ପାଇଖାନା ଟାଙ୍କି ଉପରେ ଅଙ୍ଗନଓ୍ବାଡି ରୋଷେଇ

ବାଙ୍ଗିରିପୋଷି,୮ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ପଞ୍ଚାୟତ ଅଧୀନ ଆମନ୍ଦାପାଣି ଗ୍ରାମରେ ବାଟବଣା ହୋଇଛି ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା। ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ମିଶନ ଶକ୍ତି ଘରେ ଛୋଟ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି। ମିଶନ ଶକ୍ତିର ପାଇଖାନା ଟାଙ୍କି ଉପରେ ଅଙ୍ଗନଓ୍ବାଡିର ରୋଷେଇ ହେଉଛି। ବର୍ଷା ଆସିଲେ ସହାୟିକା ଜଣକ ଛତା ଧରି ରୋଷେଇ କରୁଛନ୍ତି।
ଏହି ଅଙ୍ଗନଓ୍ବାଡି କେନ୍ଦ୍ରରେ ଗଁାର ୫୦ରୁ ଊର୍ଦ୍ଧ୍ୱ ଶିଶୁ ପାଠ ପଢୁଛନ୍ତି। ହେଲେ ଦୀର୍ଘଦିନ ହେଲା ଜମି ସମସ୍ୟା ଓ ରାଜନୈତିକ ହସ୍ତକ୍ଷେପ ଯୋଗୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ
ପାଇଛି। କେବଳ ଆମନ୍ଦାପାଣି ନୁହେଁ, ବ୍ଲକର ବହୁ ଅଙ୍ଗନଓ୍ବାଡି କେନ୍ଦ୍ରର ଏଭଳି ଅବସ୍ଥା। ଅନେକ ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସରିବାର ନଁା ନେଉନି। କେଉଁଠି ଗୃହ ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ଆଉ କେଉଁଠି କାମ ଆରମ୍ଭ ହୋଇପାରିନି। ଅଙ୍ଗନଓ୍ବାଡି କେନ୍ଦ୍ରରେ କେବଳ ପିଲାମାନଙ୍କୁ ପାଠ ପଢ଼ାଯାଉଛି ତାହା ନୁହେଁ, ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଅଣ୍ଡା, ଛତୁଆ ଆଦି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଗର୍ଭବତୀଙ୍କୁ ସ୍ବାସ୍ଥ୍ୟଗତ ପରାମର୍ଶ ଶହ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ ଏଠାରେ କରାଯାଉଛି। କିନ୍ତୁ ସ୍ଥାୟୀ ଘର ନ ଥିବାରୁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ଏମିତି ଯାବତୀୟ ସମସ୍ୟା ଭିତରେ ଅଙ୍ଗନଓ୍ବାଡି କେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରୁନି। କୁନି କୁନି ପିଲା ଉପଯୁକ୍ତ ପରିବେଶ ନ ପାଇ ପଢ଼ିବାକୁ ଓ ବଢ଼ିବାକୁ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ ସୀମାନ୍ତ ଗ୍ରାମରେ ହେବ ଓଡ଼ିଶା ସରକାରଙ୍କ କ୍ୟାମ୍ପ

ପଦ୍ମପୁର,୬।୩: ଛତିଶଗଡ଼ ସୀମାନ୍ତବର୍ତ୍ତୀ ବରଗଡ଼ ଜିଲା ଚରଦାପାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର ଗସ୍ତ କରିଥିଲେ। ଏହି ସମୟରେ ସେ ଗ୍ରାମବାସୀଙ୍କଠାରୁ...

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଘେରିଲେ ବିରୋଧୀ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଗୃହରେ ବିଦ୍ୟତ୍‌ ବିଲ୍‌...

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୦,୫୨୧ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଗୁରୁବାର ରାଜ୍ୟରେ ୧୦,୫୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୯୪୫ ଜଣ...

ସ୍କୁଲ୍‌ରେ ପଶି କଟୁରି ଚୋଟ

କେନ୍ଦୁଝର,୧୪ା୩(ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ୍‌ ଦନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଙ୍କୁ ହାଣିବାକୁ...

୪ ଜିଲା କରୋନା ମୁକ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାର ଜଣେ...

ପ୍ରବାସୀଙ୍କୁ ନେଇ ଆଜି ଆସିବ ଆଉ ଏକ ଟ୍ରେନ୍‌

ବାରିପଦା ଅଫିସ,୨୮ା୫-ଲକ୍‌ଡାଉନ ଯୋଗୁ ବାଙ୍ଗାଲୋରରେ ଫସି ରହିଥିବା ପ୍ରବାସୀମାନଙ୍କୁ ନେଇ ପୁଣି ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଗୁରୁବାର ମୟୂରଭଞ୍ଜ ଜିଲାର ବାରିପଦାକୁ ଆସିବ। ମଙ୍ଗଳବାର...

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକ୍‌ନିକ୍‌ କଲେଜ ଖୋଲିବ। ଏଥିସହିତ ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ...

Advertisement
Archives

Model This Week