କଳାହାଣ୍ଡି ରେଳ ଯାତ୍ରୀ ସଂଘର ମୁଖ୍ୟପରାମର୍ଶ ଦାତାଙ୍କ ୧୩ ଦଫା ଦାବି: ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶ ଦାତା ତଥା କେସିଙ୍ଗା ସିଟିଜନ ଫୋରମ ସଭାପତି ଡାକ୍ଟର ହେମସାଗର ସାହା ଭୁବନେଶ୍ବରରେ ଅନୁଷ୍ଠିତ ଜେଡ.ଆର୍‌.ୟୁ.ସି.ସି ବୈଠକରେ ଯୋଗ ଦେଇଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୩ ଦଫାଦାବି ପତ୍ର ରେଳ ବିଭାଗର ଉଚ୍ଚତମ ଅଧିକାରୀମାନଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେରେ ମୁଖ୍ୟତଃ କେସିଙ୍ଗା ରେଳ ଷ୍ଟେଶନ ଓ ଆଖପାଖ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତର ସାହା ନିଜ ଦାବିପତ୍ର ଉପସ୍ଥାପନ କରିଥିଲେ। କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ, କୋରାପୁଟ ରାୟଗଡା ଭାୟା ଟିଟଲାଗଡ ଦେଇ ଭୁବନେଶ୍ବରକୁ ଟ୍ରେନ, ସପ୍ତାହକୁ ତିନି ଦିନ ହାୱଡା ଇସ୍ପାତ ଏକ୍ସପ୍ରେସକୁ ଟିଟଲାଗଡ ପରିବର୍ତ୍ତେ କେସିଙ୍ଗା ଯାଏ ସମ୍ପ୍ରସାରଣ କରିବା ସହ , କେସିଙ୍ଗାରୁ ଜୁନାଗଡ଼ ଭଦ୍ରାଚଲମ ରେଳ କରିଡ଼ରର ଶୀଘ୍ର କାମ ଆରମ୍ଭ କରିବା ପାଇଁ ଦାବି କରାଯାଇଛି। କେସିଙ୍ଗା ରେଳ ଷ୍ଟେଶନରେ ପାର୍କିଙ୍ଗର ସୁବ୍ୟବସ୍ଥା ସାଙ୍ଗକୁ ପାର୍କି ଫି ଦର କମାଇବା, କେସିଙ୍ଗା ଷ୍ଟେଶନରେ ପ୍ଲାଟ ଫର୍ମ ନଂ ୧ ରେ ଟିକେଟ ବୁକିଂ କାଉଣ୍ଟର ବ୍ୟବସ୍ଥା, ପ୍ଲାଟ ଫାର୍ମ ନଂ ୨,୩ ଓ ୪ ରେ ଟି ଷ୍ଟଲର ବ୍ୟବସ୍ଥା, ରେଳ ଷ୍ଟେଶନରେ ରହୁଥିବା ସମସ୍ତ ଗାଡ଼ି ୨ ମିନିଟ ପରିବର୍ତ୍ତେ ୫ ମିନିଟ ରହିବାର ପାଇଁ ଦାବି ଜଣାଇଥିଲେ। ଉକ୍ତ ଷ୍ଟେଶନରେ ମାଲ ପରିବହନର ସୁଦୃଢ ବ୍ୟବସ୍ଥା କରିବା, ରେଳ ଷ୍ଟେଶନରେ ଥିବା ଶୌଚାଳୟର ନବୀକରଣ, ସମ୍ବଲପୁର ରାୟଗଡ଼ା ତପଶ୍ବିନୀ ଏକ୍ସପ୍ରେସ ଦୁଇ ମିନିଟ ପାଇଁ କାଣ୍ଡେଲ ରୋଡରେ ରହଣି ପାଇଁ ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଷ୍ଟେଶନରେ ସୁଦୃଢ ଆଲୋକିକରଣ ଓ ପାନୀୟ ଜଳର ବ୍ୟବସ୍ଥା ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସମ୍ବଲପୁର ପର୍ଯ୍ୟନ୍ତ ଆସୁଥିବା ମୟୂରାକ୍ଷି ଏକ୍ସପ୍ରେସକୁ ଟିଟିଲାଗଡ ଷ୍ଟେଶନ ପର୍ଯ୍ୟନ୍ତ ଏକ୍ସଟେନସନ କରିବା ପାଇଁ ସିଟିଜନ ଫୋରମ ସଭାପତି ୧୩ ଦଫାଦାବି ପତ୍ର ଉପସ୍ଥାପନ କରିଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?