ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ ଗସ୍ତରେ ଆସି ଦୁଇ ବନଖଣ୍ଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏହି ସମୟରେ ସେ ବିଭାଗୀୟ କର୍ମଚାରୀଙ୍କୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୟରେ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ବିପାଶା ପାରୁଲ, ଏସିଏଫ ପ୍ରଦୀପ କୁମାର ବେହେରା, ରଶ୍ମି ରଞ୍ଜନ ସ୍ବାଇଁ, ବିବେକ କୁମାର ଦାସ, ରେଞ୍ଜର ବିମ୍ବାଧର ସାହୁ, ପୃଥିବୀରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ଗତ ଶନିବାର ଘୁମୁସର ଉତ୍ତର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ମୂଟ କୋର୍ଟ ଉପରେ ଏକ ତାଲିମ ଶିବିର ହୋଇଥିଲା। ଏହାକୁ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶନାଥ ନିଲାନମ୍ବର୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ବର୍ତ୍ତମାନ ଜଙ୍ଗଲ ଓ ବନ୍ୟପ୍ରାଣୀ ମାମଲା ସଂଖ୍ୟା ବଢୁଛି। କିନ୍ତୁ ଅଭିଯୁକ୍ତ ଦଣ୍ଡିତ ହାର କମିଯାଇଛି। ଅଭିଯୁକ୍ତମାନେ କିଭଳି ଅଧିକରୁ ଅଧିକ ଦଣ୍ଡିତ ହୋଇପାରିବେ ସେଥିପ୍ରତି କର୍ମଚାରୀମାନେ ଦୃଷ୍ଟି ଦେବାକୁ ହେବ। ଏଥିପାଇଁ କର୍ମଚାରୀ ମାନେ କୋର୍ଟରେ ସାକ୍ଷୀ ପ୍ରଦାନ ସମୟରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ
ଆର୍‌ସିସିଏଫ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ଜଙ୍ଗଲ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଥିଲେ। କୌଣସି କର୍ମଚାରୀ ଯଦି କାର୍ଯ୍ୟରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର୍‌ସିସିଏଫ ପରୋକ୍ଷରେ କହିଥିଲେ। ଏହି ଅବସରରେ ଡି ଏଫ ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ଆଇନ ଉପରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କିଭଳି ହେବ ସେନେଇ କହିଥିଲେ। ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ବିପାଶା ପାରୁଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଝାରସୁଗୁଡ଼ା ବନଖଣ୍ଡର ଆଇନ ପରାମର୍ଶଦାତା ସ୍ରିଷ୍ଟୀ ପ୍ରଧାନ ଏବଂ ସୁପ୍ରିମକୋର୍ଟର ଆଇନଜୀବି ଦେବଦତ୍ତ କାନୁନଗୋ ତାଲିମଦାତା ଭାବେ ଯୋଗଦେଇ କେସ ରେକର୍ଡ ପ୍ରସ୍ତୁତି, ଉପଯୁକ୍ତ ପ୍ରମାଣ ଏକାଠି କରି କିଭଳି କୋର୍ଟ ରେ ଉପସ୍ଥାପନ କରାଯିବ, ନାବାଳକ ଆଇନ,ଅଭିଯୁକ୍ତମାନେ କିଭଳି ଦଣ୍ଡିତ ହୋଇପାରିବେ ସେନେଇ କର୍ମଚାରୀଙ୍କୁ ତାଲିମ ଦେଇଥିଲେ । ଶିବିରରେ ଘୁମୁସର ଉତ୍ତର ବନଖଣ୍ଡର ସମସ୍ତ ରେଞ୍ଜର, ବନପାଳ ତାଲିମ ପ୍ରଦାନ କରାଯାଇଥିଲା ।

ଏଥିସହ ସୋରଡା ଏସିଏଫ ନିହାର ରଞ୍ଜନ ମଲ୍ଲିକ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ପୋଲସରା ରେଞ୍ଜର ଅନିଲ ପଣ୍ଡା, ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରମ୍ପରିକ ଖାଦ୍ୟ ପ୍ରତି କମୁଛି ଯୁବପିଢ଼ିଙ୍କ ଆଗ୍ରହ, ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମଳାସପଦର ମା’ ଅମ୍ବିକା ଏସ୍‌ଏଚ୍‌ଜି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଯାହାକୁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର

ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

ମୁମ୍ବାଇରୁ ଆସି ଟ୍ବିଟ୍‌ କଲେ ନବୀନ, କହିଦେଲେ ଏତେ ବଡ଼କଥା

ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ...

ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍‌ ଗେଟ୍‌ ବନ୍ଦ

ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍‌ ଗେଟ୍‌କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ...

ସାଧାରଣ ଖାଉଟିଙ୍କୁ ମାଣ୍ଡିଆ ବଣ୍ଟନରେ ଅନିୟମିତତା: ଓଜନରେ କରୁଥିଲେ ହେରଫେର, ଧରାପଡ଼ି…

ପାରଳାଖେମୁଣ୍ଡି,୧୩।୭(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ବ୍ଳକର ଚାନ୍ଦିପୁଟ ପଞ୍ଚାୟତରେ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri