ରାସ୍ତା ଶୋଚନୀୟ, ଅଟକିଲା ସରକାରୀ ବସ୍‌

ଥୁଆମୂଳ ରାମପୁର,୧୬ା୭(ଦୁର୍ଗା କୀର୍ତ୍ତି):ରାସ୍ତା ଶୋଚନୀୟ ଯୋଗୁ ଏକ ସରକାରୀ ବସ୍‌ ଆଗକୁ ଯାଇ ନ ପାରି ଦୀର୍ଘ ସମୟ ଅଟକିରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଘଟଣା ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ୍‌ର ଡୁମେରପଦର ମୁଖ୍ୟ ରାସ୍ତା ଭବାନୀପାଟଣା, ଥୁଆମୂଳ ରାମପୁର, ଅଡ୍ରି, ଗୋପୀନଥପୁର, ମାଳିଗାଁ ସମେତ ରାୟଗଡ଼ା ଜିଲାର କାଶୀପୁରକୁ ସଂଯୋଗ କରୁଛି। ଏହି ରାସ୍ତାରେ ଦିନତମାମ ଭାରିଯାନ ସହ ଯାତ୍ରୀବାହୀ ବସ୍‌ ଚଳାଚଳ କରିଥାଏ। କିନ୍ତୁ ଡୁମେରପଦର ଗ୍ରାମ ଶେଷ ମୁଣ୍ଡରେ ନବୀକରଣ କାମ ଅଟକିରହିଥିବାରୁ ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ ସୋମବାର ଭବାନୀପାଟଣାଠାରୁ ଗୋପୀନାଥପୁର ଯାଉଥିବା ସରକାରୀ ବସ୍‌ ଫସିରହିଥିଲା। ଜେସିବି ସାହାଯ୍ୟରେ ଏହାକୁ ଉଠାଇ ଭଲ ରାସ୍ତାକୁ ଅଣାଯିବା ପରେ ବସ୍‌ଟି ଗନ୍ତବ୍ୟସ୍ଥଳକୁ ଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି, ମୁଖ୍ୟ ରାସ୍ତାର ଦୁଇପାଶର୍‌ବରେ କିଛି ସ୍ଥାନୀୟ ବ୍ୟକ୍ତିଙ୍କର ନିଜସ୍ବ ଜାଗା ରହିଛି। ଏଥିଯୋଗୁ ନବୀକରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପୂର୍ତ୍ତ ବିଭାଗ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବୁଝାମଣା କରାଯାଇ ରାସ୍ତାକାମ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମିନିକେତନ କାର୍ଜିଙ୍କୁ ପଚାରିବାରୁ ମାଲିକ ଜାଗା ଛାଡ଼ୁ ନ ଥିବାରୁ ସମସ୍ୟା ଦେଖାଦେଇଛି। ପୂର୍ବରୁ ଆମେ ଡ୍ରେନ୍‌ ଓ ଅନ୍ୟାନ୍ୟ କାମ କରିବା ସହ ମ୍ୟାଟେରିଆଲ ମଧ୍ୟ ପକାଇଥିଲୁ। ହେଲେ ଜମି ମାଲିକ ଅଧିକାରୀଙ୍କ ସହ ପାଟିତୁଣ୍ଡ କଲେ। ପରେ ଆମେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ତହସିଲଦାରଙ୍କୁ ସେ ସ୍ଥାନକୁ ନେଇ ଜମି ମାଲିକଙ୍କ ସହ ଆଲୋଚନା କରିଥିଲୁ। ହେଲେ ସୁଫଳ ମିଲିପାରି ନାହିଁ। ପୁଣି ଆପୋସ ବୁଝାମଣା ପାଇଁ ଜମି ମାଲିକଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri