ନବରଙ୍ଗପୁର

୩୧୫ ଗାଁକୁ ଏଯାଏ ହୋଇନି ବିଦ୍ୟୁତ୍‌ ସଂଯୋଗୀକରଣ

ନବରଙ୍ଗପୁର, ୨୨।୫(ବି.ପ୍ର.): ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ନବରଙ୍ଗପୁର ଜିଲାର ୩୧୫ଟି ଗାଁକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁ ଓ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟାପକ ଅନୁଦାନ ଖର୍ଚ୍ଚ କରୁଛନ୍ତି।…

କଂସବଧ ସହ ସରିଲା ଚନ୍ଦାହାଣ୍ଡି ଧନୁଯାତ୍ରା

ଚନ୍ଦାହାଣ୍ଡି, ୨୨।୫(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ୧୨ ଦିନ ଧରି ଚାଲିଥିବା ଧନୁଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ସରିଛି। ଅନ୍ତିମ ଦିବସରେ ମନ୍ତ୍ରୀ କୃଷ୍ଣ ବଳରାମଙ୍କୁ ନେଇ ମଥୁରା ରାଜଦରବାରରେ ପ୍ରବେଶ କରିଛନ୍ତି । ମଥୁରାବାସୀ…

ପରିବାର ସହ ଯାଉଥିଲେ ଓଲଟିଲା କାର୍‌

ପାପଡ଼ାହାଣ୍ଡି,୨୦।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ଝିଟକୁଗୁଡା ନିକଟରେ ଶୁକ୍ରବାର ଏକ କାର ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡିଥିଲା। ଫଳରେ ଗୋଟିଏ ପରିବାର ୪ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସୁନାବେଢାର ଭୁବନାନନ୍ଦ ନାୟକ,…

ୱାଟର ହିଟରରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳା ମୃତ

ନବରଙ୍ଗପୁର, ୧୯।୫(ବି.ପ୍ର.): ପାଣି ଗରମ କଲା ବେଳେ ୱାଟର ହିଟରର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନବରଙ୍ଗପୁର ସହର ସଙ୍ଖାରିସାହିର କିଶୋର କୁମାର ବେହେରାଙ୍କ ସ୍ତ୍ରୀ ପ୍ରତିମା ବେହେରା (୨୫)। ସୂଚନାନୁଯାୟୀ, କୋରାପୁଟ…

ଝରିଗାଁ-ଡାବୁଗାଁ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଝରିଗାଁ ୧୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝରିଗାଁ-ଡାବୁଗାଁ ରାସ୍ତାରେ ଏକାଧିକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ସଦରସ୍ଥିତ ବିଭିନ୍ନ ହୋଟେଲ, ଦୋକାନ ଓ ଘରର ଆଜବେଷ୍ଟସ…

ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ଡାବୁଗାଁ,୧୯।୫(ଡି.ଏନ୍‌.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ନୁଆ ବସ୍‌ଷ୍ଟାଣ୍ଡ ଠାରେ ସ୍ମାର୍ଟ ବସଷ୍ଟାଣ୍ଡନିର୍ମାଣ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ସରିଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ବସଷ୍ଟାଣ୍ଡ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଡାବୁଗାଁ ତହସିଲଦାରଙ୍କ…

ସ୍ତ୍ରୀଙ୍କୁ ଭାଉଜ, ଝିଅକୁ ଝିଆରୀ କହୁଥିଲେ ପ୍ରେମିକ: ଧାରଣା ଦେଲେ ଗର୍ଭବତୀ ପ୍ରେମିକା

ପାପଡ଼ାହାଣ୍ଡି,୧୮ା୫(ଡି.ଏନ୍‌.ଏ.): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବା ପରେ ହାତ ଛାଡ଼ି ଦେଇଛନ୍ତି ପ୍ରେମିକ ଜଣକ। ସେପଟେ ଗର୍ଭବତୀ ଯୁବତୀଙ୍କୁ ଘରେ ପୂରାଉ…

ସାଗରମୁଣ୍ଡାର ପୁନରୁଦ୍ଧାର ଦାବି

ନବରଙ୍ଗପୁର,୧୬।୫(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ରହିଛି ଏକ ବୃହତ୍‌ ଜଳାଶୟ ‘ସାଗରମୁଣ୍ଡା’। ଏହା ପାଖରେ ଥିବା ଗାଁର ନାମ ମଧ୍ୟ ସାଗରମୁଣ୍ଡା। ପ୍ରାୟ ୫୬ ଏକରରେ ପରିବେଷ୍ଟିତ ଏହାର ସୀମା। ଜିଲାର ଏକ ପ୍ରସିଦ୍ଧ ଶୈବପୀଠ, ପାହାଡ଼ର…

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ହାତୀପଲ

ରାଇଘର, ୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଲଗାତର ହାତୀପଲ ଛତିଶଗଡ ଅଞ୍ଚଳରୁ ଓଡ଼ିଶା ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି। ଏବେ ଏକ ହାତୀପଲ ସୀମାନ୍ତ ଅଞ୍ଚଳରେ ଘୂରି ବୁଲୁଛନ୍ତି। ସୀମାନ୍ତବାସୀ ଭୟଭୀତ ଅବସ୍ଥାରେ ରହୁଥିବାବେଳେ ବନ ବିଭାଗର ମୁଣ୍ଡ ବ୍ୟଥା କାରଣ…

ଶିକ୍ଷା ବିଭାଗ କର୍ମଚାରୀଙ୍କୁ କଂସଙ୍କ ଡାକରା

ଚନ୍ଦାହାଣ୍ଡି,୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାର ଅଷ୍ଟମ ରଜନୀରେ ଅଷ୍ଟମଲ୍ଲ ସଖା ବଧ ମଞ୍ଚସ୍ଥ ହୋଇଛି। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ଗୋପପୁରରୁ ବାଜାବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ…

କଅଁଳ କାନ୍ଧରେ ୩ ଭଉଣୀ, ଭାଇଙ୍କ ଦାୟିତ୍ୱ

ନବରଙ୍ଗପୁର,୧୫।୫(ବି.ପ୍ର.): ଏକାକରି ଆରପାରିକୁ ଚାଲିଗଲେ ମା’, ବାପା। ଏବେ ବଡ଼ ଝିଅର କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଦାୟିତ୍ୱ। ମାତ୍ର ୧୬ ବର୍ଷ ବୟସରେ ପାଠପଢ଼ାରେ ମନଦେବା ବଦଳରେ ମନକୁ ଦୃଢ଼ କରି ତିନି ଭଉଣୀ ଭାଇଙ୍କୁ ମଣିଷ କରିବାର ସାହସ କରିଛନ୍ତି।…

୨୦ ବର୍ଷର ସ୍ବପ୍ନ ପୂରଣ ହେଲା: କାଦଦୋରା ଗାଁରେ ନଳକୂପ ଖନନ ହେଲା

ପାପଡ଼ାହାଣ୍ଡି/ମଇଦଲପୁର,୧୫।୫(ଡି.ଏନ୍‌.ଏ.): ଗ୍ରାମ ବସତିର ୨୦ ବର୍ଷ ପରେ ଗ୍ରାମବାସୀଙ୍କ ସ୍ବପ୍ନ ସାକାର ହୋଇଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ କାଦଦୋରା ଗ୍ରାମରେ ଶନିବାର ନଳକୂପ ଖୋଳାଯାଇଛି। ଜିଲା ପରିଷଦ ସଭ୍ୟା ଲିପିକା ମାଝି ଏବଂ ମଇଦଲପୁର ସରପଞ୍ଚଙ୍କ ଉଦ୍ୟମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri