ଆମ ଜିଲା ଖବର

ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ

ଦେବଗଡ,୨୭।୫(ଶଶାଙ୍କ ଶେଖର ଝାଙ୍କର): ସାମାଜିକ ବାସନ୍ଦ ଭୟରେ ଛୁଇଁଲେ ନିଜ ଆତ୍ମୀୟଙ୍କ ମୃତଦେହ । ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଆଜି ଏକ ଅଭାବନୀୟ ଘଟଣା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ…

ଚାଷୀଙ୍କ ଦୁଃଖ ବଢ଼ାଇଲା ଅଦିନିଆଁ ବର୍ଷା: ଉଜୁଡ଼ିଲା ଧାନ, ଆଶଙ୍କାରେ କ୍ଷତିପୂରଣ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। କେତେବେଳେ ରୋଗପୋକ ତ ଆଉକେବେ ଅଦିନିଆଁ ବର୍ଷା ଚାଷୀଙ୍କ ଧାନ ଫସଲକୁ ଉଜାଡ଼ି ଦେଉଛି। ବର୍ତ୍ତମାନ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ଚାଷୀଙ୍କ ରବିଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ଅଦିନିଆଁ ବର୍ଷା…

ଦାଉ ସାଧୁଛି ବର୍ଷା: କଳାହାଣ୍ଡିରେ ରବି ଧାନ କିଣା ପ୍ରଭାବିତ

ଭବାନୀପାଟଣା,୨୬ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଗତ ୨୦ତାରିଖଠାରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ୨ଦିନ ପରେ ଜିଲାରେ ବର୍ଷା ପ୍ରାୟ ସମୟରେ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଅପରାହ୍ନରେ ଘଡ଼ ଘଡି…

ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ର ପାଣିଛତ୍ରରୁ ଜମୁର୍‌ ରାସ୍ତା ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି। ରବିବାର ବର୍ଷା ହେବା ପରେ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି…

ରାସ୍ତା କାମ କରି ପାରିଶ୍ରମିକ ପାଇନାହାନ୍ତି ଶ୍ରମିକ: ବିଡ଼ିଓଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୨୬ା୫(ତୁମେଶ୍ବର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧୀନ ତୁର୍ଲା ଗ୍ରାମର ହରିଜନ ପଡାରେ ରାସ୍ତାକାମ କରି ଆଜକୁ ଏକବର୍ଷରୁ ଊଦ୍ଧର୍‌ବ ହେଲାଣି ଶ୍ରମିକମାନେ ପାରିଶ୍ରମିକ ପାଇନାହାନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତୁର୍ଲା ଗ୍ରାମର ସ୍କୁଲ ପଡ଼ାରେ ଦୁଇ…

ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନଙ୍କ ବୋଝ: ଭାଙ୍ଗିପଡ଼ିଛନ୍ତି ମମତା

କର୍ଲାମୁଣ୍ଡା,୨୭।୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍‌ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍‌ବ ମହିଳା ପୁରୁଷ ମୃତ୍ୟୁସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି।…

ଝୁଲିପଡ଼ିଲେ ମହିଳା: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ନୂଆପଡ଼ା,୨୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁର ଜଣେ ବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଜବତ କରିଛି। ମୃତା ମହିଳା ହେଲେ ଦେଓଦରା ପଞ୍ଚାୟତ ମଳିକମୁଣ୍ଡା ଗାଁର ଯମୁନା ହେର୍ନା (୨୯)। ଯମୁନାଙ୍କୁ ଶାଶୁଘର ଲୋକେ…

୩୦ ମିନିଟ ଭିତରେ ୩ ଦୁର୍ଘଟଣା: ୬ ଆହତ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ରାତି ୯ରୁ ସାଢ଼େ ୯ଟା ମଧ୍ୟରେ ୩ ଟି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ ଗୁରୁତର ଭାବେ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଲିଗଲା ଘର

ଧର୍ମଶାଳା,୨୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାଯତର ବରମୁଣ୍ଡୁଲି ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ମିଳିଥିବା ସୂଚନା…

୮ମାସ ତଳେ ହରାଇଥିଲେ ସ୍ବାମୀ, ଏବେ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅ ଜୀବନ

ଲାଞ୍ଜିଗଡ଼,୨୬ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ସୋମବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଫୁଲମତି ନାଏକ (୨୯) ଓ ୭ ମାସର ପୁଅ…

ମଦ ଭାଟିରେ ତାଲା ପକାଇଲେ ବିଧାୟକ

କୋରାପୁଟ/ନାରାୟଣପାଟଣା,୨୬ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ନେଇ ସୋମବାର ଆନ୍ଦୋଳନ କରାଯାଇଛି। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ ନେତୃତ୍ୱରେ ବନ୍ଧୁଗାଁ, ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଦୋଳନ ହୋଇଛି। ସୋମବାର ବିଧାୟକ…

ଚାଲିଥିଲା ସାବିତ୍ରୀ ପୂଜା: ମାଡ଼ି ଆସିଲେ ମହୁମାଛି, ଆଉ ତା’ପରେ…

ଆନନ୍ଦପୁର/ଘସିପୁରା,୨୬।୫(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ): ସାବିତ୍ରୀ ପୂଜା ଚାଲିଥିବା ବେଳେ ଏକ ଅଘଟଣ ସାମ୍‌ନାକୁ ଆସିଛି। ମହୁମାଛି ଆକ୍ରମଣରେ ୨ ଗାଁରୁ ୪ ମହିଳା ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ପୁରୁଣିଆ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?