ଆମ ଜିଲା ଖବର

ଚୋରି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ବର୍ଷେ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଜରିମାନା

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଚୋରି ମାମଲା (ଜିଆର -୫୪୪/୨୪)ର ଚୂଡାନ୍ତ ରାୟ ପ୍ରକାଶ କରି ଶୁକ୍ରବାର ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାଟପୁର…

ପୁଣି ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ

ଭୁବନେଶ୍ୱର,୨୩।୫: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉପରେ ଶୁକ୍ରବାର ବର୍ଷିଛନ୍ତି ଭାଜପାର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଶୁକ୍ରବାର ଗଣମାଧ୍ୟମ ଆଗରେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡି ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି…

ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ

ବଲାଙ୍ଗିର, ୨୩।୦୫(ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଜିଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଆଜି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ…

ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ

ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ…

ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ।…

ନାତିର ଜନ୍ମଦିନରେ ମନ୍ଦିର ଯିବା ପାଇଁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଜେଜେ-ନାତି

ପାଟଣା,୨୩ା୫(ବୀରକିଶୋର ଦାଶ): ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେଜେବାପା ବାସୁଦେବ ମହାନ୍ତ ଏବଂ ୯ ବର୍ଷର ନାତି ଦିବ୍ୟାଂଶୁ । କେନ୍ଦୁଝର…

ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରା ପାଇଁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ଦିଆଯିବ। ଦେବୋତ୍ତର ଆୟୋଗ…

ପୁରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ପାଇଁ ଆଣ୍ଟି-ଡ୍ରୋନ ସିଷ୍ଟମ

ପୁରୀ, ୨୩।୫: ପୁରୀ ଜଗନ୍ନାଥ ମନ୍ଦିରରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ୧୨ଶ ଶତାବ୍ଦୀର ହିନ୍ଦୁ ତୀର୍ଥସ୍ଥଳୀର ସୁରକ୍ଷା ପାଇଁ ଆଣ୍ଟି-ଡ୍ରୋନ ପ୍ରଯୁକ୍ତି ସ୍ଥାପନ ଉପରେ ବିଚାର କରୁଛନ୍ତି। ଏ ସମ୍ପର୍କରେ ଆଇନ ବିଭାଗ…

ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଜବରଦଖଲ ଉଚ୍ଛେଦ

ପାଟଣା,୨୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ ପାଇଁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ୨ଟି ଜେସିବି ସାହାଯ୍ୟରେ ବେଆଇନ ନିର୍ମାଣକୁ ଭଙ୍ଗା କାର୍ଯ୍ୟ ଚାଲିଛି। ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା…

ପ୍ରିୟଙ୍କାଙ୍କ ସହ ଜ୍ୟୋତି ବୁଲିଥିଲେ କୋଣାର୍କ-ଚିଲିକା, କେଉଁ ହୋଟେଲରେ କାହା ସହ…

ପୁରୀ,୨୩ା୫(ଅଜିତ୍‌ କୁମାର ମହାନ୍ତି): ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ୍‌ ଘଟଣାର ତଦନ୍ତ ଗୁରୁବାର ୬ଷ୍ଠଦିନରେ ପହଞ୍ଚତ୍ଛି। ଜ୍ୟୋତି ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ରହିଛି, ଆୟର ସୂତ୍ର, ବାହାରୁ କେଉଁଠୁ…

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ

ବାରିପଦା,୨୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନା ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା…

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?