ମୟୂରଭଞ୍ଜ

ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ଅସୁସ୍ଥ ଦନ୍ତା

ବାରିପଦା ଅଫିସ,୩ା୧୦: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର କରିବାର ୨୪ ଘଣ୍ଟା ନ ପୂରୁଣୁ ମୃତ୍ୟୁ ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର…

ମନ ମୋହୁଛି ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏଥିରୁ ବାଦ ପଡ଼ି ନାହାନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବିଭିନ୍ନ ପୂଜା କିମିଟି। କରୋନା ପାଇଁ ଦୁଇ ବର୍ଷ ଧରି ପୂଜା କଟକଣାରେ ପାଳନ ହୋଇଥିବା…

ଆହତ ଦନ୍ତାର ହେଲା ଅସ୍ତ୍ରୋପଚାର

ବେତନଟୀ,୩ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀ ରେଞ୍ଜ୍‌ର ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ୧୫ ଦିନ ହେବ ଅସୁସ୍ଥ ଅବସ୍ଥାରେ ବିଚରଣ କରୁଥିବା ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ବେଳେ ହାତୀ ଗୋଡ଼ରୁ ଏକ ମୋଟା ପ୍ଲାଷ୍ଟିକ ରଶି…

ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ

ସାରସକଣା,୨।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ପୋଖରିଡିହା ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ବଣ୍ଟନ ପାଇଁ ଆସୁଥିବା ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ଛତୁଆ ନେଇ ଆସିଥିବା ଗାଡ଼ିକୁ ସରପଞ୍ଚ କାଳିପଦ ସିଂଙ୍କ…

ମନ୍ତ୍ରୀଙ୍କ ପାଚେରି ଭାଙ୍ଗିଲେ ଗ୍ରାମବାସୀ

ବାରିପଦା ଅଫିସ, ୨।୧୦: ଯିବା ଆସିବା ଲାଗି ରାସ୍ତା ଛାଡ଼ିବାକୁ ଲୋକେ ଅନୁରୋଧ କରିଥିଲେ। ହେଲେ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଲୋକଙ୍କ ରୋଷର ଶିକାର ହୋଇଛନ୍ତି ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ। ମୟୂରଭଞ୍ଜ ଜିଲା…

ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ। ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ…

ଝିଅଙ୍କୁ ନେଇ ଘରକୁ ଆସୁଥିବା ବେଳେ ଚାଲିଗଲା ମା’ଙ୍କ ଜୀବନ

ଠାକୁରମୁଣ୍ଡା,୧।୧୦ (ଡି.ଏନ୍‌.ଏ.): ବାଇକ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ଆନନ୍ଦପୁର ରାସ୍ତାର ମହୁଲଡ଼ିହା ଅଫିସ ସାହି ନିକଟରେ ଶନିବାର ଏଭଳି ଏକ ଦୁର୍ଘଟଣା ଘଟିଛି। ମୃତକ ମହିଳାଜଣଙ୍କ ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଭଲିଆଡାଳ ଗ୍ରାମ ଢେଙ୍କିଶାଳ ସାହିର କାଇରୀ ବୋଲି ଜଣାପଡ଼ିଛି।…

ଶିଶୁମାନଙ୍କୁ ବ୍ୟାପୁଛି ଅଜଣା ରୋଗ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ ଅଞ୍ଚଳରେ ଶିଶୁମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ମୁହଁ, ଦେହର ବିଭିନ୍ନ ସ୍ଥାନରେ ଫୋଟକା ଭଳି ହୋଇ ଘା’ ହୋଇଯାଉଛି। ଏହା ବ୍ୟାପୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ସୂଚନା ଅନୁଯାୟୀ,…

ଗୋରୁଙ୍କୁ ଲମ୍ପି ରୋଗ, ଲୋକେ ଭୟଭୀତ

ସାରସକଣା,୧୦।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ପାଣ୍ଡରା ପଞ୍ଚାୟତରେ ଗୋଟିଏ ଗାଈ ଦେହରେ ଲମ୍ପି ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈର ଦେହ ସାରା ଫଟକା ହେବା ସହ ପରେ…

ମୁଖ୍ୟ ବଜାରରେ ବଢୁଛି ଟ୍ରାଫିକ୍‌ ସମସ୍ୟା

ବାରିପଦା ଅଫିସ,୧ା୧୦: ବାରିପଦା ସହର ମୁଖ୍ୟ ମାର୍କେଟ ବାଣ୍ଠିଆ ଜଗନ୍ନାଥ ମନ୍ଦିରଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢୁଛି। ବାଜରରେ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ପାଇଁ ସମସ୍ୟା ଉତ୍କଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟା ଘଣ୍ଟା ଧରି…

ଅନ୍ଧବିଶ୍ୱାସ, ଗୁଣିଗାରେଡ଼ିକୁ ନେଇ ହତ୍ୟା

ବାରିପଦା ଅଫିସ,୧ା୧୦: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଏକ ଅଖା ବସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର…

ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରଧାନସାହିର ବାଘ ମହାନ୍ତି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?