ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ଶନ ପୋଲିସକୁ ଦେଲା ସୁରାକ

ନବରଙ୍ଗପୁର,୨୨।୮(ବି.ପ୍ର.): ନାଟକୀୟ ଢଙ୍ଗରେ ଗଞ୍ଜେଇ ଚାଲାଣ ପାଇଁ ଅଟୋରିକ୍ସା ଲୁଟି ନେଇଥିଲେ ୫ ଜଣ ଅଭିଯୁକ୍ତ। ନବରଙ୍ଗପୁର ଆଦର୍ଶ ଥାନାରେ ମାମଲା ରୁଜୁ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଚା ପିଇ ପେଟିଏମ୍‌ରେ ଟଙ୍କା ଦେଇଥିଲେ। ଏହି ସୁରାକ ପାଇ ନବରଙ୍ଗପୁର ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ପୋଲିସ ଜୟପୁର ସଦର ଥାନା ଅଧୀନ କବିରାଜ ଖିଲ ଓ ଯମୁନାଗୁଡା ଗଁାର ମୁନା ନାୟକଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରି ପୋଲିସ ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୪ରେ କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ବୋମେଲ ଗାଁର ଭୀମ ଗାଦବା ହରିଶ୍ଚନ୍ଦ୍ର ନାୟକଙ୍କ ସହ ଏକ ଅଟୋ (ଓଡି-୧୦ଏସ୍‌-୫୫୭୨)ରେ ଜୟପୁର ଆସିଥିଲେ। ହରିଶ୍ଚନ୍ଦ୍ର ଭୀମଙ୍କୁ କିଛି ନିଶା ସେବନ କରିବାକୁ ଦେବା ସହ ନବରଙ୍ଗପୁର ଯିବାକୁ କହିଥିଲେ। ଅଟୋ ମାଲିକ ଭୀମ ନିଶାସକ୍ତ ଅବସ୍ଥାରେ ଥିବାବେଳେ ହରିଶ୍ଚନ୍ଦ୍ର ନିଜ ସାଥୀ କବିରାଜ ଖିଲ, ମୁନା ନାୟକ, ରବି ନାୟକ, ସୁନଧର ହନ୍ତାଳଙ୍କୁ ଅଟୋ ଲୁଟ କରିବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ଡାକିଥିଲେ। ବୋରିଗୁମ୍ମା ନିକଟରୁ କବିରାଜ, ମୁନା, ରବି, ସୁନାଧର ୨ଟି ବାଇକ୍‌ରେ ଅଟୋ ପଛରେ ନବରଙ୍ଗପୁର ପର୍ଯ୍ୟନ୍ତ ଆସିଥିଲେ। ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଭୀମଙ୍କୁ ମାଡ଼ ମାରିବା ସହ କବିରାଜ ଓ ମୁନା ବାଇକ୍‌ରେ ତାଙ୍କୁ ପୋଡାଲଗୁଡା ରାସ୍ତା ଆଡ଼କୁ ନେଇ ମୋବାଇଲ, ପର୍ସ ଆଦି ଲୁଟି ନେଇଥିଲେ। ରବି, ହରିଶ୍ଚନ୍ଦ୍ର ଓ ସୁନାଧର ଅଟୋ ନେଇ ଚାଲି ଯାଇଥିଲେ। ଏହାପରେ ନୂଆବନ୍ଧ ସାହି ଛକ ପାଖରେ ଏକ ଦୋକାନରେ ଅଭିଯୁକ୍ତମାନେ ଚା’ ପିଇ ଅନ୍‌ଲାଇନ୍‌ରେ ଟଙ୍କା ଦେଇଥିଲେ। ୨୫ ତାରିଖରେ ଭୀମ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୩୫୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨୬ରେ କୋଷାଗୁମୁଡା ପୋଲିସ ଅଟୋରିକ୍ସାରେ ଗଞ୍ଜେଇ ଚାଲାଣ ସମୟରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାଲାଣରେ ବ୍ୟବହୃତ ଅଟୋଟି ନବରଙ୍ଗପୁରରୁ ଲୁଟ ହୋଇଥିବା ନବରଙ୍ଗପୁର ପୋଲିସ ଖବର ପାଇଥିଲା। ଗଞ୍ଜେଇ ଚାଲାଣରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଟୋ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଜୟପୁର ଇରିଗେଶନ କଲୋନୀର ରବି ନାୟକ, ବୈପାରିଗୁଡା ଥାନା ବୋମେଲ ଗାଁର ହରଶ୍ଚନ୍ଦ୍ର ନାୟକ, କଟ୍ରାଗୁଡାଗାଁର ସୁନାଧର ହନ୍ତାଳ ଅଛନ୍ତି ବୋଲି ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା କହିଛନ୍ତି। ଅଭିଯୁକ୍ତମାନଙ୍କ ଗିରଫ ପରେ ନବରଙ୍ଗପୁର ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରୁଥିଲା। ଅଭିଯୁକ୍ତମାନେ ଚା’ ପିଇ ଅନ୍‌ଲାଇନ୍‌ ଟାଞ୍ଜାକ୍‌ଶନ କରିଥିବା ଜାଣି ଉକ୍ତ ସୁରାକ ଆଧାରରେ ତଦନ୍ତ କରି କବିରାଜ ଓ ମୁନାଙ୍କୁ ପୋଲିସ ଧରିଛି। ନବରଙ୍ଗପୁର ଥାନାଧିକାରୀ ନରେଶ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଶବୀର ଅହମ୍ମଦ ଓ ଦେବାଶିଷ ସାହୁଙ୍କୁ ନେଇ ଗଠିତ ଟିମ୍‌ ଅଭିଯୁକ୍ତଙ୍କୁ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri