ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ
ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡିରହିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏହିପରି…
ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର
ରୁପ୍ରାରୋଡ,୨୬।୧୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ସେ ଦାୟିତ୍ୱ ନେବା ପରେ ତାଙ୍କୁ ପୂର୍ବ ବିଡ଼ିଓ ରିପୁନାଥ ସୁନା ପ୍ରାଥମିକ ଦାୟିତ୍ୱ ହସ୍ତାନ୍ତର…
ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ
ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ ବର୍ଷ ଖରିଫ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମିଲର୍ସମାନେ ଚାଉଳ ଫେରାଇବାର…
ମହିଳାଙ୍କୁ କଚାଡ଼ି ଦେଲା ହାତୀ: ହସ୍ପିଟାଲ୍ରେ ଭର୍ତ୍ତି
ରୁପ୍ରାରୋଡ,୨୬।୧୧(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ଡମପଦର ଗ୍ରାମରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ଣ୍ଣମୀ ବେୱା (୪୦ ) ସକାଳୁ ଶୌଚପାଇଁ ଯାଇଥିବା ବେଳେ ପଟିକିଆ ହାତୀ ହାବୁଡରେ ପଡିଛନ୍ତି। ତାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ…
କୁସଂସ୍କାର ବିରୋଧରେ ଲଢେଇ କରି ଚର୍ଚ୍ଚାକୁ ଆସିଥିବା ମହିଳାଙ୍କ ଦେହାନ୍ତ: ଖେଳିଗଲା ଶୋକର ଛାୟା
ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ସଦାନନ୍ଦ କହିଛନ୍ତି। ସେ ରବିବାର ହଠାତ…
ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି
ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି ଏହାକୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ଜଟିଳ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର…
ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର
ରାଜକନିକା,୨୬ା୧୧(ସଞ୍ଜୟ କୁମାର ଦାଶ): ନାବାଳକ ମୃତ୍ୟୁର ୧୩ ଦିନ ପରେ ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ତଥା ଓଳାଭର ପଞ୍ଚାୟତ ଦେଉଳସାହି ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଗାଁର…
୪ ମନ୍ଦିରରୁ ସିରିଜ ଚୋରି: ପୋଲିସ ପହଞ୍ଚି କରୁଛି ଛାନଭିନ୍
ଭଦ୍ରକ, ୨୬।୧୧(ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୮ ନଂ ୱାର୍ଡ ନୁଆସାହିରେ ୪ଟି ମନ୍ଦିରରୁ ସୋମବାର ରାତିରେ ସିରିଜ ଚୋରି ହୋଇଛି l ପୁରୁଣା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ନୁଆସାହିର ମଙ୍ଗଳା ମନ୍ଦିର,…
ଥରୁଛି ଦାରିଙ୍ଗବାଡି, ନିଆଁ ଭରସା
ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ…
ସମ୍ବିଧାନ ଦିବସରେ ବାହାରିଲା ପଦଯାତ୍ରା: ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ଏହି ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ଅନୁଷ୍ଠିତ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ…
୪ କଳାକାରଙ୍କୁ ନେଇ ଏଥର କଂସ ଚୟନ
ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ୨୦୨୫ ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ୧୧ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଛନ୍ତି। ଜିଲା ପ୍ରଶାସନର ସୂଚନା ମୁତାବକ ଗତଥର କଂସ ଅଭିନେତା…
ଚାନ୍ଦା ଆଦାୟ କରି ଧରାପଡିଲେ କନିଷ୍ଠ ଏମ୍ଭିଆଇ
ଗୋପାଳପୁର,୨୬ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ କଡ଼ରେ ପରିବହନ ବିଭାଗର ଜଣେ କନିଷ୍ଠ ଏମଭିଆଇ ଓ କେତେ ଜଣ ଯୁବକ ଯାଞ୍ଚ ଆଳରେ ଚାନ୍ଦା ଆଦାୟ କରିବା ସେମାନଙ୍କ ପାଇଁ ମହଙ୍ଗା ପଡିଛି। ଗୋଳନ୍ଥରା ପୋଲିସ…
Archives


