ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଲେ ୪ ମାଓବାଦୀ
ମାଲକାନଗିରି,୬ା୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍ମା ପୋଲିସ ଦୁଇଟି ସ୍ଥାନରୁ ୪ ମାଓବାଦୀଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଚିନ୍ତାଗୁଫା ପୋଲିସ ଡିଆର୍ଜି ବାହିନୀ ମିଳିତ ଭାବେ ତାଡମେଟଲା ଓ ଆଖପାଖ ଅଞ୍ଚଳରେ କୋମ୍ବିଂ କରିଥିଲେ । ଏହି…
ନକ୍ସଲ ନାଁରେ ସରକାରୀ କର୍ମଚାରୀଙ୍କୁ ମାଗୁଥିଲେ ଟଙ୍କା: ଧରାପଡ଼ିଲେ ୨ ଅଭିଯୁକ୍ତ
କୋରାପୁଟ/ ନାରାୟଣପାଟଣା,୬।୨(ଅମିତାଭ ବେହେରା / ରାଜକିଶୋର ଜେନା ): ନକ୍ସଲ ନାମରେ ସରକାରୀ କର୍ମଚାରୀଙ୍କୁ ଆରଟିଆଇ ଜରିଆରେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। ଗୁରୁବାର ନାରାୟଣପାଟଣା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନାରାୟଣପାଟଣା ଥାନା…
ଜନ୍ମମାଟିରେ ବିଏସ୍ଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ଛତ୍ରପୁର,୬।୨(ଦିଲୀପ ସାମଲ): ବିଏସ୍ଏଫ ଯବାନ କେ.ସୋମନାଥଙ୍କ ଗୁରୁବାର ଜନ୍ମମାଟି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବାଳକୃଷ୍ଣପୁର ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବାଟାଲିଅନ ୟୁନିଟ୍ ପକ୍ଷରୁ ଗାର୍ଡ ଅଫ୍ ଅନ୍ର ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଗ୍ରାମବାସୀ…
ଆଶ୍ରମ ବୁଲି ଷ୍ଟବେରୀ ଚାଷ ଦେଖିଲେ ଷ୍ଟାଣ୍ଡିଂ କମିଟି
ପଟ୍ଟାଙ୍ଗି,୬ା୨(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସର୍କିଟ ହାଉସ୍ରେ ପହଞ୍ଚି ପରେ ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତର ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ବୁଧବାର ରାତ୍ରିଯାପନ କରିଥିଲେ। କମିଟିର ଏହି ଗସ୍ତକୁ ପ୍ରଶାସନ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର: କରି ନିୟନ୍ତୁ ଏହି କାମ…
ଚନ୍ଦାହାଣ୍ଡି,୬।୨(ଦିଲୀପ କୁମାର ଦାସ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତରେ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଘର ଘର ବୁଲି ପୂର୍ବ…
Kendujhar: କଷ୍ଟ ସହି ନ ପାରି ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ
ଆନନ୍ଦପୁର,୬।୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାଇଲେସିସ କଷ୍ଟ ସହି ନ ପାରି ଜଣେ ରୋଗୀ ମେଡିକାଲ ଛାତ ଉପରୁ ଡେଇଁ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ମୁତାବକ,…
ଭାଇରାଲ ହେଲା ରାଣୀ ପ୍ରିୟଦର୍ଶିନୀଙ୍କ ଡମ୍ବରୁ ଧରି ତାଣ୍ଡବ ନାଚ: କହିଲେ ଏଥର ଖଣ୍ଡଗିରିରେ ମୁଁ କରିବି…
ଭୁବନେଶ୍ୱର,୬ା୨: ଖଣ୍ଡଗିରି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଗୁରୁବାର ତୃତୀୟ ଦିନରେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ପୂଜାର୍ଚ୍ଚନାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏପରିକି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁସନ୍ଥମାନେ…
ଜମିବାଡି ବିବାଦକୁ ନେଇ ହତ୍ୟା: କନ୍ଧମାଳ ଗାଡିଆପଡା ଘାଟିରୁ ମିଳିଲା ଗଳିତ ମୃତଦେହ, ମୁଖ୍ୟ ଅଭିଯୁକ୍ତ ଗିରଫ
ଖଜୁରୀପଡ଼ା ୬।୨( ବିଦୁର ବେହେରା/ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣିରୁ ଗୁରୁବାର ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟିଙ୍କ ଉପସ୍ଥିତିରେ ପୋଲିସ ଗଳିତ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ…
ବନବାସୀ ଚାଷୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ଉପଯୁକ୍ତ ଥଇଥାନ କରିବାକୁ ଦାବି
ବାଲିଗୁଡା ,୬।୨: (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ…
ଅଦରକାରୀ କାଗଜ ନଦୀକୁ ପକାଇବାକୁ ଯାଇଥିଲେ, ଖସିଗଲା ଗୋଡ: ଆଉ ତା’ପରେ…
ଧୂଷୁରୀ, ୬।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଅଧୀନ ପଙ୍ଗଟା ଗ୍ରାମର ଶକ୍ତିମୟୀ ଦାସ(୮) କୋଚିଳା ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ପରିବାର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟାରେ କିଛି ଅଦରକାରୀ କାଗଜ ନଦୀକୁ ପକାଇବାକୁ…
କଟନି-ଛଟନିକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ
ଖୋର୍ଦ୍ଧା,୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାାପକ ଅବ୍ୟବସ୍ଥା ଲାଗି ରହିଛି। ଧାନର ଏଫଏକ୍ୟୁ ମାନ ନ ଥିବା ଦର୍ଶାଇ ମନଇଚ୍ଛା କଟନିଛଟନି କରାଯାଉଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା,…
ପର୍ଯ୍ୟଟନ କ୍ଷେତ୍ରର ବଦଳିବ ପଟ୍ଟଚିତ୍ର: ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ
ଦାରିଙ୍ଗବାଡି, ୬।୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ପଟ୍ଟଚିତ୍ର ବଦଳିଯିବ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ବିଭାଗର ୨ ଜଣିଆ ପ୍ରତିନିଧି…
Archives


