ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା ବାଲି ବ୍ୟବସାୟୀଙ୍କ ଆକ୍ରମଣରେ ୨ କନ୍‌ଷ୍ଟେବଲ ଗୁରୁତର ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଦ୍ୱୟଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ, ଉକ୍ତ ଘାଟରେ ବେଆଇନ ବାଲିଉଠାଣ ହେଉଥିବା ଅଭିଯୋଗ ହେଉଥିଲା। ଏ ନେଇ ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ନନ୍ଦିପଦା ପୋଲିସ ପକ୍ଷରୁ ୨ଜଣ କନ୍‌ଷ୍ଟେବଲ ସାଧା ପୋଷାକରେ ଯାଞ୍ଚ ନିମନ୍ତେ ବାଇକ ଯୋଗେ ଯାଇଥିଲେ। ଏହି ସମୟରେ ବାଲିପଦାସ୍ଥିତ ବେଆଇନ ବାଲିଘାଟରୁ ଟ୍ରାକ୍ଟର ଯୋଗେ ଚୋରା ବାଲିଚାଲାଣ ହେଉଥିଲା। ପୋଲିସ କର୍ମଚାରୀ ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଯାଞ୍ଚ କରିଥିଲେ। ଚୋରା ବାଲି ବ୍ୟବସାୟୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ୨ ଜଣ ଗୁରୁତରଙ୍କୁ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନା ଆଇପିଏସ ଅଧିକାରୀ ରାକେଶ କୁମାର ସାହୁଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ଉପସ୍ଥିତ ଅଛନ୍ତି। ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ ଓ ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି ମଧ୍ୟ ଘଟଣାସ୍ଥଳରେ ରହିଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

୨୦୦ ବୁଥ୍‌ରେ BLA-2 ସଭ୍ୟଙ୍କୁ ତାଲିମ; ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସାଙ୍ଗଠନିକ ମନ୍ଥନ

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri