ରକ୍ତ ଦାନ, ମହତ୍‌ କାମ: ମେଗା ରକ୍ତଦାନ ଶିବିର ଉଦଘାଟିତ

ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ):ରକ୍ତ ଦାନ, ମହତ୍‌ କାମ। ଜଣେ ରକ୍ତଦାନ କଲେ କେବଳ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ହେବନି, ଅନ୍ୟ ଜଣେ ସେହି ରକ୍ତ ପାଇ ଜୀବନ ବଞ୍ଚାଇପାରିବ। କନ୍ଧମାଳ ଜିଲା ଦାରିଙ୍ଗବାଡି ଏସବିଆଇର ପକ୍ଷରୁ ବୁଧବାର ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ମେଗା ରକ୍ତଦାନ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ଏସବିଆଇର ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳକ ପ୍ରକାଶଗ୍ରହ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରକାଶ ଯେ, ଦାରିଙ୍ଗବାଡି ଏସବିଆଇ ଶାଖା ପକ୍ଷରୁ ପ୍ରଥମଥର ପାଇଁ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଓ ରକ୍ତଦାନ ଭଳି ମହତ୍‌ କାର୍ଯ୍ୟ କରିବାକୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ଏସବିଆଇ ଉପଭୋକ୍ତାଙ୍କ ସମେତ ବ୍ୟବସାୟୀ, ଅନେକ ଯୁବପିଢ଼ି ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁମାନେ ଏହି ଶିବିରରେ ରକ୍ତଦାନ କରୁଛନ୍ତି ସେମାନଙ୍କୁ ଏସବିଆଇ ଶାଖା ପକ୍ଷରୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଖବର ଲେଖାହେବା ସୁଦ୍ଧା ୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା କୁହାଯାଇଛି। ଆହୁରି ପଞ୍ଜିକୃତ କରାଯାଉଥିବା ଶାଖା ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମକୁ ଏସବିଆଇ ଶାଖା ପରିଚାଳକ ବ୍ରଜକିଶୋର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତାଙ୍କୁ ସହଯୋଗ କରିଛନ୍ତି ଏଚଆର ପ୍ରଦୀପ କୁମାର ବେହେରା, ଅବିନାଶ ସାହୁ ଏବଂ ସବୁଜ ବୈଦ୍ୟ ସଂଗଠନ (କନ୍ଧମାଳ)ର କର୍ମକର୍ତ୍ତା ବୋଲି କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri