ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ଶନ ପୋଲିସକୁ ଦେଲା ସୁରାକ

ନବରଙ୍ଗପୁର,୨୨।୮(ବି.ପ୍ର.): ନାଟକୀୟ ଢଙ୍ଗରେ ଗଞ୍ଜେଇ ଚାଲାଣ ପାଇଁ ଅଟୋରିକ୍ସା ଲୁଟି ନେଇଥିଲେ ୫ ଜଣ ଅଭିଯୁକ୍ତ। ନବରଙ୍ଗପୁର ଆଦର୍ଶ ଥାନାରେ ମାମଲା ରୁଜୁ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଚା ପିଇ ପେଟିଏମ୍‌ରେ ଟଙ୍କା ଦେଇଥିଲେ। ଏହି ସୁରାକ ପାଇ ନବରଙ୍ଗପୁର ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ପୋଲିସ ଜୟପୁର ସଦର ଥାନା ଅଧୀନ କବିରାଜ ଖିଲ ଓ ଯମୁନାଗୁଡା ଗଁାର ମୁନା ନାୟକଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରି ପୋଲିସ ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୪ରେ କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ବୋମେଲ ଗାଁର ଭୀମ ଗାଦବା ହରିଶ୍ଚନ୍ଦ୍ର ନାୟକଙ୍କ ସହ ଏକ ଅଟୋ (ଓଡି-୧୦ଏସ୍‌-୫୫୭୨)ରେ ଜୟପୁର ଆସିଥିଲେ। ହରିଶ୍ଚନ୍ଦ୍ର ଭୀମଙ୍କୁ କିଛି ନିଶା ସେବନ କରିବାକୁ ଦେବା ସହ ନବରଙ୍ଗପୁର ଯିବାକୁ କହିଥିଲେ। ଅଟୋ ମାଲିକ ଭୀମ ନିଶାସକ୍ତ ଅବସ୍ଥାରେ ଥିବାବେଳେ ହରିଶ୍ଚନ୍ଦ୍ର ନିଜ ସାଥୀ କବିରାଜ ଖିଲ, ମୁନା ନାୟକ, ରବି ନାୟକ, ସୁନଧର ହନ୍ତାଳଙ୍କୁ ଅଟୋ ଲୁଟ କରିବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ଡାକିଥିଲେ। ବୋରିଗୁମ୍ମା ନିକଟରୁ କବିରାଜ, ମୁନା, ରବି, ସୁନାଧର ୨ଟି ବାଇକ୍‌ରେ ଅଟୋ ପଛରେ ନବରଙ୍ଗପୁର ପର୍ଯ୍ୟନ୍ତ ଆସିଥିଲେ। ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଭୀମଙ୍କୁ ମାଡ଼ ମାରିବା ସହ କବିରାଜ ଓ ମୁନା ବାଇକ୍‌ରେ ତାଙ୍କୁ ପୋଡାଲଗୁଡା ରାସ୍ତା ଆଡ଼କୁ ନେଇ ମୋବାଇଲ, ପର୍ସ ଆଦି ଲୁଟି ନେଇଥିଲେ। ରବି, ହରିଶ୍ଚନ୍ଦ୍ର ଓ ସୁନାଧର ଅଟୋ ନେଇ ଚାଲି ଯାଇଥିଲେ। ଏହାପରେ ନୂଆବନ୍ଧ ସାହି ଛକ ପାଖରେ ଏକ ଦୋକାନରେ ଅଭିଯୁକ୍ତମାନେ ଚା’ ପିଇ ଅନ୍‌ଲାଇନ୍‌ରେ ଟଙ୍କା ଦେଇଥିଲେ। ୨୫ ତାରିଖରେ ଭୀମ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୩୫୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨୬ରେ କୋଷାଗୁମୁଡା ପୋଲିସ ଅଟୋରିକ୍ସାରେ ଗଞ୍ଜେଇ ଚାଲାଣ ସମୟରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାଲାଣରେ ବ୍ୟବହୃତ ଅଟୋଟି ନବରଙ୍ଗପୁରରୁ ଲୁଟ ହୋଇଥିବା ନବରଙ୍ଗପୁର ପୋଲିସ ଖବର ପାଇଥିଲା। ଗଞ୍ଜେଇ ଚାଲାଣରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଟୋ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଜୟପୁର ଇରିଗେଶନ କଲୋନୀର ରବି ନାୟକ, ବୈପାରିଗୁଡା ଥାନା ବୋମେଲ ଗାଁର ହରଶ୍ଚନ୍ଦ୍ର ନାୟକ, କଟ୍ରାଗୁଡାଗାଁର ସୁନାଧର ହନ୍ତାଳ ଅଛନ୍ତି ବୋଲି ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା କହିଛନ୍ତି। ଅଭିଯୁକ୍ତମାନଙ୍କ ଗିରଫ ପରେ ନବରଙ୍ଗପୁର ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରୁଥିଲା। ଅଭିଯୁକ୍ତମାନେ ଚା’ ପିଇ ଅନ୍‌ଲାଇନ୍‌ ଟାଞ୍ଜାକ୍‌ଶନ କରିଥିବା ଜାଣି ଉକ୍ତ ସୁରାକ ଆଧାରରେ ତଦନ୍ତ କରି କବିରାଜ ଓ ମୁନାଙ୍କୁ ପୋଲିସ ଧରିଛି। ନବରଙ୍ଗପୁର ଥାନାଧିକାରୀ ନରେଶ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଶବୀର ଅହମ୍ମଦ ଓ ଦେବାଶିଷ ସାହୁଙ୍କୁ ନେଇ ଗଠିତ ଟିମ୍‌ ଅଭିଯୁକ୍ତଙ୍କୁ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?