ବଡ଼ଗୁଡ଼ା ସାହିକୁ ଭରସା କାଠପୋଲ

ବିଶୋଇ,୨୦।୮(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ ସରକାରୀ ସୁବିଧାରୁ ବଞ୍ଚିତ। ନଦୀରେ ପାଣି ଯୋଗୁ ଏହି ବ୍ଲକ ଅଧୀନ ବଡ଼ମଣଦା ପଞ୍ଚାୟତର ଆହ୍ଲାପାଣି ଗ୍ରାମରୁ ବଡ଼ଗୁଡ଼ା ସାହିକୁ ଯାତାୟାତ କ୍ଷେତ୍ରରେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଈରେ ପୋଲ ନ ଥିବାରୁ ବଡ଼ଗୁଡ଼ା ସାହି ବାସିନ୍ଦା ବାହ୍ୟଜଗତରୁ ବିଛିନ୍ନ ହୋଇ ପଡ଼ିଛନ୍ତି। ଲୋକେ ନିଜ ପ୍ରଚେଷ୍ଟାରେ ଏକ କାଠପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।
ସୂଚନାଥାଉକି, ବଡ଼ଗୁଡା ସାହିରେ ଦୀର୍ଘ ବର୍ଷ ଧରି ଖଡ଼ିଆ ଓ ତନ୍ତି ସମ୍ପ୍ରଦାୟର ୩୦ ପରିବାରର ୧୨୦ରୁ ଊଦ୍ଧର୍‌ବ ଲୋକ ବସବାସ କରି ଆସୁଛନ୍ତି। ତେବେ,ମୁଖ୍ୟ ରାସ୍ତା ୪୯ନଂ. ଜାତୀୟ ରାଜପଥରୁ ଆହ୍ଲାପାଣି ଗ୍ରାମ ପର୍ଯ୍ୟନ୍ତ ପିଚୁ ହୋଇଛି। ଆହ୍ଲାପାଣି ଗ୍ରାମରୁ ୧ କି.ମି. ପର୍ଯ୍ୟନ୍ତ ବଡ଼ଗୁଡ଼ା ସାହିକୁ ଏକ ମାଟି ନିର୍ମିତ କଚା ରାସ୍ତା ସଂଯୋଗ କରିଛି। ଏହି କଚା ରାସ୍ତା ମଝିରେ ‘କାଶୀଦା-ବଡ଼ଗୁଡା’ନଈ ରହିଛି। ମାତ୍ର, ପରିତାପର ବିଷୟ ଏହି ନଈକୁ ପାର ହେବା ପାଇଁ କୌଣସି ପୋଲ ନିର୍ମାଣ ହୋଇନାହିଁ। ଜରୁରୀ ପରିସ୍ଥିତିରେ ବଡ଼ଗୁଡ଼ା ସାହିକୁ ୧୦୮ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯାଇପାରେ ନାହିଁ। ଅନ୍ୟ ଦିନ ମାନଙ୍କରେ ଏହି ନଦୀ ଦେଇ ଲୋକେ କୌଣସି ମତେ ପାର ହୋଇଯାଉଥିବା ବେଳେ ବର୍ଷା ଦିନରେ ପ୍ରଖର ଜଳସ୍ରୋତ ଯୋଗୁ ନଦୀ ପାର ହେବା କଷ୍ଟକର ହୋଇପଡ଼େ। ତେଣୁ,ବର୍ଷା ଦିନରେ ବଡ଼ଗୁଡା ସାହି ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇପଡ଼େ। ଏହି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବଡ଼ଗୁଡ଼ା ସାହି ବାସିନ୍ଦା ପୂର୍ବରୁ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କଠାରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଆହ୍ଲାପଣି ଗ୍ରାମରୁ ବଡ଼ଗୁଡା ସାହିକୁ ଏକ ରାସ୍ତା ନିର୍ମାଣ ସହିତ ନଦୀରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସାହି ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri