ବର୍ଷା ହେଲେ ପାଠପଢ଼ା ବନ୍ଦ

ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ଖଣ୍ଡିଆଗୁଡ଼ା ଗ୍ରାମ ମାତ୍ର ବ୍ଲକଠାରୁ ୩ରୁ ୪କି.ମି. ମଧ୍ୟରେ ରହିଛି। ଆଖପାଖ ଅଞ୍ଚଳରୁ ୫ରୁ ୬ ଗ୍ରାମକୁ ନେଇ ରାଜସ୍ବ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୦ ଛାତ୍ରୀଛାତ୍ର ପଢ଼ନ୍ତି। ସ୍କୁଲରେ ୨ଜଣ ଶିକ୍ଷକ ମଧ୍ୟ ଅଛନ୍ତି। କିନ୍ତୁ ଏଠାରେ ଶ୍ରେଣୀଗୃହର ଅଭାବ। ବର୍ଷା ହେଲେ ସ୍କୁଲରେ ପାଠପଢ଼ା ବନ୍ଦ ହୁଏ।
ସ୍କୁଲରେ ରହିଥିବା ଏକମାତ୍ର କୋଠାଘରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଚାଲୁଛି। ତାହା ମଧ୍ୟ ପରିତ୍ୟକ୍ତଭାବେ ରହିଛି। ଆଉ ୨ଟି ଟିଣଛପର ଘର ପରିତ୍ୟକ୍ତ ଅବସ୍ଥା ଅନେକ ବର୍ଷ ହେଲା ପଡ଼ି ରହିଛି। ବର୍ଷା ହେଲେ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକ ଜୀବନ ରକ୍ଷା ଚିନ୍ତାରେ ରହିଥାନ୍ତି। ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନ ଥିବାରୁ ବାଧ୍ୟହୋଇ ଗୋଟିଏ ସ୍ଥାନରେ ଶିକ୍ଷୟିତ୍ରୀଶିକ୍ଷକମାନେ ସେମାନଙ୍କୁ ପଢ଼ାଉଛନ୍ତି। ଏପରି ଅବସ୍ଥାରେ ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶିଯାଏ। ତେଣୁ ଏଠାରେ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଏ। ଭଗ୍ନ ଶ୍ରେଣୀଗୃହ ପାର୍ଶ୍ୱରେ ବିଦ୍ୟାଳୟ ଶୌଚାଳୟ ମଧ୍ୟ ରହିଛି। ବିଦ୍ୟାଳୟ ପାଚେରି ଓ ମୁଖ୍ୟ ଫାଟକ ମଧ୍ୟ ନାହିଁ। ସ୍କୁଲଟି ମୁଖ୍ୟ ରାସ୍ତା ସମ୍ମୁଖରେ ଅବସ୍ଥିତ। ଦୈନିକ ଶତାଧିକ ଗାଡ଼ି ଯିବା ଆସିବା କରେ। ତେଣୁ କୌଣସି ସମୟରେ ବି ଏଠାରେ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପିଲାମାନେ ଏଠାରେ ସୁରକ୍ଷିତ ନ ଥିବା ଭାବି ଅଭିଭାବକ ଏବେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅମଙ୍ଗ ହେଉଛନ୍ତି। କେତେଜଣ ପିଲା ଏଠାରୁ ଯାଇ ଅନ୍ୟତ୍ର ନାମ ମଧ୍ୟ ଲେଖାଇଲେଣି। ତଥାପ ଶିକ୍ଷା ବିଭାଗୀୟ ଅଧିକାରୀ ସବୁ ଜାଣି ବି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଏ ନେଇ ଖଣ୍ଡିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ଭଞ୍ଜଙ୍କୁ ପଚାରିବାରୁ ବିଦ୍ୟାଳୟ ପରିଚାଳନା କମିଟି ଏ ବିଷୟରେ ବୈଠକ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି। ପୁନର୍ବାର ଆଉ ଏକ ବୈଠକ କରି ପତ୍ର ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri