ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି

ବାରିପଦା ଅଫିସ,୧୫ା୧୦: ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି ପକ୍ଷରୁ ଠିକ୍‌ ଭାବେ ଯାଞ୍ଚ କରା ନ ଯାଇ ତ୍ରୁଟିପୂର୍ଣ୍ଣ ତାଲିକା ଦିଆଯାଇଥିବା ବେଳେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଛି। ଏହି ତାଲିକାରେ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ତେବେ ବିଭାଗୀୟ କର୍ମଚାରୀମାନଙ୍କ ଖାମଖିଆଲି ନୀତି ଓ ତରବରିଆ ଭାବେ ତାଲିିକା ପ୍ରକାଶ ପାଇଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ କାର୍ଯ୍ୟରତ ଲେଭଲ-୪ ପ୍ରଧାନ ଶିକ୍ଷକ ଓ ଲେଭଲ-୪ ଗ୍ରାଜୁଏଟ ବିଜ୍ଞାନ, କଳା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରାବାରଠାରୁ କାଉନସେଲିଂ ଆରମ୍ଭ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି ମାଧ୍ୟମରେ ପ୍ରଧାନ ଶିକ୍ଷକ ପଦବୀରେ ୨୮୮ଜଣ, ଗ୍ରାଜୁଏଟ କଳା ଶିକ୍ଷକ ଭାବେ ୨୮୬ ଓ ବିଜ୍ଞାନ ଶିକ୍ଷକ ଭାବେ ୯୧ଜଣଙ୍କୁ ପଦୋନ୍ନତି ନିମନ୍ତେ ୧୭ ସେପ୍ଟେମ୍ବରରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାକୁ ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ପତ୍ର ସଂଖ୍ୟା ୧୭୯୬୮/୨୯ ସେପ୍ଟେମ୍ବର ୨୦୨୨ରେ ଅନୁମୋଦନ କରିଛି। ତେବେ ଉକ୍ତ ତାଲିକାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ପ୍ରକାଶ ପାଇଥିବା ବେଳେ ପୂର୍ବ ବର୍ଷମାନଙ୍କରେ ପଦୋନ୍ନତି ଫର୍ଗ (ପରିତ୍ୟାଗ)କରିଥିବା ଶିକ୍ଷକମାନଙ୍କ ନାମ ସାମିଲ କରାଯାଇଛି। ବେତନଟୀ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ଦାମୋଦରପୁର ୟୁଆର ସରକାରୀ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ମୀନା ଦାସ ଓ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପୁନଃ ପଦୋନ୍ନତି ତାଲିକାରେ ସ୍ଥାନିତ କରାଯାଇଛି। ଉଭୟ ଶିକ୍ଷକ ୨୦୨୧ରେ ପଦୋନ୍ନତି ନେବାକୁ ଫର୍ଗ କରିଥିଲେ। ତେବେ ନିୟମାନୁଯାୟୀ ଫର୍ଗ କରିଥିବା ଶିକ୍ଷକମାନଙ୍କୁ ଅବସରଗ୍ରହଣ ପର୍ଯ୍ୟନ୍ତ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ରହିଛି। ସେହିପରି ତିରିଂ ବ୍ଲକର ଶିକ୍ଷକ ମନୋରଞ୍ଜନ ସିଂ, ସାରସକଣା ବ୍ଲକର ଶିକ୍ଷକ ମୋତିଲାଲ ପ୍ରଧାନ ଓ ବିଜାତଳା ବ୍ଲକ ହେସେଲଗଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରିଶ ଚନ୍ଦ୍ର ମହାନ୍ତ ଅବସର ଗ୍ରହଣ କରିବା ପରେ ମଧ୍ୟ ସେମାନଙ୍କ ନାମ ପଦୋନ୍ନତି ତାଲିକାରେ ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ ସହିତ ପଦୋନ୍ନତି ନେବାକୁ ଫର୍ଗ କରିଥିବା ଶିକ୍ଷକମାନଙ୍କୁ ପୁନଃ ତାଲିକାଭୁକ୍ତ କରାଯାଇଥିବା ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ପଦୋନ୍ନତି ପାଇବା ଲାଗି ମୋଟା ଅଙ୍କର ଅର୍ଥ କାରବାର କରାଯାଇଥିବା ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନବକିଶୋର ଗିରଙ୍କୁ ପଚାରିବାରୁ ୩୦ଜୁନ୍‌ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ତାଲିକା ପ୍ରସ୍ତୁତ କରି ଗଣଶିକ୍ଷା ବିଭାଗକୁ ପଠାଯାଇଥିଲା। ତାଲିକା ଅନୁମୋଦନ ହୋଇ ଆସିବା ମଧ୍ୟରେ କିଛି ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ସେମାନଙ୍କୁ ତାଲିକାରୁ ବାଦଦେଇ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ତଦନ୍ତ ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?