ଆମ ଜିଲା ଖବର

ସୁନାଇଟା ନାଁରେ ୧୦ଲକ୍ଷ ଲୁଟ୍‌

ନବରଙ୍ଗପୁର,୯।୯(ବି.ପ୍ର.):ସୁନାଇଟା କିଣିବାକୁ ସାଙ୍ଗର ସ୍ବାମୀଙ୍କୁ ଡକାଇଲେ। ନକଲି ସୁନାଇଟା ଦେଖାଇ ଯୋଜନା ମୁତାବକ ଲୁଟିନେଲେ୧୦ ଲକ୍ଷ ଟଙ୍କା। ସାଙ୍ଗରେ ଯାଇ ଥାନାରେ ଅଭିଯୋଗ ମଧ୍ୟ କଲେ। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲେ ଘଟଣାର ମାଷ୍ଟରମାଇଣ୍ଡ ମିଥୁନ ସାହୁ। ଏହି ଘଟଣାରେ...

କାମରେ ଆସୁନି ମେଗାଲିଫ୍ଟ ପାଇପ୍‌ ଲାଇନ: ଚାଷୀଙ୍କ ଧାରଣା

କୋକସରା,୮।୯(ଡି.ଏନ.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପାଇପ ଲାଇନ ପାଣି ଯୋଗାଣ କାମରେ ଆସୁନାହିଁ। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲା କୋକସରା ବ୍ଲକର କାଶୀବାହାଲ, ଡହଗାଁ ଓ ଡ଼ଙ୍ଗରୀଗୁଡା ଗ୍ରାମର ଚାଷୀମାନେ ଗୁରୁବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ...

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍‌

ସମ୍ବଲପୁର,୮ା୯(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଗୋଟିଏ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ଗୁରୁବାର ଅପରାହ୍ନ ୩ଟାରେ ବନ୍ଦ କରି ଦିଆଯାଇଛି । ଏବେ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ ହୋଇଯାଇଛି। ଏହି ଜଳଭଣ୍ଡାରରେ ୬୩୦ ଫୁଟ...

୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବରଗଡ଼ ଅଫିସ୍‌,୮।୯: ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ କେନ୍ଦପାଲି ଗ୍ରାମରେ ୨୦୧୬ରେ ଜମିବାଡ଼ି ବିବାଦକୁ ନେଇ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍‌ ସ୍ରୋତସ୍ବିନୀ କର ମାମଲାର ଶୁଣାଣି...

ଆସିଲେନି ସମ୍ପର୍କୀୟ, କାନ୍ଧ ଦେଲେ ପୋଲିସ ଏଏସ୍‌ଆଇ, ସ୍ବେଚ୍ଛାସେବୀ

ବୌଦ୍ଧ,୮ା୯(ସ୍ବ.ପ୍ର.): ବୌଦ୍ଧ ସହରର ନୂଆଁସାହି କଚେରୀ ପଡିଆ ନିକଟସ୍ଥ ଏକ ଭଡାଘରେ ରହୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତା ମହିଳା ହେଲେ ସୁରୁବୁଢୀ ବେହେରା ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଭଡା ଘର ଦୁଆରେ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା:ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୮ା୯-ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ଜଜ୍‌ ଗୁରୁବାର ଜଣେ ୧୦ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ହୋଇଥିବା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରକାଶ...

ଏମ୍‌କେସିଜିରେ ଚିକିତ୍ସା ଅବହେଳା, ଶିଶୁ ମୃତ୍ୟୁ ନେଇ ଅଭିଯୋଗ

ବ୍ରହ୍ମପୁର ଅଫିସ,୮ା୯: ଚିକିତ୍ସା ଅବହେଳାରୁ ବ୍ରହ୍ମପୁର ବଡ ମେଡିକାଲରେ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମୃତ ଶିଶୁଙ୍କ ବାପା ପ୍ରମୋଦ କୁମାର ଉଥାନସିିଂ ଏମ୍‌କେସିଜି ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ...

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲାରେ ମାଓବାଦୀ ଦମନ ପାଇଁ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ମିଳିଥିବା...

ଟ୍ରଲର ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରଗଡି,୮ା୯(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକରେ ଗୁରୁବାର ସକାଳେ ଏକ ଟ୍ରଲର ଧକ୍କାରେ ସ୍ବାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର...

ଡେଙ୍ଗୁ: ଗଞ୍ଜାମରେ ୩୮ ଆକ୍ରାନ୍ତ

ବ୍ରହ୍ମପୁର,୮ା୯-ଗଞ୍ଜାମ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାହାର ରାଜ୍ୟ ଓ ଜିଲାରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗଞ୍ଜାମ ଆସୁଥିବାରୁ ସଂଖ୍ୟା ବଢ଼ୁଛି। ଗୁରୁବାର ଦିନକରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କବିସୂର୍ଯ୍ୟନଗର...

କବିସୂର୍ଯ୍ୟନଗର ସହରରେ ଭାଲୁ : ଭିଡିଓ ଭାଇରଲ

କବିସୂର୍ଯ୍ୟନଗର,୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୁରୁଣା ଥାନା ନିକଟରେ ବୁଧବାର ରାତିରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କବିସୂର୍ଯ୍ୟନଗର ସହରର ଜଣେ ଯୁବକ କୌଣସି କାମରେ ଛତ୍ରପୁର...

ପୋଖରୀରେ ବୁଡ଼ିଯାଇ ଚାଲିଗଲା ଛାତ୍ରୀଙ୍କ ଜୀବନ

ବଇଣ୍ଡା,୮।୯(ଡି.ଏନ.ଏ): କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡି ସେହି ଗ୍ରାମର ଅର୍ଚ୍ଚନା ପ୍ରଧାନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି, ଅର୍ଚ୍ଚନା ସକାଳେ ନିକଟସ୍ଥ ପୋଖରୀକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri