପାଇ ପାରୁନାହାନ୍ତି। ମାତ୍ର ମାଫିଆ ଗୋଷ୍ଠୀ…

୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସାତ ମାସଧରି ଯୁବତୀଙ୍କୁ ଗଣବଳାତ୍କାର କରିଆସୁଥିଲେ ଯୌନପୀପାସୁୁ। ଯୁବତୀ ଜଣଙ୍କ ଗର୍ଭବତୀ ପରେ ମାମଲା…

ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି

ମହାକାଳପଡ଼ା,୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍‌ଙ୍କ ପୂର୍ଣ୍ଣିମା, ଅମାବାସ୍ୟାରେ ମିଳନ ପ୍ରକ୍ରିୟା ଦେଖିବାକୁ ମିଳେ। ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ୪୫କୋଟି…

ଗଣେଶ୍ୱର ବେହେରାଙ୍କ ସତ୍ୟପାଠକୁ ଭୁଲ୍‌ ଦର୍ଶାଇଲେ କଂଗ୍ରେସର ଏହି ନେତ୍ରୀ, କହିଲେ ଜାତିଗତ କ୍ଷେତ୍ରରେ ତାଙ୍କର…

କେନ୍ଦ୍ରାପଡ଼ା,୯ା୯ (ଜଗନ୍ନାଥ ଧଳ): ୨୦୨୪ ନିର୍ବାଚନ ଫଳାଫଳର ୩ ମାସ ପରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସତ୍ୟପାଠ ଉପରେ କଂଗ୍ରେସ ପ୍ରାର୍ଥୀ ସିପ୍ରା ମଲ୍ଲିକ ପ୍ରଶ୍ନ ଉଠାଇଛନ୍ତି। ସହରର ବଉଳବିହାରସ୍ଥିତ ବାସଭବନରେ ମଲ୍ଲିକ ରବିବାର ଏକ ଖବରଦାତା ସମ୍ମିଳନୀ କରି…

ଗୋଟିଏ ରାତିରେ ୩ ନାବାଳିକା ଝିଅଙ୍କ ଜୀବନ ନେଲା ବିଷଧର ସାପ, ବାପା ଗୁରୁତର

ବୌଦ୍ଧ,୯ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ସାପକାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ମୃତ ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?