ଭଞ୍ଜନଗର ଗସ୍ତ ବାତିଲ, ଭୁବନେଶ୍ୱର ଫେରିଗଲେ ଷ୍ଟାଣ୍ଡିଂ କମିଟି…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ)-ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ରାତିରେ ରହି ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନ କରିବାର ଥିଲା। କିନ୍ତୁ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସମସ୍ତ ରାଜନୈତିକ ଦଳ ମଙ୍ଗଳବାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ବିରୋଧୀ ଦଳ ଗୁଡିକ ହୋହାଲ୍ଲା କରିବା ସହ ଆନ୍ଦୋଳନ କରିଛନ୍ତି। ଏଭଳି ସ୍ଥିତିରେ ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲାର ଦ୍ୱିତୀୟ ଦିବସ କାର୍ଯକ୍ରମକୁ ବାତିଲ କରିଥିଲା। ତେଣୁ କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଆସିଥିବା କମିଟି ପୁରୁଷୋତ୍ତମପୁରରୁ ଭୁବନେଶର ଫେରି ଯାଇଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ମଙ୍ଗଳବାର କେଏସ୍‌ୟୁବି କଲେଜରେ ପହଞ୍ଚି କାର୍ଯ୍ୟକ୍ରମ ବାତିଲ ହୋଇଥିବା ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଜଣାଇବା ସହ କଲେଜର ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି

କଟକ,୨୭ା୧୧: କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ…

ଦଣ୍ଡନାଚ ମାଧ୍ୟମରେ ଚାଷୀଙ୍କୁ ସଚେତନ କଲେ କଳାକାର, ସରକାରୀ ଯୋଜନାକୁ ନେଇ…

ଦାରିଙ୍ଗବାଡ଼ି,୨୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାଥମିକ ପର୍ଯ୍ୟାୟରେ…

୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ହାଇଓ୍ବା ଡ୍ରାଇଭର, ଚାଲିଗଲା ଜୀବନ

ପାଟଣା,୨୭ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତାର ଡୁମୁରିବେଡ଼ା ନିକଟରେ ଶୁକ୍ରବାର ସକାଳୁ ଅଘଟଣ ଘଟିଛି। ଚିପର ଗୁଣ୍ଡ ଅନ୍‌ଲୋଡ୍‌ କରି ସାରି ଡାଲା…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଆଜି କଂସ ଚୟନ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଯାପିତ: ସ୍ବାସ୍ଥ୍ୟ ପରୀକ୍ଷା ସହ ସହାୟକ ଉପକରଣ ବଣ୍ଟନ

ଦାରିଙ୍ଗବାଡି, ୨୭ ।୧୧ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…

୩୪ ବର୍ଷ ପରେ ବି ଅଙ୍ଗନୱାଡି କର୍ମୀଙ୍କ ପାଇଁ ନାହିଁ ଶୌଚାଳୟ: ବ୍ଲକ କାର୍ଯ୍ୟାଳୟକୁ ଆସି ହଟହଟା

ଲୋଇସିଂହା,୨୍‌୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ…

ବଢୁଛି କନ୍ଧମାଳ ହଳଦୀ ପତ୍ରର ଚାହିଦା, ହେଲେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ: ମାତ୍ର ୨୦ ଟଙ୍କାରେ…

ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ…

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?