ଆମ ଜିଲା ଖବର

କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ

ବ୍ରହ୍ମପୁର ଅଫିସ,୨ା୧୨: ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଶୁକ୍ରବାର ଏଡିଜେ-୩ ଡା.ଇନ୍ଦୁ ଶର୍ମାଙ୍କ କୋର୍ଟରେ ହାଜର ହୋଇଥିଲେ। ବିଧାୟକଙ୍କ ନାମରେ ରୁଜୁ ହୋଇଥିବା ୪ଟି ମାମଲାରେ ତାଙ୍କର ବୟାନ୍‌ ରେକର୍ଡ଼ କରାଯାଇଥିଲା। ଦୁଇଟି ମାମଲାରେ ଶନିବାର ଜବାବସୁଆଲ ପାଇଁ ତାରିଖ...

୪୦ ଲିଟର ମଦ ଜବତ, ୨ ମହିଳା ଗିରଫ

ପାଟଣା,୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ୪୦ ଲିଟର ମଦ ସହ ମଦ ତିଆରି ପାଈଁ ବ୍ୟବହୃତ ସମାଗ୍ରୀ ଜବତ ହୋଇଛି।...

ଠାକୁରଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବି

କେନ୍ଦୁଝର,୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ଅରାଧ୍ୟ ଶ୍ରୀଶ୍ରୀ ବଳଦେବଜିଉଙ୍କ ଜମିକୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଛି। ଏ ନେଇ ଗୁରୁବାର ସ୍ଥାନୀୟ ଅଧିବାସୀଙ୍କ ସହ କାଉନ୍‌ସିଲର ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମନ୍ଦିରଠାରୁ ମାତ୍ର...

ଡକାୟତି ଘଟଣାରେ ୩ ଗିରଫ

ଭଣ୍ଡାରିପୋଖରୀ,୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ଡକାୟତି ଘଟଣାରେ ୩ ଯୁବକଙ୍କୁ ଗୁରୁବାର ରାତିରେ ଧାମନଗର ଛକଠାରୁ ଗିରଫ କରିଛି। ସେମାନେ ହେଲେ ଧାମନଗର ମୁନସୀପାଟଣା ଅଞ୍ଚଳର ସେକ୍‌ ସର୍ପଉଦ୍ଦିନ, ସେକ୍‌ ନିଆମତୁଲା ଓ ହବିବନଗରର ସେକ୍‌...

ମଦ ବେପାର କରି ପୋଲିସ ହାତରେ ଶିକ୍ଷକ ଧରାପଡ଼ିବା ଘଟଣା: ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜିଲା ମଙ୍ଗଳ ଅଧିକାରୀ

ମୋରଡ଼ା,୨ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଦାନ୍ତିଆମୁହଁାସ୍ଥିତ ବିଦେଶୀ ମଦ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ମଦ ଆଣି ପୋଲିସ ହାତରେ ଧରାପଡ଼ିଥିବା ଜଣେ ଶିକ୍ଷକଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମୋରଡ଼ା ଏବଂ ବଡସାହି ବ୍ଲକ ମଙ୍ଗଳ ସମ୍ପ୍ରସାରଣ...

ଭିଜିଲାନ୍ସ ଜାଲରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ

ବାରିପଦା ଅଫିସ,୨ା୧୨: ମୟୂରଭଞ୍ଜ ଜିଲା ଯଶୀପୁର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ବ ନୀରିକ୍ଷକ ଭାର୍ଗବ ମହାକୁଡ଼ ଶୁକ୍ରବାର ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ା ତାଙ୍କଠାରୁ କେମିକାଲ୍‌ ବୋଳା ସମସ୍ତ ନୋଟ୍‌ ଜବତ...

ଡିସେମ୍ବର ୨ରୁ ୮ ପିଏଲ୍‌ଜିଏ ସପ୍ତାହ ପାଳିବେ ମାଓବାଦୀ

ରାୟଗଡ଼ା,୨।୧୨(ସ୍ବ.ପ୍ର.): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ମାଓବାଦୀମାନେ ଶୁକ୍ରବାର ବିରୋଧ କରିଛନ୍ତି। ଏନେଇ ସିପିଆଇ(ମାଓବାଦୀ) ସଂଗଠନର ବାସଧାରା-ଘୁମୁସୁର-ନାଗାବଳୀ(ବାଘୁନା) ଡିଭିଜନାଲ କମିଟି ପକ୍ଷରୁ ଏକ ପ୍ରେସ ବିବୃତି ଏବଂ ଲିଫ୍‌ଲେଟ୍‌ ଜାରି କରାଯାଇଛି। ରାୟଗଡ଼ାର ଖବରଦାତାଙ୍କୁ ଏକ ପ୍ରେସ ବିବୃତି ସହ...

ଭଡ଼ା ଘରୁ ମିଳିଲା ଶିକ୍ଷକଙ୍କ ମୃତଦେହ, ହତ୍ୟା ସନ୍ଦେହ

ହାଟଡିହୀ,୨।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ହାଇସ୍କୁଲ ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରୈଗାଁରେ ରହୁଥିବା ଏକ ଭଡ଼ା ଘରୁ ଶୁକ୍ରବାର ଉଦ୍ଧାର ହୋଇଛି l ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା...

ଗଛରେ ପିଟିହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାସାହି ଛକ ଏକ ଗାଡ଼ି ଶୋ’ରୁମ ସମ୍ମୁଖରେ ଥିବା ଏକ ଗଛରେ ପିଟିହୋଇ ଜଣେ ବାଇକ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଖରିଡା ଗ୍ରାମର ଡ୍ରାଇଭର ନାହାକ(୫୨)। ମିଳିଥିବା...

ଦୁର୍ନୀତି ଅଭିଯୋଗ ପରେ ପଞ୍ଚାୟତକୁ ଦିଆଗଲା ପିଡିଏସ୍‌ ବଣ୍ଟନ ଦାୟିତ୍ୱ

କେସିଙ୍ଗା,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନରେ ଦୁର୍ନୀତି ଓ ଅନିୟମିତତାକୁ ନେଇ କେସିଙ୍ଗା ବିଡିଓଙ୍କ ନିକଟରେ ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ଶୁକ୍ରବାର ବଣ୍ଟନ ଦାୟିତ୍ୱ ପଞ୍ଚାୟତକୁ...

ଗାଈ ବାଛୁରିଙ୍କୁ ବ୍ୟାପୁଛି ଅଜଣା ରୋଗ :୨ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବେଗୁନିଆପଡ଼ା,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଟି ଗାଈ ବାଛୁରିଙ୍କ ମୃତ୍ୟୁ ଘଟିଥିବା...

ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜେଲରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri