ମୃତବ୍ୟକ୍ତିଙ୍କ ରାଶନ କାର୍ଡରେ ଉଠୁଛି ଚାଉଳ, ଟଙ୍କା

ତେନ୍ତୁଳିଖୁଣ୍ଟି,୨୮।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ରାଶନ କାର୍ଡରେ ଚାଉଳ ଉଠାଯାଉଛି। ମାସେ ନୁହେଁ କି ବର୍ଷେ ନୁହେଁ ବର୍ଷ ବର୍ଷର ଚାଉଳ ଉଠିଛି। ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ସରକାରଙ୍କ କରୋନା ସହାୟତା ପ୍ରଦାନକୁ ନେଇ ପଞ୍ଚାୟତରେ ରାଜନୀତି ସରଗରମ ହେବାରେ ଲାଗିଛି।
ଯୁବଗୋଷ୍ଠୀଙ୍କ ଅନୁସନ୍ଧାନରୁ ଶଶି ଜାନୀ(କାର୍ଡ ନଂ ୨୩୦୯୧୪୧୦୦୦୪)ଙ୍କ ୨୦୨୧ ଜୁଲାଇ ୬ ରେ ମୃତ୍ୟୁ ଘଟିଥିବା ବେଳେ ଭାନୁମତୀ ବିଷୋୟୀ(କାର୍ଡ ନଂ ୨୩୦୯୧୪୧୦୫୪୯)ଙ୍କ ୨୦୧୯ ଡିସେମ୍ବର ୧୯ ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୃନ୍ଦାବତୀ ହରିଜନ(କାର୍ଡ ନଂ.୨୩୦୯୧୪୧୦୧୯୫), କୌଶଲ୍ୟା ଡମ୍ବ(କାର୍ଡ ନଂ ୨୩୦୯୧୪୧୦୫୪୯)ଙ୍କ ମଧ୍ୟ ମୃତ୍ୟୁ ଘଟିଛି। ପରିବାର ଲୋକେ ପଞ୍ଚାୟତକୁ ଯାଇ ଯୋଗାଣ ସହାୟକଙ୍କୁ ପଚାରିବା ଓ ପୂଜାରିଗୁଡାର ଯୁବଗୋଷ୍ଠୀ ମିଶି ଆଲୋଚନା ସମୟରେ ମୃତକଙ୍କ ନାମରେ ଚାଉଳ ଓ ଟଙ୍କା ଉଠୁଥିବା ପଦାକୁ ଆସିଥିଲା। ପଞ୍ଚାୟତରେ ଏଭଳି ଆଉ କେତେ କାର୍ଡ ଚାଲିଥିବ ବୋଲି ସନ୍ଦେହରେ ଯାଞ୍ଚ ସମୟରେ କରିବା ସମୟରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳିି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଖୋଦ୍‌ ବ୍ଲକ ବିପ୍ପଣୀ ନିରୀକ୍ଷକ ବ୍ଲକକୁ ଆସିବା ପରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାଲିକା ମାଗିଥିଲେ। ଏହାର ତାଲିକା ଆସି ନ ଥିବା ନେଇ ସତ ସେ ମାନିଯାଇଥିଲେ।
ସୂଚନାଯୋଗ୍ୟ, ବ୍ଲକରେ ଅଁଳାଭଟା ପଞ୍ଚାୟତ ଚାଉଳ ଦୁର୍ନୀତିର ଟେର ପ୍ରଶାସନ ଓ ଭିଜିଲାନ୍ସ ଏ ପର୍ଯ୍ୟନ୍ତ ପାଇ ନ ଥିବା ବେଳେ ଏବେ ଭୁତ ନାମରେ ଚାଉଳ ଉଠିବା ପ୍ରଶାସନ ପାଇଁ ମୁଣ୍ଡବଥାର କାରଣ ସାଜିଛି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଜାରିଗୁଡ଼ାର ବରିଷ୍ଠ ନାଗରିକଙ୍କୁ ନେଇ ଶନିବାର ବୈଠକ ବସିଥିଲା। ଏଥିରେ ସରପଞ୍ଚଙ୍କୁ ବରିଷ୍ଠ ନାଗରିକ ମାନେ କଣ ପଦକ୍ଷେପ ନେଇଛ ବୋଲି ପଚାରିଥିଲେ। ସରପଞ୍ଚ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରଶ କରିବା ସହ ରିକଭରି ପାଇଁ ବ୍ଲକ ଅଫିସକୁ ଅବଗତ କରୁଥିବା ସୂଚନା ଦେଇଥିଲେ। ବୈଠକରେ ନବୀନ କର୍କରା, ସୁନିଲ ସିଂ, ସୁବାସ କର୍କରା, ଗଣେଶ ବାଘ, ବୁଲୁ ସୁନା, ବନମାଳି ଜାନୀ, ଚଇତୁ ଜାନୀଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଏ ବିଷୟରେ ପୁଜାରୀଗୁଡ଼ା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ପଞ୍ଚାୟତରେ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ହୋଇଥିବା ସୂଚନା ଦେଇଥିଲେ। ଏଥିରେ ଯୋଗାଣ ସହାୟକ ବିଷୟରେ ଆଲୋଚନା କରିଥିବା କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତବାସୀ ତୁରନ୍ତ ଯୋଗାଣ ସହାୟକଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri