୩ ବର୍ଷ ହେବ ଚାଉଳ ନେଇଛି ଭୂତ

ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଲିଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ପଞ୍ଚାୟତରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଚାଉଳ ବଣ୍ଟନରେ ଅନିୟମିତତା ହେଉଛି। ଉକ୍ତ ଯୋଜନାରେ ମୃତ ହିତାଧିକାରୀଙ୍କ ନାମରେ ମଧ୍ୟ ଚାଉଳ ଉଠୁଛି। ଏପରିକି କୋରନା ସମୟରେ ଆସିଥିବା ସହାୟତା ଟଙ୍କା ମଧ୍ୟ ଉଠାଯାଇଛି ବୋଲି ଜଣେ ମୃତ ହିତାଧିକାରୀଙ୍କ ପରିବର ଲୋକେ ଅଭିଯୋଗ କରିଛନ୍ତି। ୩ବର୍ଷ ହେବ ଏପରି କରାଯାଉଛି ବୋଲି ଅଭିଯୋଗ ହୋଇଛି। ବିନା ଆଧାରକାର୍ଡ ଓ ଫିଙ୍ଗର ପ୍ରିଣ୍ଟରେ ଚାଉଳ କିପରି ଉଠାଯାଇଛି ବୋଲି ଅଭିଯୋଗକାରୀମାନେ ପ୍ରଶ୍ନ କରିଛନ୍ତି।
ବିନା ଆଧାର କାର୍ଡ ଓ ଫିଙ୍ଗର ପ୍ରିଣ୍ଟ୍‌ରେ ଚାଉଳ ଦିଆ ଯାଉ ନ ଥିବାରୁ ବିିଭିନ୍ନ ପଞ୍ଚାୟତରେ ରୁଗ୍‌ଣ ତଥା ବୃଦ୍ଧାବୃଦ୍ଧ ହିତାଧିକାରୀ ନିଜ ହକ୍‌ ପାଇବାରୁ ବଞ୍ଚତ୍ତ ହେଉଥିବାବେଳେ ପୂଜାରୀଗୁଡ଼ାରେ ଏହାର ବ୍ୟତିକ୍ରମ ଘଟିଛି। ମୃତା ଜେଜେ ମା’ ଭାନୁମତି ବିଷୋୟୀଙ୍କ କାର୍ଡ ନଂ. ୨୩୦୯୧୪୧୦୫୪୯ରେ ୩ବର୍ଷ ହେବ ଚାଉଳ ଉଠାଯାଉଛି। ଏହା ସହ ସରକାର ଦେଇଥିବା କରୋନା ସହାୟତା ରାଶି ମଧ୍ୟ ଉଠାଯାଇଛି ବୋଲି ତାଙ୍କ ନାତି ଚୁଡ଼ା ବିଷୋୟୀ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଯୋଗାଣ ସହାୟକଙ୍କୁ ପଚାରିବାରୁ ଭାନୁମତି ବିଷୋୟୀଙ୍କ ଚାଉଳ ପ୍ରତି ମାସରେ ପ୍ରଦାନ କରୁଛି ବୋଲି କହିଥିବା ଚୁଡା ପ୍ରକାଶ କରିଛନ୍ତି। ଜେଜେ ମା’ଙ୍କ ଚାଉଳ ଓ କରୋନା ପାଇଁ ଆସିଥିବା ସାହାଯ୍ୟ ଟଙ୍କାକୁ କିଭଳି ଅନ୍ୟ କେହି ଆସି ନେଉଛନ୍ତି ତାହା ଆଶ୍ଚର୍ଯ୍ୟକର ବୋଲି ଚୁଡା କହିଛନ୍ତି। ଘଟଣା ସମ୍ପର୍କରେ ଚୁଡା ସ୍ଥାନୀୟ ଅଞ୍ଚଳର କେତେଜଣ ସଚେତନ ଯୁବକଙ୍କୁ କହିଥିଲେ। ସେମାନେ ସମସ୍ତେ ଯୋଗାଣ ଅଧିକାରୀ ରୋହିତ ମାଝିଙ୍କୁ ଯୋଗାଯୋଗ କରିଥିଲେ। ଘଟଣାର ଯାଞ୍ଚ କରାଯାଉଛି ବୋଲି ସେ କହିଥିଲେ। ଯୋଗାଣ ସହାୟକଙ୍କୁ ମୃତକଙ୍କ ତାଲିକା ମାଗୁଛି କିନ୍ତୁ ସେ ଦେଇନାହାନ୍ତି। ଏ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ଯୋଗାଣ ଅଧିକାରୀ ରୋହିତ ମାଝି କହିଛନ୍ତି। ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ନ ହେବାର କାରଣ କ’ଣ ଓ ଏହାପାଇଁ କିଏ ଦାୟୀ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଁଳାଭଟ୍ଟାରେ ଚାଉଳ ହଡ଼ପ ଭଳି ଏହା ମଧ୍ୟ ଏକ ଦୁର୍ନୀତି। ଏଣୁ ତୁରନ୍ତ ସମଗ୍ର ପଞ୍ଚାୟତ ସମିତିର ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରି ଗଡ଼ବଡ଼ କରିଥିବା ଦୋଷୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri