ହାଲ୍ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ସୁନାବେଡ଼ା,୧ା୨(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍ କାରଖାନାରେ କାର୍ଯ୍ୟରତ ଠିକା ସୁରକ୍ଷା କର୍ମୀ ଶନିବାର କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରି ଟାଉନଶିପ୍ ସିକ୍ୟୁରିଟି ଅଫିସ ସାମ୍ନାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,…
ଛେଳି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ
ପାଟଣାଗଡ଼,୧ା୨(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଛେଳି ଚୋରି ଅଭିଯୋଗରେ ଛତିଶଗଡ଼ ରାଜ୍ୟ ଭିଲାଇରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହୃତ କରିଥିବା ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ଜିଲା…
ପୋଲିସ ଏସ୍ଆଇଙ୍କୁ ଉଠାଇନେଲା ଭିଜିଲାନ୍ସ
ଯାଜପୁର,୧।୨: ଯାଜପୁର ଜିଲା ସୁକିନ୍ଦା ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଅଭୟ ନାୟକଙ୍କୁ ଶନିବାର ଭିଜିଲାନ୍ସ ଉଠାଇନେଇଛି। ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଏସ୍ଆଇଙ୍କୁ କାବୁ କରି ନେଇଥିଲା। ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ…
ଘର ଭାଙ୍ଗିଲେ ହାତୀପଲ, ଉଜାଡ଼ିଲେ ଫସଲ
ଭୁବନ,୧ା୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳ ଅଧୀନର ବିସ୍ତୀର୍ଣ୍ଣ ସ୍ଥାନରେ ଶୁକ୍ରବାର ରାତିରେ ୧୧ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ବିଳମ୍ବିତ ରାତିରେ ମଠକରଗୋଳା ଅଞ୍ଚଳରୁ ୧୧ଟିକିଆ ହାତୀପଲ ଓଡ଼ିଶା ପଞ୍ଚାୟତ ବେଲପାଳ ଗ୍ରାମରେ ତିନୋଟି ଘର ଭାଙ୍ଗି…
ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲେ ଭାଜପା କର୍ମକର୍ତ୍ତା
କୋରାପୁଟ,୧ା୨(ଅମିତାଭ ବେହେରା): ସୋନିଆ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରପତି ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ତାହାର ପ୍ରତିବାଦ କରିବା ସହ କୋରାପୁଟ ଜିଲା ଭାଜପା ପକ୍ଷରୁ ଦୃଢ଼ ଭାବେ ନିନ୍ଦା କରାଯିବା ସହିତ ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।…
ଘରୁ ମିଳିଲା ପୁଳାପୁଳା ନଗଦ ଟଙ୍କା: ଜେଲ୍ ଗଲେ ସରକାରୀ ବାବୁ
ବଣାଇଁ,୧।୨(ପ୍ରଦୀପ ତ୍ରିପାଠୀ)/: ଗିରଫ ବଣାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଯାଇଛନ୍ତି। ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର…
ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ
ଭୋଗରାଇ,୧ା୨(ପ୍ରଦୀପ ଦାସ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ ରାଜପଥରେ ଘନ କୁହୁଡି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ପରକୁ ପଛପଟୁ…
ମା’ବାପାଙ୍କୁ ଖାଇବାରେ ନିଶାଦେଇ ରାତିଅଧରେ ଘରୁ ୨୫ ହଜାର ଟଙ୍କା ନେଇ ଚମ୍ପଟ ମାରିଲେ ଝିଅ ପରେ…
ରସୁଲପୁର,୧।୨(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଞ୍ଚାୟତର ଜଣେ ନାବାଳିକା ତାଙ୍କ ମା’ବାପାଙ୍କୁ ଖାଇବାରେ ନିଶା ଦେଇ ଫେରାର ହୋଇ ଯାଇଛନ୍ତି। ନିଶା ପ୍ରଭାବରେ ଦମ୍ପତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି। ସେମାନଙ୍କୁ ଯାଜପୁର ଜିଲା ମୁଖ୍ୟ…
ନିଜେ ରୋଗୀ ହୋଇ ଡାକ୍ତର କରୁଛନ୍ତି ରୋଗୀ ସେବା, Video Viral
ଗଜପତି,୧ା୨(ଗିରିଧାରୀ ପରିଚ୍ଛା): ଡ୍ୟୁଟିରେ ଥିବା ଡାକ୍ତର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ୍ ଲାଗିଥିବା ସମୟରେ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ନିଜ କର୍ତ୍ତବ୍ୟକୁ ଅବହେଳା ନକରି ରୋଗୀ ସେବା କରୁଥିବା ଦେଖି ତାଙ୍କର ନିଷ୍ଠା…
ବଡ଼ଧରଣର ଡକାୟତି: ସାଢ଼େ ୩ କୋଟି ଟଙ୍କା ଜବତ, ୮ ଜଣଙ୍କୁ ବାନ୍ଧିଲା ପୋଲିସ
ଭବାନୀପାଟଣା,୧ା୨(ଉତ୍ତମ କୁମାର ଦାଶ)): କଳାହାଣ୍ଡି ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼ ଥାନା ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ…
ଯେଉଁଦିନ ଅବସର ନେଲେ ଶିକ୍ଷକ ସେହିଦିନ ମିଳିଲା ପେନ୍ସନ୍
ରାଇକିଆ,୧ା୨(ପ୍ରଦୀପ ବେହେରା): ପେନ୍ସନ୍ ପାଇଁ ପୂର୍ବ ଭଳି ଆଉ କୌଣସି କର୍ମଚାରୀ ହଇରାଣ ହେବେନି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଅବସର ଦିନ ହିଁ ପେନ୍ସନ୍ ମିଳିବାର ବ୍ୟବସ୍ଥା ସରକାର କରିଛନ୍ତି। ରାଇକିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ…
ଜନଶୁଣାଣି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଅନୁପସ୍ଥିତ: ସାଧାରଣରେ ଅସନ୍ତୋଷ
ଥୁଆମୂଳ ରାମପୁର,୧।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଆର୍ଥିକ ବର୍ଷ ୨୦୨୪-୨୫…

