ମୟୂରଭଞ୍ଜ

ବାରିପଦାରେ ନିର୍ମାଣ ହେବ ରାମମନ୍ଦିର

ବାରିପଦା ଅଫିସ,୬ା୮- ଅଯୋଧ୍ୟାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଚନ୍ଦ୍ରଙ୍କର ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା କରିଛନ୍ତି। ଏହି ଅବସରରେ ମୟୂରଭଞ୍ଜ ଜିଲା ବାରିପଦାର ଭୁଗୁଡାକଟାଠାରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ସ୍ଥାନ ନିରୂପଣ କରାଯାଇଛି।...

କେନ୍ଦୁଜିଆଣି ପଞ୍ଚାୟତକୁ ୭୨ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଠାକୁରମୁଣ୍ଡା,୫ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ପଞ୍ଚାୟତରେ କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଦୁର୍ଗୀ ମାରାଣ୍ଡି। ମଙ୍ଗଳବାରଠାରୁ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ୍‌...

ଚିତ୍ରଡ଼ା ପଞ୍ଚାୟତ ହେଲା ଶଟ୍‌ ଡାଉନ

ଚିତ୍ରଡ଼ା,୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତକୁ ସରପଞ୍ଚ ଦୁଲାରୀ ମାରାଣ୍ଡି ଆସନ୍ତା ୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ ଘୋଷଣା କରିଛନ୍ତି। ପଞ୍ଚାୟତର ଜଣେ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ...

ବନ୍ଧୁତ୍ୱ ଦିବସ: ‘କହିବା ଆଗରୁ ବୁଝିଯାଏ ମନ କଥା’

ବାରିପଦା ଅଫିସ,୨ା୮-‘ଫ୍ରେଣ୍ଡ ଇଜ୍‌ ନିଡ୍‌ ଇଜ୍‌ ଏ ଫ୍ରେଣ୍ଡ ଇନ୍‌ଡିଡ୍‌’। ଇଂଲିଶରେ ଥିବା ଏହି ବାକ୍ୟର ଅର୍ଥ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ (ବନ୍ଧୁତ୍ୱ...

ଛାତ ପାଲଟିଛି ବଗିଚା

ବାରିପଦା ଅଫିସ, ୩୧ା୭- ପରିବେଶ ପ୍ରତି ଦୁର୍ବଳତା ରହିଛି ତାଙ୍କର। ସେଥିପାଇଁ ନିଜ ଛାତ ଉପରେ ତିଆରି କରିଛନ୍ତି ସୁନ୍ଦର ବଗିଚା। ଏହି ବଗିଚାରେ ଭଳିକି ଭଳିି ଫୁଲ ଓ ଫଳ ସାଙ୍ଗକୁ ରହିଛି ପନପରିବା ଗଛର ସମ୍ଭାର। ଏହି...

ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ ଉଙ୍କି ମାରିଛି। କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ...

ମହିଳାଙ୍କୁ ରୋଜଗାର ଦେଇଛି ସବାଇଘାସ

ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍‌ ସହିତ ବିଭିନ୍ନ ଉପକରଣ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରୁଛି। ମୟୂରଭଞ୍ଜ...

ଧରାପଡ଼ିଲେ ଫେରାର ଆଜୀବନ କଏଦୀ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଜେଲ୍‌ରେ ଅଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିବା ବେଳେ ଜେଲ୍‌ କର୍ମଚାରୀଙ୍କୁ ଚକ୍‌ମା ଦେଖାଇ ଚମ୍ପଟ ମାରିଥିଲେ। ଶନିବାର ସନ୍ଧ୍ୟାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତଗର୍ର୍ତ ରେହେଡ଼ାକୋଚା...

ନାବାଳିକାଙ୍କୁ ବଳାତ୍କାର: ବନ୍ଧା ହେଲେ ଯୁବକ

ଚିତ୍ରଡ଼ା,୨୫ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲୁଗୁ ମାରାଣ୍ଡି(୨୦)। ଡାକ୍ତରୀମାଇନା ପରେ ଶନିବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ...

ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ ଚମ୍ପଟ ମାରିଥିବା ସୂଚନା ମିଳିଛି। କଏଦୀ ଜଣକ ହେଲେ ବହଳଦା ବ୍ଲକ...

୩୧ଯାଏ ସର୍ବସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ବାରିପଦା ଅଫିସ, ୨୫ା୭-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୧ତାରିଖ ଯାଏ ଜିଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ପ୍ରବେଶ କରିପାରିବେ ନାହିଁ। ଏନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଦର୍ଶାଯାଇଛି...

ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ

ଖୁଣ୍ଟା,୨୩ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର ଜିଲାପାଳ ବିନୀତ ଭରଦ୍ୱାଜ ପନିପରିବା କ୍ଷେତ ପରିଦର୍ଶନ କରିଥିଲେ। ବିଭିନ୍ନ ପନିପରିବା ଚାଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri