ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ ପ୍ରାୟ ୨.୯୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୫ ଶହରୁ ଅଧିକ ବ୍ୟବସାୟୀ ଉପକୃତ ହେବେ ବୋଲି ଜଣାପଡିଛି। ସେହିପରି ଏଥିରେ ମୋଟ ୨୫୦ଟି ଦୋକାନ ଘର ର୍ନିମାଣ ହେବ। ପନିପରିବା, ଆମିଷ ଓ ଫଳମୂଳ ପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ଓ ଛୋଟ ବେପାରୀଙ୍କ ପାଇଁ ପିଣ୍ଡି ବ୍ୟବସ୍ଥା ରହିଛି। ସମାରୋହରେ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ, ଭବାନୀପାଟଣା ପୌରପାଳିକା ଭାରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଭାରତୀୟ ପ୍ରଶାସନିକ ସେବା (ପ୍ରବେସନ) ଅଧିକାରୀ କସ୍ତୁରୀ ପଣ୍ଡା, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ସମ୍ପର୍ଣ୍ଣା ରାଉତ ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ...

ବତିଘର ପଞ୍ଚାୟତ ଅଫିସ୍‌ରେ ଜମି ଅଧିଗ୍ରହଣ ନୋଟିସ ଝୁଲିଲା

ମହାକାଳପଡ଼ା, ୬ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର ହୋଇଛି। ଜିଲାର ମହାକାଳପଡ଼ା ବ୍ଲକର ଆର୍ସେଲର ମିତ୍ତଲ ନିପନ୍‌...

ବରଗଡ଼ ଧନୁଯାତ୍ରା: ବଦଳିଲେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ): ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଅଭିନେତା ବଦଳିଥିବା ବେଳେ ଶ୍ରୀକୃଷ୍ଣ, ବଳରାମ...

ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ: ଗର୍ଭାଶୟ ସଂକ୍ରମଣ ଚିକିତ୍ସା ବେଳେ ହୃଦ୍‌ଘାତରେ ମୃତ୍ୟୁ

ସମ୍ବଲପୁର, ୬।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଗର୍ଭାଶୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଏହି ୭...

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା

ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଯୁବକ ଗିରଫ

ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ବାରକୋଟ ଥାନା ଠାକୁରପାଲି ଗ୍ରାମର ସମୀର ମହାକୁଳ(୧୯)ଙ୍କୁ...

ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ

ଦାରିଙ୍ଗବାଡି, ୬।୧୨(ଅରୁଣ ସାହୁ):ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ ପଡୁଛି ଆଧାର କାର୍ଡ। ଏଥିପାଇଁ ଲୋକଙ୍କୁ କରିବାକୁ ପଡୁଛି କସରତ ବିଶେଷ କରି ଗରିବଶ୍ରେଣୀର ଲୋକମାନେ...

ପ୍ରଜାକୋର୍ଟରେ ୨ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି,୬ା୧୨ (ଦୁର୍ଯ୍ୟୋଧନ ପାତ୍ର):ଛତିଶଗଡ଼ ନାରାୟଣପୁର ଜିଲା ଭୈରମଗଡ଼ ଥାନା ଅଞ୍ଚଳରେ ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ଗୁରୁବାର ଗଳାକାଟି ହତ୍ୟା କରିଛନ୍ତି। ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri