ଏମିତି ପୁଅ ଆଉ ଖୋଜିଲେ ମିଳିବ ନାହିଁ…ରଘୁନାଥଙ୍କୁ ଝୁରୁଛି ସମଗ୍ର ଗାଁ

ଦାରିଙ୍ଗବାଡି,୧୭।୭ (ଅରୁଣ ସାହୁ)- ତାମିଲନାଡୁରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ମୃତଦେହ ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ଗ୍ରୀନବାଡି ବାସଭବନରେ ପହଞ୍ଚିଛି। ରଘୁନାଥ ନାୟକ ଓରଫ ଦାସିଆଙ୍କ ମୃତଦେହ ପହଞ୍ଚିବା ସମୟରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ରଘୁନାଥଙ୍କୁ ତାଙ୍କ ପରିବାର ସମେତ ସାଙ୍ଗସାଥି, ସାହି ବାସିନ୍ଦା ସମସ୍ତେ ଝୁରୁଛନ୍ତି। ସମସ୍ତେ ତାଙ୍କ ପ୍ରଶଂସା କରୁଥିଲେ। ତାଙ୍କୁ ମନେପକାଇ ସେ କିଭଳି ଶାନ୍ତ ସ୍ବଭାବର ପିଲା ଥିଲେ ଓ ଘର ପରିବାରର ବୋଝ ମୁଣ୍ଡାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ, ସେନେଇ ଆଲୋଚନା କରୁଥିଲେ। ଏବେ କିଭଳି ପରିବାର ଚାଲିବ, ବିଧବା ସ୍ତ୍ରୀ ଓ ମା’ଏବଂ ୨ ବର୍ଷର ଶିଶୁକୁ କିଭଳି ପ୍ରତିପୋଷଣ ହୋଇପାରିବ ସେନେଇ ଚିନ୍ତା ବଢିଯାଇଛି।
ମା’ ଜାନକୀ ନାୟକ ତାଙ୍କ ବଡ଼ ଓ ରୋଜଗାରିଆ ପୁଅ ରଘୁନାଥଙ୍କୁ ଝୁରି ଝୁରି ଆଖିରୁ ଲୁହ ଶୁଖୁ ନ ଥିବା ଜଣାପଡିଛି। କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ, ଶବ ହୋଇ ଫେରିଲେ। ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।
ପ୍ରକାଶ ଯେ, ଗ୍ରୀନବାଡିର ରଘୁନାଥ ନାୟକ ଓରଫ ଦାସିଆ ନିଜ ପରିବାର ପ୍ରତିପୋଷଣ ହେବା ପାଇଁ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ଗତ ସପ୍ତାହରେ ସେ ବାଇକରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କ ମୁଣ୍ଡକୁ ଶକ୍ତ ଧକ୍କା ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ହୋଇଥିଲା। ସେଠାରୁ ତାଙ୍କୁ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ମଧ୍ୟାହ୍ନରେ ଗ୍ରୀନବାଡି ନିଜ ବସଭାବନରେ ମୃତଦେହ ପହଞ୍ଚିଥିଲା। ମୃତଦେହ ପହଞ୍ଚିବାବେଳେ ଗ୍ରୀନବାଡିରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଞ୍ଚଳବାସୀ ଏହି ଖବରକୁ ଅତି ସହଜରେ ଗ୍ରହଣ କରିପାରୁ ନ ଥିଲେ। ରଘୁନାଥ ଜଣେ ଶାନ୍ତ ସରଳ ଓ ପରିଶ୍ରମୀ ଥିଲେ। ମା’ ତାଙ୍କୁ ହରାଇ ଆଖିରୁ ଲୁହ ଶୁଖୁନି। ଏଭଳି ପୁଅ ଆମେ ଆଉ ଖୋଜିଲେ ପାଇବୁନାହିଁ ବୋଲି ସମ୍ପର୍କୀୟ ବାହୁନି ବାହୁନି କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ସରକାର ସାହାଯ୍ୟ କରିବାକୁ ସମସ୍ତେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri