ସ୍ବଧର୍ମକୁ ଫେରିଲେ ୩ ପରିବାର

ପାପଡାହାଣ୍ଡି,୨୯।୮(ଡି.ଏନ୍‌.ଏ.): ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କଲେ। ସେହି ଧର୍ମର ପୂଜାର୍ଚ୍ଚନା କଲେ। ଏହାକୁ ନେଇ ଗ୍ରାମରେ ଦେଖାଦେଲା ବିବାଦ। ଗ୍ରାମବାସୀ ବୈଠକ କରି ଧର୍ମ ପରିବର୍ତ୍ତନ କରିଥିବା ପରିବାରକୁ ଫେରିଆସିବା ଲାଗି ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶେଷରେ ଗ୍ରାମବାସୀ ଉକ୍ତ ପରିବାର ସହ କଥା ବନ୍ଦ କରି ସେମାନଙ୍କୁ ବିବାହ ବ୍ରତ, କୁଲି ମଜୁରୀ କାମରେ ନିୟୋଜିତ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଧର୍ମ ପରିବର୍ତ୍ତନ କରିଥିବା ପରିବାର ପୁଣି ଏବେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହାକୁମାରେ ଏପରି ଘଟଣା ଦେଖିବାକୁ ମିଳିଛି।
ଦୁଇ ବର୍ଷ ତଳେ ଗ୍ରାମର ଡମୁ ଜାନୀ ସ୍ତ୍ରୀ ଶାନ୍ତି ଜାନୀ, ବୈଶାଖୀ ଜାନୀ ସ୍ବାମୀ ମନଧର ଜାନୀ, କେଶବ ଜାନୀ ସ୍ତ୍ରୀ ପଦ୍ମଣୀ ଜାନୀ ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ କରିଥିଲେ। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା। ଏହି ୩ପରିବାରକୁ ପୁଣି ମୂଳ ଧର୍ମକୁ ଫେରାଇ ଆଣିବାକୁ ଜାତି କୁଟୁମ୍ବ ସହ ଗ୍ରାମବାସୀ ପ୍ରୟାସ କରିଥିଲେ। ୬ମାସ ତଳେ ତଳେ ପୁଣି ଗ୍ରାମରେ ଏକ ବୈଠକ କରି ତିନି ପରିବାରକୁ ଫେରିବା ଲାଗି ନିବେଦନ କରାଯାଇଥିଲା। କିନ୍ତୁ ସେମାନେ ଫେରି ନ ଥିଲେ। ଏହାପରେ ଗ୍ରାମବାସୀ ସେମାନଙ୍କ ସହ କଥା ବନ୍ଦ କରି କୁଲି ମଜୁରୀ କାମକୁ ନ ଡ଼ାକିବା, ବିବାହ ଓ ବ୍ରତରେ ନ ଡାକିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ଓ ଯୁଧିଷ୍ଠୀର ଜାନୀଙ୍କ ନିକଟରେ ଉଭୟ ଗ୍ରାମବାସୀ ଏବଂ ଧର୍ମ ପରିବର୍ତ୍ତନ କରିଥିବା ପରିବାର ସମଧାନ ଲାଗି ପହଞ୍ଚତ୍ ଥିଲେ। ଏ ନେଇ ଏକ ବୈଠକ ହୋଇଥିଲା। ମୂଳ ଧର୍ମକୁ ଫେରିବା ଲାଗି ବୈଠକରେ ଧର୍ମ ପରିବର୍ତ୍ତନ କରିଥିବା ପରିବାର ଲୋକେ କହିଥିଲେ। ପରମ୍ପରା ଅନୁଯାଇ ଧର୍ମ ପରିବର୍ତନ ପରେ ମୂଳ ଧର୍ମକୁ ଫେରିବା ଲାଗି ଯେଉଁ ନୀତି ନିୟମ ରହିଛି ତାହାକୁ ମାନିବା ଲାଗି ଗ୍ରାମବାସୀ କହିଥିଲେ। ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଧର୍ମ ପରିବର୍ତ୍ତନ କରିଥିବା ପରିବାର ନୀତି ନିୟମ ପ୍ରକାରେ ଗ୍ରାମବାସୀଙ୍କ ଦାବି ପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୂଳ ଧର୍ମକୁ ଫେରି ଖୁସି ଅଛନ୍ତି ବୋଲି ସେମାନେ କହିଛନ୍ତି। ବୈଠକରେ ପରଜା ସମାଜ ବ୍ଲକ ସଭାପତି ନରସିଂହ ଜାନୀ, ଚୈତନ୍ୟ ଜାନୀ, ଗୋଦାଧର ଜାନୀ, ଲଖମଣ ଜାନୀ, ଦୁଲବ ଜାନୀ, ଗୋବିନ୍ଦ ଜାନୀ, ସୋମନାଥ ଜାନୀ, ସନ୍ୟାସୀ ଜାନୀ, ପର୍ଶୁ ଜାନୀ, ହୀରାଧର ଜାନୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏନେଇ ଗ୍ରାମବାସୀ ଓ ମୂଳ ଧର୍ମକୁ ଫେରିଥିବା ପରିବାର ରାଜିନାମା ଲେଖି ସ୍ବାକ୍ଷର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri