ଅଣ୍ଡା ମୂଲ୍ୟ ମିଳୁନି, କୁକୁଡ଼ା ଚାଷୀ ହତାଶ

ବାରିପଦା ଅଫିସ,୮।୮: ମୟୂରଭଞ୍ଜ ଜିଲାର କୁକୁଡ଼ା ଚାଷୀମାନେ ଦିନକୁ ଦେଢ଼ ଲକ୍ଷ ଅଣ୍ଡା ଉତ୍ପାଦନ କରୁଥିବା ବେଳେ ବଜାର ବ୍ୟବସ୍ଥା ନ ଥିବାରୁ ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି। ଜିଲାର ଆବଶ୍ୟକତାଠାରୁ ଢ଼େର ଅଧିକ ଅଣ୍ଡା ଉତ୍ପାଦନ ହେଉଥିବାରୁ ମୂଲ୍ୟ କମିବାରେ ଲାଗିଛି। ଫଳରେ ଅଣ୍ଡା ପ୍ରତି ୪ଟଙ୍କା ୩୭ପଇସା ଦରରେ ବିକ୍ରି କରୁଥିବାରୁ ଅନେକ ଚାଷୀ ହତାଶ ହୋଇ କୁକୁଡ଼ା ପାଳନରୁ ଦୂରେଇ ଯିବାକୁ ବସିଛନ୍ତି।
ଥିବା ଦୁଆରଶୁଣିସ୍ଥିତ ଝିଙ୍କପାହାଡ଼ି, କରଞ୍ଜିଆର ଚାଞ୍ଛବଣି ଓ ରାସଗୋବିନ୍ଦପୁରର ନଳଗଜା ଫାର୍ମରେ ଦିନକୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଅଣ୍ଡା ଉପତ୍ାଦନ ହେଉଛି। ଜିଲାରେ ଥିବା ଅନ୍ୟ ୧୮ଚାଷୀଙ୍କ ଫାର୍ମରୁ ୨୦ହଜାରରୁ ଊର୍ଦ୍ଧ୍ୱ, ଗ୍ରାମାଞ୍ଚଳ ବାଡ଼ି ଅଗଣାରେ ପାଳନ କରୁଥିବା ୬୧୯ ମହିଳା ଚାଷୀଙ୍କଠାରୁ ଦୈନିକ ୧୫ଶହ, ହଜାରେ ଜଣ ଖଡ଼ିଆ, ମାଙ୍କିଡ଼ିଆ ଓ ଅନ୍ୟାନ୍ୟ ପରିବାରଙ୍କଠାରୁ ଅଢ଼େଇ ହଜାର କୁକୁଡ଼ା ଅଣ୍ଡାକୁ ମିଶାଇ ଦୈନିକ ୧ଲକ୍ଷ ୫୦ହଜାର ଅଣ୍ଡା ଉପତ୍ାଦନ ହୋଇପାରୁଛି। ଏହି ଅଣ୍ଡାକୁ ବିକ୍ରି କରିବା ଲାଗି ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ବୋଲି ଯଶିପୁର ବ୍ଲକର ପୃଥ୍ବୀରାଜ ମହାନ୍ତ, ରରୁଅଁା ବ୍ଲକର ଘନଶ୍ୟାମ ହେମ୍ବ୍ରମ ଓ ବିଶୋଇ ବ୍ଲକର ତୈଲୋକ୍ୟନାଥ ଗିରି ପ୍ରମୁଖ କହିିଛନ୍ତି। ଜିଲାର ୪ଟି ଉପଖଣ୍ଡରେ ବଜାର ବ୍ୟବସ୍ଥା ସହ ସ୍କୁଲ ଓ ଅଙ୍ଗନଓ୍ବାଡି ପିଲାଙ୍କୁ ଅଣ୍ଡା ଯୋଗାଣ କରିବା ପାଇଁ ଠାକୁରମୁଣ୍ଡା ବ୍ଲକର ଚାଷୀ ମମତା ପରିଡ଼ା, କରଞ୍ଜିଆର ଉକତ୍ଳମଣି ବେହେରା, ଶୁକୃଳି ବ୍ଲକର ମହିଳା ଚାଷୀ ବାସନ୍ତୀଲତା ସାହୁ ଦାବି କରିଛନ୍ତି।
ଜିଲାରେ ପ୍ରାଣୀ ସମ୍ବଳର ବିକାଶ ହେବା ସହିତ ଲୋକମାନଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିିପାରିଛି। ଏଥିଯୋଗୁ ରାଜ୍ୟସ୍ତରୀୟ ପ୍ରାଣୀ ଚିକିତ୍ସା ଦିବସ ସମାରୋହ-୨୦୨୨ଅବସରରେ ଶ୍ରେଷ୍ଠ ପ୍ରାଣୀପାଳନ ଜିଲା ଭାବେ ମୟୂରଭଞ୍ଜ ତୃତୀୟ ସ୍ଥାନରେ ରହି ସମ୍ମାନିତ ହୋଇଛି। ଜିଲାର ୨୬ଟି ବ୍ଲକ ଅଧୀନ ପ୍ରତ୍ୟେକ ହିତାଧିକାରୀଙ୍କ ନିମନ୍ତେ ଚଳିତ ବର୍ଷ ୫ଶହ ଲେଖାଏ ବ୍ରଏଲର କୁକୁଡ଼ା ରଖାଯାଇ ପାରୁଥିବା ଫାର୍ମ ନିମନ୍ତେ ୨୭୦ଚାଷୀଙ୍କୁ ୧ଲକ୍ଷ ୮୦ହଜାର ଟଙ୍କା ଲେଖାଏ ଅନୁଦାନ ଦିଆଯିବ। ସେହିପରି ୨୬ଜଣ ଚାଷୀଙ୍କୁ ଲେୟର କୁକୁଡ଼ା ପାଳନ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ୭ଲକ୍ଷ ୫୯ହଜାର୨୧୦ଟଙ୍କା, ୩ଜଣ ଚାଷୀଙ୍କୁ କୁକୁଡ଼ାଙ୍କ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ପ୍ରତ୍ୟେକଙ୍କୁ ୧ଲକ୍ଷ ୧୨ହଜାର, ୧୨ଜଣ ଘୁଷୁରୀ ଚାଷୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୪୦ହଜାର, ୬ଜଣ ଚାଷୀ ବତକ ଚାଷ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୩ଲକ୍ଷ ୭୫ହଜାର, ୩ଜଣ ଚାଷୀ କୁକୁଡା ଚିଅଁା ପ୍ରସ୍ତୁତି ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୬ଲକ୍ଷ ୬୦ହଜାର, ୪ଜଣ କ୍ଷୁଦ୍ର କୁକୁଡ଼ା ଚାଷୀଙ୍କ ଫାର୍ମ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ଲକ୍ଷ, ଗ୍ରାମାଞ୍ଚଳରେ ଥିବା ୧୫ଶହ ଚାଷୀଙ୍କୁ କୁକୁଡ଼ା ପାଳନ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୩ହଜାର ୭୫୦ଟଙ୍କା, ଗ୍ରାମାଞ୍ଚଳ ବତକ ଚାଷ ନିମନ୍ତେ ୧୨୪ଜଣ ଚାଷୀଙ୍କ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ହଜାର ଓ ୧୬୨ଜଣ ଚାଷୀ ଛେଳି ଚାଷ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ଲକ୍ଷ ୧୫ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ଲାଗି ମୟୂରଭଞ୍ଜ ଜିଲାପାଳ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri