ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ମକା ଚାଷ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ଜମିରେ ମକାଚାଷକୁ ଆଧାର କଲେ ଏହାର ପରିମାଣ ଅଧିକ ହେବ। ମକା ଚାଷ ଯୋଗୁ ଜିଲାରେ ଠିକଣା ସମୟରେ ଚାଷିଙ୍କୁ ୟୁରିଆ ଅଭାବ ଦେଖା ଦେଉଛି। ମକା ଗଛ ଅଧିକ ସାର ଗ୍ରହଣ କରିଥାଏ। ଅନ୍ୟ ପକ୍ଷରେ ଜଙ୍ଗଲ ଜମିରେ ମକା ଚାଷ ପାଇଁ ବିଭିନ୍ନ ଗାଁ ଗହଳିରେ ସାହୁକାରମାନେ ବିହନ, ସାର ଯୋଗାଇବା ସହ ଜଙ୍ଗଲ ମୂଳକର ଚାଷିଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି। ଅମଳ ହେଲେ ସାହୁକାର ଚାଷୀଙ୍କଠାରୁ କମ୍ ମୂଲ୍ୟରେ ମକା କିଣି ଲାଭବାନ ହେଉଛନ୍ତି। ଜଙ୍ଗଲ ଜମି ଅଞ୍ଚଳରେ ମକା ଚାଷ ବୃଦ୍ଧି ଘଟିବା ଓ ଜଙ୍ଗଲ ନଷ୍ଟ ହେବାର ଏହା ଏକ ମୁଖ୍ୟ କରାଣ ସାଜିଛି ।
ଜଙ୍ଗଲଜମି ସତ୍ତ୍ୱାଧିକାର ଆଇନ ଆସିବା ପରେ ପଟ୍ଟା ପାଇବା ଓ ଜମି ଅକ୍ତିଆର ପାଇଁ ମଧ୍ୟ ଜଙ୍ଗଲ କଟିଛି। ବିଶେଷ ଭାବେ ଜିଲାର ରାଇଘର, ଝରିଗାଁ ଓ ଉମରକୋଟ ଅଞ୍ଚଳରେ ଜଙ୍ଗଲ ଅଧିକ ମାତ୍ରାରେ ନଷ୍ଟ ହେବାସହ ମକା ଫସଲ ବୃଦ୍ଧି ପାଇଛି। ଉପରୋକ୍ତ ୩ ବ୍ଲକରେ ନିର୍ଦ୍ଧିଷ୍ଟ କେତେକ ରାଜନୈତିକ ଦଳର ଟାଣୁଆ ଲୋକ ଜଙ୍ଗଲ ଜମିରେ ଶତାଧିକ ଏକର ମକା ଚାଷ ପାଇଁ ଅର୍ଥ ଲଗାଇ ବ୍ୟବସାୟ କରୁଛନ୍ତି। ଜଙ୍ଗଲଗୁଡିକର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ସୀମା ଚିହ୍ନଟ କରାଯାଇ ପାରୁ ନାହିଁ। ସେହିଭଳି ସରକାରଙ୍କ ଆଇନ ଓ ନିର୍ଦ୍ଦେଶ ପରେ ଜଙ୍ଗଲ ଜମି ସତ୍ତ୍ୱାଧିକାର ନିୟମ ଅନୁଯାୟୀ ଦଖଲ ଚାଷୀକୁ ପଟ୍ଟା ପ୍ରଦାନ କରାଯାଇଛି। ସେମାନଙ୍କୁ ତାଙ୍କର ଜମି ପରିସୀମା ଚିହ୍ନଟ କରାଯାଇ ପାରୁନାହିଁ। ଜଙ୍ଗଲ ଜମିରେ ପଟ୍ଟାପାଇ ବସତି ସ୍ଥାପନ କରିଥିବା ଗାଁକୁ ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ସଂଯୋଗୀକରଣ ହୋଇପାରୁନାହିଁ। ଗାଁକୁ ଶିକ୍ଷା ବ୍ୟବସ୍ଥା ମଧ୍ୟ ଦୂରେଇ ଯାଉଛି। ଶିକ୍ଷା ଓ ସଚେତନ ଅଭାବରେ ଅନେକ କିଛି ହରାଇ ବସୁଛନ୍ତି ବନବାସୀ। ଦୀର୍ଘ ୧୫ ବର୍ଷ ହେବ ଜିଲାରେ ଜଙ୍ଗଲ ଜମି ବିବାଦ କୌଣସି ନା କୌଣସି ଗାଁରେ ଲାଗି ରହିଛି। ମୁଖ୍ୟ କାରଣ ହେଉଛି ସୀମା ଚିହ୍ନଟ । ଜଙ୍ଗଲ, ରାଜସ୍ବ ବିଭାଗ ଓ ପ୍ରଶାସନ ପକ୍ଷରୁ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ଜିଲା ପ୍ରଶାସନ ନିଜ ଅଧୀନରେ ଥିବା ସମସ୍ୟା ସମାଧାନ କରି ସରକାରଙ୍କ ଅଧୀନରେ ରହିଥିବା କାର୍ଯ୍ୟକୁ ତୁରନ୍ତ ସୁପାରିଶ କରିବା ସହ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଲେ ଜିଲାରେ ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ଆଶୁ ସମାଧାନ ହୋଇପାରିବ। ଅନ୍ୟ ପକ୍ଷରେ ସାହୁକାରଙ୍କ ଅର୍ଥ ଲଗାଣ ଉପରେ ରୋକ ଲଗାଗଲେ ଜଙ୍ଗଲ ଜମିରେ ମକା ଚାଷ ଦିନକୁ ଦିନ ବୃଦ୍ଧି ପାଇବା ଓ ଜଙ୍ଗଲ ନଷ୍ଟ ହେବା କମିବ ବୋଲି ମତ ମିଳୁଛି।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

