ଆମ ଜିଲା ଖବର

ଦୋକାନକୁ ଆସୁଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

ଜୁନାଗଡ଼,୨୪ା୫(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ଠାରେ ଶନିବାର ସକାଳେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାମ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି…

ସିବିଏସଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି: ଅନଶନରେ ବସିଲେ ଛାତ୍ରୀଛାତ୍ର

ପଦ୍ମପୁର,୨୪।୫ (ପ୍ରଦୀପ୍ତ ଦାଶ):ସିବିଏସଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପରିଣାମ ଆସିବା ସପ୍ତାହେ ଉପରେ ହେଲାଣି, କିନ୍ତୁ ପଦ୍ମପୁର ଉପଖଣ୍ଡର ୬ଟି ସ୍କୁଲର ଛାତ୍ରୀଛାତ୍ରଙ୍କ ପରିଣାମ ଏଯାଏ ଆସି ନାହିଁ। ସହସ୍ରାଧିକ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ଅନ୍ଧକାର ଘେରରେ ରହିଛି।…

ଆତ୍ମସମର୍ପଣ କଲେ ୨୪ ମାଓବାଦୀ, ସମସ୍ତଙ୍କ ନାମରେ ହୋଇଥିଲା ପୁରସ୍କାର ରାଶି ଘୋଷଣା

ମାଲକାନଗିରି,୨୪ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ମୋଟ୍‌ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ…

ଆମ୍ବୁଲାନ୍ସ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ଧର୍ମଶାଳା, ୨୪।୫( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, କଟକରୁ ରୋଗୀକୁ ଛାଡି ଆମ୍ବୁଲାନ୍ସଟି ଯାଜପୁର ଦଶରଥପୁର ଅଭିମୁଖେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆଉ ୨ ମାଓବାଦୀ

ମାଲକାନଗିରି,୨୪ା୫: ଝାଡ଼ଖଣ୍ଡରେ ୨ ହାର୍ଡକୋର୍‌ ମାଓବାଦୀଙ୍କୁ ଏନ୍‌କାଉଣ୍ଟର୍‌ କରି ନିହତ କରିଛନ୍ତି। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ଆହତ…

ଅଭାବନୀୟ ଘଟଣା: ଶିକାରୀଙ୍କ ଗୁଳିରେ ଟଳିପଡ଼ିଲେ ଫରେଷ୍ଟର

ହିନ୍ଦୋଳ,୨୪।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ନିଜଗଡ଼ ଫରେଷ୍ଟର ମାନସ ଓରଫ ପ୍ରହ୍ଲାଦ ପ୍ରଧାନ ଶିକାରୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଶନିବାର ଭୋର ସମୟରେ ଏହି ଘଟଣା ଘଟିଛି। ବିଳମ୍ବିତ ରାତିରେ ତଣ୍ଟିଚିରା ଠାରେ ବନ୍ୟଜନ୍ତୁ ଶିକାରୀ କରି ଶିକାରୀମାନେ ମାଂସ…

ମଡେଲ ପାର୍କ କାମ ସରିବା ନେଇ ଅନିଶ୍ଚିତତା

ଜଗତ୍‌ସିଂହପୁର, ୨୪ା୫ (ପ୍ରମୋଦ କୁମାର ନାୟକ): ଦିନକୁ ଦିନ ଜଗତ୍‌ସିଂହପୁର ସହରର ଜନସଂଖ୍ୟା ବଢ଼ିଚାଲିଛି। କିନ୍ତୁ ମନୋରଞ୍ଜନ ପାଇଁ ଏ ପର୍ଯ୍ୟନ୍ତ ଆଖିଦୃଷ୍ଟିଆ ପାର୍କଟିଏ ନାହିଁ। ୨୦୨୧ରେ ସ୍ଥାନୀୟ କଲେଜ ଛକ ନିକଟରେ ଏକ ଆକର୍ଷଣୀୟ ଅର୍ଥାତ୍‌ ମଡେଲ ପାର୍କ ନିର୍ମାଣ…

ଅଧରାତିରେ ଲାଞ୍ଚ ନେଉଥିଲେ ଏଏସଆଇ, ହୋମଗାର୍ଡ: ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୨୪।୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ। ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ।…

୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ

ଭବାନୀପାଟଣା,୨୪ା୫(ଉତ୍ତମ କୁମାର ଦାଶ): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି…

ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ

କୋକସରା,୨୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୂର୍ବ ବିଜେଡି ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ସରକାର ପରିବର୍ତ୍ତନ ହେବା ପରେ ମିଲେଟ ମିଶନ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ରୂପାନ୍ତରିତ ହୋଇଛି। ଏହି ଯୋଜନାରେ…

ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯାଜପୁର ଟାଉନ,୨୪ା୫(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ତୋଟାସାହିରେ ୭ ବର୍ଷର ନାବାଳକ ସାଇରାମ୍‌ ପରିଡ଼ାଙ୍କୁ ତାଙ୍କ ମା’ ୧୮ହଜାର ଟଙ୍କାରେ ବିକ୍ରିକରି ଦେଇଛନ୍ତି। ଏନେଇ ନାବାଳକଙ୍କ ବାପା ପ୍ରଶାନ୍ତ ପରିଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ…

ମରଣଯନ୍ତା ପାଲଟିଛି ସିଙ୍ଗାରି ଘାଟି ରାସ୍ତା

ଥୁଆମୂଳ ରାମପୁର, ୨୩ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କଲମପୁର-ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ସିଙ୍ଗାରି ଘାଟି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଥୁଆମୂଳ ରାମପୁର ବ୍ଲକବାସୀଙ୍କ ପାଇଁ ଜୀବନରେଖା ସାଜିଥିବା ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ରାସ୍ତାର ଉନ୍ନତୀକରଣ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?