ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ଅନ୍ୟ ଜାତିରେ ବିବାହ କରିବା ଅଭିଯୋଗରେ ଭତରା ସମାଜ ତାଙ୍କୁ ଓ ତାଙ୍କ ପରିବାରକୁ ୧୨ ବର୍ଷ ବାସନ୍ଦ କରିଥିଲେ। ଏବେ ଏହିଭଳି ଏକ ଘଟଣା ପୁଣି ଥରେ ନବରଙ୍ଗପୁର ଜିଲାରେ ଘଟିଛି। ନବରଙ୍ଗପୁର ସହର ଇଚ୍ଛାବତୀଗୁଡ଼ାର ଜଣେ ଯୁବତୀ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କୁ ପରଜା ସମାଜ ଜାତିରୁ ବାହାର କରିଦେଇଥିଲା। ଏହା ମଧ୍ୟରେ ଉକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଦଶାହରେ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା ପରେ ମହିଳାଙ୍କୁ ଶୁଦ୍ଧି କରାଯାଇଛି। ଜାତିରେ ମାନ୍ୟତା ଦେବା ପାଇଁ ତାଙ୍କୁ ଭୋଜି ଦେବାକୁ ପଡ଼ିଛି। ଏଭଳିକି ଜାତିରେ ମିଶିବା ପାଇଁ ୩ ହଜାର୧ ଟଙ୍କା ମଧ୍ୟ ଦେଇଥିବା ଜଣାପଡ଼ିଛି।
ଇଚ୍ଛାବତୀଗୁଡ଼ା ସାହିର ମଙ୍ଗଳଦେଇ ଜାନୀ ପୁଟପର୍ତ୍ତି ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ହସ୍ତଶିଳ୍ପ ଦୋକାନ କରିଥିବା ହରିୟାଣାର ସଚିନ ଭତ୍ରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ବିବାହ କରିଥିଲେ। ତେବେ ୧୦ ବର୍ଷ ହେବ ଉଭୟ ନବରଙ୍ଗପୁର ଆସି ଏକ ଭଡ଼ାଘରେ ରହିଲେ। ୧୫ ତାରିଖରେ ସଚିନ ଋଷିକେଶ ଯାଇଥିବାବେଳେ ସେଠାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳଦେଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରିଥିବାରୁ ପରଜା ସମ୍ପ୍ରଦାୟରେ ତାଙ୍କୁ ସ୍ବୀକୃତି ମିଳି ନ ଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ନିଜର ବୋଲି ଆଉ କେହି ନ ଥିବାରୁ ପୁଣି ନିଜ ସମ୍ପ୍ରଦାୟରେ କିଭଳି ସ୍ବୀକୃତି ମିଳିବ ସେ ନେଇ ନବରଙ୍ଗପୁର ପରଜା ସମାଜ ବିକାଶ ପରିଷଦ ସହ କଥା ହୋଇଥିଲେ। ଏହାପରେ ତାଙ୍କ ଭଡ଼ାଘରେ ଦେବଦେବୀଙ୍କୁ ପୂଜା କରାଯାଇଥିଲା। ବୁଢାରାଜା, ଭଣ୍ଡାରଘରଣୀ, କଳା ଧରଣୀ ଓ ମୁଣ୍ଡା ଦେବତାଙ୍କୁ ପୂଜା କରାଗଲା। ମଙ୍ଗଳଦେଇଙ୍କୁ ପରଜା ସମାଜର ରୀତିନୀତି ଅନୁଯାୟୀ ଆମ୍ବଛାଲି, ଆମ୍ବଡାଳ, ଦୂବ, ଗଙ୍ଗାଜଳ, କ୍ଷୀର, ମହାଶୁଦ୍ଧି ଆଦି ଢାଳି ପବିତ୍ର କଷା ପାଣିରେ ଶୁଦ୍ଧି କରାଗଲା। ଜାତିରେ ମିଶିବା ପାଇଁ ମଙ୍ଗଳଦେଇ ପରଜା ସମାଜକୁ ଏକ ଭୋଜି ଦେବା ସହ ୩ହଜାର ୧ ଟଙ୍କା ଦେଇଥିଲେ। ଏହାପରେ ମଙ୍ଗଳଦେଇଙ୍କୁ ପରଜା ସମାଜରେ ମଙ୍ଗଳବାରରୁ ମିଶାଯାଇଛି ବୋଲି ସଂଘ ସଭ୍ୟ ବନମାଳୀ ଚାଲାଣ, ସମାଜର ସଭାପତି ଭଗବାନ ଜାନୀ, ପରଜା ସମାଜର ଭାତ ନାୟକ, ସଦା ଜାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri