ମୃତବ୍ୟକ୍ତିଙ୍କ ରାଶନ କାର୍ଡରେ ଉଠୁଛି ଚାଉଳ, ଟଙ୍କା

ତେନ୍ତୁଳିଖୁଣ୍ଟି,୨୮।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ରାଶନ କାର୍ଡରେ ଚାଉଳ ଉଠାଯାଉଛି। ମାସେ ନୁହେଁ କି ବର୍ଷେ ନୁହେଁ ବର୍ଷ ବର୍ଷର ଚାଉଳ ଉଠିଛି। ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ସରକାରଙ୍କ କରୋନା ସହାୟତା ପ୍ରଦାନକୁ ନେଇ ପଞ୍ଚାୟତରେ ରାଜନୀତି ସରଗରମ ହେବାରେ ଲାଗିଛି।
ଯୁବଗୋଷ୍ଠୀଙ୍କ ଅନୁସନ୍ଧାନରୁ ଶଶି ଜାନୀ(କାର୍ଡ ନଂ ୨୩୦୯୧୪୧୦୦୦୪)ଙ୍କ ୨୦୨୧ ଜୁଲାଇ ୬ ରେ ମୃତ୍ୟୁ ଘଟିଥିବା ବେଳେ ଭାନୁମତୀ ବିଷୋୟୀ(କାର୍ଡ ନଂ ୨୩୦୯୧୪୧୦୫୪୯)ଙ୍କ ୨୦୧୯ ଡିସେମ୍ବର ୧୯ ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୃନ୍ଦାବତୀ ହରିଜନ(କାର୍ଡ ନଂ.୨୩୦୯୧୪୧୦୧୯୫), କୌଶଲ୍ୟା ଡମ୍ବ(କାର୍ଡ ନଂ ୨୩୦୯୧୪୧୦୫୪୯)ଙ୍କ ମଧ୍ୟ ମୃତ୍ୟୁ ଘଟିଛି। ପରିବାର ଲୋକେ ପଞ୍ଚାୟତକୁ ଯାଇ ଯୋଗାଣ ସହାୟକଙ୍କୁ ପଚାରିବା ଓ ପୂଜାରିଗୁଡାର ଯୁବଗୋଷ୍ଠୀ ମିଶି ଆଲୋଚନା ସମୟରେ ମୃତକଙ୍କ ନାମରେ ଚାଉଳ ଓ ଟଙ୍କା ଉଠୁଥିବା ପଦାକୁ ଆସିଥିଲା। ପଞ୍ଚାୟତରେ ଏଭଳି ଆଉ କେତେ କାର୍ଡ ଚାଲିଥିବ ବୋଲି ସନ୍ଦେହରେ ଯାଞ୍ଚ ସମୟରେ କରିବା ସମୟରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳିି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଖୋଦ୍‌ ବ୍ଲକ ବିପ୍ପଣୀ ନିରୀକ୍ଷକ ବ୍ଲକକୁ ଆସିବା ପରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାଲିକା ମାଗିଥିଲେ। ଏହାର ତାଲିକା ଆସି ନ ଥିବା ନେଇ ସତ ସେ ମାନିଯାଇଥିଲେ।
ସୂଚନାଯୋଗ୍ୟ, ବ୍ଲକରେ ଅଁଳାଭଟା ପଞ୍ଚାୟତ ଚାଉଳ ଦୁର୍ନୀତିର ଟେର ପ୍ରଶାସନ ଓ ଭିଜିଲାନ୍ସ ଏ ପର୍ଯ୍ୟନ୍ତ ପାଇ ନ ଥିବା ବେଳେ ଏବେ ଭୁତ ନାମରେ ଚାଉଳ ଉଠିବା ପ୍ରଶାସନ ପାଇଁ ମୁଣ୍ଡବଥାର କାରଣ ସାଜିଛି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଜାରିଗୁଡ଼ାର ବରିଷ୍ଠ ନାଗରିକଙ୍କୁ ନେଇ ଶନିବାର ବୈଠକ ବସିଥିଲା। ଏଥିରେ ସରପଞ୍ଚଙ୍କୁ ବରିଷ୍ଠ ନାଗରିକ ମାନେ କଣ ପଦକ୍ଷେପ ନେଇଛ ବୋଲି ପଚାରିଥିଲେ। ସରପଞ୍ଚ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରଶ କରିବା ସହ ରିକଭରି ପାଇଁ ବ୍ଲକ ଅଫିସକୁ ଅବଗତ କରୁଥିବା ସୂଚନା ଦେଇଥିଲେ। ବୈଠକରେ ନବୀନ କର୍କରା, ସୁନିଲ ସିଂ, ସୁବାସ କର୍କରା, ଗଣେଶ ବାଘ, ବୁଲୁ ସୁନା, ବନମାଳି ଜାନୀ, ଚଇତୁ ଜାନୀଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଏ ବିଷୟରେ ପୁଜାରୀଗୁଡ଼ା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ପଞ୍ଚାୟତରେ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ହୋଇଥିବା ସୂଚନା ଦେଇଥିଲେ। ଏଥିରେ ଯୋଗାଣ ସହାୟକ ବିଷୟରେ ଆଲୋଚନା କରିଥିବା କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତବାସୀ ତୁରନ୍ତ ଯୋଗାଣ ସହାୟକଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri