ପିଏମ୍‌ ଆଓ୍ବାର୍ଡ ନେଇ କୋରାପୁଟରେ କେନ୍ଦ୍ରୀୟ ଟିମ୍‌, ୪ ବ୍ଲକ୍‌ ପରିଦର୍ଶନ କରି…

କୋରାପୁଟ/ଲକ୍ଷ୍ମୀପୁର,୨୫ା୩(ଅମିତାଭ ବେହେରା/ଅନନ୍ତ ନାୟକ)- କୋରାପୁଟ ଜିଲା ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାର ସ୍ଥାନୀୟ ମ୍ୟୁନିସିପାଲିଟି, ବ୍ଲକ, ସେମିଳିଗୁଡ଼ା,ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି ୪ ବ୍ଲକର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ୍‌ ଆୱାର୍ଡ ପାଇଁ ଆକଳନ କରୁଛନ୍ତି। ଟିମ୍‌ରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି। ପିଏମ୍‌ ସୂର୍ଯ୍ୟ ଘର, ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି ଆଦି ୭ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍‌ କୋରାପୁଟ ଆରଏସ୍‌ଇଟିଆଇ ଯାଇ ସେଠାରେ ପିଏମ୍‌ ବିଶ୍ୱକ୍ରମା ହିତାଧିକାରୀ, ସରପଞ୍ଚ ଓ ପୋଷ୍ଟାଲ ଅଧିକାରୀଙ୍କ ଶହ ଆଲୋଚନା କରିଥିଲେ। କୋରାପୁଟ ସହରର ଏକ କାର୍ପେଣ୍ଟର ୟୁନିଟ ବୁଲିବା ଶହ ହିତାଧିକାରୀଙ୍କ ଆଲୋଚନା କରିଥିଲେ। ପରେ ଟିମ ସେମିଳିଗୁଡ଼ା ବ୍ଲକର ରାଜପୁଟ ଗ୍ରାମର ଏକ ମିଲେଟ ପ୍ରୋସେସ୍ସିଂ ୟୁନିଟକୁ ବୁଲି ଦେଖିଥିଲେ। ଲୁଙ୍ଗୁରି ଅଙ୍ଗନଓ୍ବାଡି କେନ୍ଦ୍ର, ପାଖଝୋଲା ପଞ୍ଚାୟତ ଯାଇ ସେଠାରେ ଚାଲିଥିବା ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିଲେ। ଲକ୍ଷ୍ମୀପୁର ବ୍ଲକ୍‌ର ତୋୟାପୁଟ ଅଙ୍ଗନଓ୍ବାଡି କେନ୍ଦ୍ର, କାର୍ପେଣ୍ଟର ୟୁନିଟ ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଶହ ଆଲୋଚନା କରିଥିଲେ। ସେହିପରି ମାରବାଇଗୁଡ଼ାରେ ଥିବା ସାନିଟେସନ ପାର୍କ, ଲକ୍ଷ୍ମୀପୁର ସିଏଚସି ଓ ପଞ୍ଚଡା ଲ୍ୟାମ୍ପ ପରିଦର୍ଶନ କରି ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିଲେ। ଦଶମନ୍ତପୁର ବ୍ଲକର କାଉଗୁଡା ଗ୍ରାମରେ ଜିଲା ପ୍ରଶାସନ ଓସିୱାଇଏସଡିର ସହଯୋଗରେ କରାଯାଇଥିବା ଷ୍ଟବେରୀ ଚାଷକୁ ଦେଖିଥିଲେ। ସେଠାରେ ସିୱାଇଏସଡିିର ପ୍ରକଳ୍ପ ଅଧିକାରୀ ଆନନ୍ଦ ମଲ୍ଲିକ ଓ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍‌ଙ୍କ ଗସ୍ତ ବେଳେ କୋରାପୁଟ ଜିଲାପାଳ ଭି କୀର୍ତ୍ତି ଭାସନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ୱାଳ, କୋରାପୁଟ ବିଡିଓ ଏବଂ ଦଶମନ୍ତପୁର ବିଡିଓଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri