ଆମ ଜିଲା ଖବର

ଧକ୍କା ଦେଲା ପିକ୍‌ଅପ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୧୩ା୧- ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ନୂଆବର୍ଷର ପ୍ରଥମ ଦିନ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ରାସ୍ତାରେ ଟ୍ରକ ଧକ୍କାରେ କେଦାର ଚନ୍ଦ୍ର...

ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ: ଜିଲାପାଳ

ବଲାଙ୍ଗୀର ଅଫିସ,୧୩।୧: ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ୯, ୧୧, ୧୫ ଓ...

ବିଦେଶୀ ଖେଳାଳି ଖାଇବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

ରାଉରକେଲା,୧୩।୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ଅନେକ ବିଦେଶୀ ଖେଳାଳି ଓଡ଼ିଶା ଆସିଛନ୍ତି। ଏ ନେଇ ରାଉରକେଲା ବିର୍ସାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ତେବେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ବରୂପ...

ମକର ସଂକ୍ରାନ୍ତିରେ କାଇଟ୍‌ ଫେଷ୍ଟିଭାଲ୍‌

ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍‌ ଫେଷ୍ଟିଭାଲ୍‌ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଖବରଦାତା ସମ୍ମିଳନୀରେ ଆୟୋଜକ ସମ୍ବଲପୁର ୟୁଥ୍‌ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।...

ଅବକାରୀ ବିଭାଗର ଚଢ଼ାଉ: ଫେରାର ମାରିଲେ ମଦ ବ୍ୟବସାୟୀ

ଜୟପୁର,୧୩ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ କଳାଗୁଡାରେ ଅବକାରୀ ବିଭାଗ ଓ ସଦର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ପୂର୍ବରୁ ଖବର ପାଇ ମଦ ବ୍ୟବସାୟୀମାନେ ଫେରାର ହେଇଯାଇଥିଲେ। ହେଲେ ଘଟଣାସ୍ଥଳରୁ ୧ ହଜାର ଲିଟର ପୋଚ, ଶହେ...

ଯାତ୍ରା ଦେଖିବାକୁ ଯାଇଥିଲେ ଦମ୍ପତି: ତାଲା ଭାଙ୍ଗି ଘରେ ପଶିଲେ ଚୋର

ଗୋପବନ୍ଧୁନଗର,୧୩।୧(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକ କୁଆମରା ପଞ୍ଚାୟତ ତଳକଡ଼ଦା ଗ୍ରାମର ସୁମନ୍ତ କୁମାର ଦାଶଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଟଙ୍କା ଓ ଗହଣା ଚୋରି କରିନେଇଛନ୍ତି। ସୁମନ୍ତ ଓ ତାଙ୍କ ସ୍ତ୍ରୀ ସ୍ଥାନୀୟ କଲେଜ ପଡ଼ିଆକୁ ଯାତ୍ରା...

ହାତ ତିଆରି ଜିନିଷର ଠିକ୍‌ ମୂଲ୍ୟାୟନ ମେଳାର ଲକ୍ଷ୍ୟ

ବାସୁଦେବପୁର,୧୩।୧(ଡି.ଏନ.ଏ.): ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଶୁକ୍ରବାର ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ...

ସେଲ୍ଫି ପଏଣ୍ଟ ନିର୍ମାଣସ୍ଥଳ ଅନୁଧ୍ୟାନ କଲେ ଇଓ

ଗଞ୍ଜାମ,୧୩।୧(ଡି.ଏନ.ଏ. ): ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟକୁ ଶୁକ୍ରବାର ଏନ୍‌ଏସି ଇଓ ଅବିନାଶ ମିଶ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା...

ଉତ୍କଳ ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାସ୍ତରୀୟ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ୧୨୩ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତପ୍ରକାଶ...

ଗଞ୍ଜାମରେ ହେବ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ସର୍ଭେ

ଛତ୍ରପୁର,୧୩ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଜିପିଏସ୍‌ ଓ ଡିଜିପିଏସ୍‌ ମାଧ୍ୟମରେ ଏହି ହାଇଟେକ୍‌ ସର୍ଭେ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ...

ଜି.ଉଦୟଗିରି କାଉନସିଲର ଉପନିର୍ବାଚନରେ ବିଜେଡି ବିଜୟୀ

ଜି.ଉଦୟଗିରି,୧୩ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ଓ୍ବାର୍ଡ କାଉନସିଲର ପଦବୀ ନିମନ୍ତେ ଗୁରୁବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି। ସିଦ୍ଧେଶ୍ୱରୀ ସମୁଦାୟ ୬୫ଟି ଭୋଟ୍‌ ପାଇ ବିଜୟୀ ହୋଇଥିବା...

ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ

ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଥିଲା। କୁହୁଡ଼ି ଯୋଗୁ ୨ ଶହ ମିଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri