ଚିତ୍ରଡ଼ା ବଜାର, ଗାଁରେ ବୁଲିଲା ଦନ୍ତା

ମୋରଡା,୮।୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ତଥା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାର ମୁଖ୍ୟ ବଜାର ଓ ଗାଁରେ ଶୁକ୍ରବାର ଭୋରରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସିଥିବା ଉକ୍ତ ହାତୀ ତଳସାହି ଗାଁ ଦେଇ ଚିତ୍ରଡ଼ା ବଜାରକୁ ପ୍ରବେଶ କରିଥିଲା। ପରେ ଚିତ୍ରଡ଼ାର ମହାଦେବ ସାହି, କଚାସାହି, ଡୁମୁରଡିହା ଉପଦ୍ରବ କରି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି। ହାତୀଟି ମହାଦେବ ସାହିର ଅମୀୟ କୁମାର ସାହୁଙ୍କ ଘର ଭାଙ୍ଗି ଦେଇଥିବା ବେଳେ ସନ୍ତୋଷ କୁମାର ସାହୁଙ୍କ ଘର କବାଟ ଭାଙ୍ଗି ଧାନ ଖାଇବା ସହ ନଷ୍ଟ କରିଛି। ସେହିପରି କଚାସାହିର ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଧାନ ଖାଇ ନଷ୍ଟ କରିଥିବା ଜଣାପଡ଼ିଛି। ଏନେଇ ରାସଗୋବିନ୍ଦପୁର ରେଞ୍ଜର ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ଉକ୍ତ ହାତୀ ଏକୁଟିଆ ପଶ୍ଚିମବଙ୍ଗରୁ ଆସିଥିବା ବେଳେ ଏବେ ଜଙ୍ଗଲରେ ଅଛି। ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ତେବେ କ୍ଷତିଗ୍ରସ୍ତ ନେଇ ରିପୋର୍ଟ ରାଜସ୍ବ ବିଭାଗ ବନ ବିଭାଗକୁ ଦେଲେ ସାତଦିନ ଭିତରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ବନ୍ତ, ୭।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଆର୍‌.ଏନ୍‌.ବେତଡା ଗ୍ରାମରେ ଜଣେ ଯୁବକ ମା’ଙ୍କୁ ମାଡ ମାରି ଗିରଫ ହୋଇଥିବା ଜଣାଯାଇଛି।...

ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ମୂକ ବଧିର ଛାତ୍ରୀଛାତ୍ର

ସୁନାବେଡ଼ା,୨ା୯(ସ୍ବ.ପ୍ର.):ସରକାର ଶାରୀରିକ ଓ ମାନସିକ ଅନଗ୍ରସରମାନଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ସେଥିରୁ ଲାଭ ନେଉଛନ୍ତି କେତେଜଣ ପ୍ରଶାସନିକ ଅଧିକାରୀ ଓ ଠିକାଦାର୍‌...

ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ

ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ...

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ...

ଜବରଦଖଲ ଉଚ୍ଛେଦ ଦାବିରେ ଅନଶନ

ବନ୍ତ,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଷେଣ୍ଢତୀରା ପଞ୍ଚାୟତ ଅଧୀନ ବରପଦା ରାଜସ୍ବ ଗ୍ରାମର ସରକାରୀ ବସ୍ତି ଯୋଗ୍ୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବୁଧବାର ଗ୍ରାମର...

କେଲିଆ ଶୈବପୀଠ, ପାର୍ବତୀ ଗୁମ୍ଫା

ଡାବୁଗାଁ, ୨।୧ (ଡି.ଏନ୍‌.ଏ.):ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ହୋଇଯାଏ ବେଶ୍‌ ଗହଳିଚହଳି। ପ୍ରାକୃତିକ ପରିବେଶ ଭରା ସ୍ଥାନରେ ବେଶ୍‌ ଭିଡ଼ ଜମେ। ସ୍ଥାନୀୟ ଲୋକଙ୍କ ସହିତ ପଡ଼ୋଶୀ...

ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼...

ବେଆଇନ କ୍ରଶର ପରିଦର୍ଶନ କଲେ ଡିଏଫ୍‌ଓ

କେନ୍ଦୁଝର,୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ତହସିଲ ଅଧୀନ ଖଣ୍ଟଘର ଗ୍ରାମରେ ଚାଲିଥିବା ବେଆଇନ କ୍ରଶର ଅଞ୍ଚଳକୁ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ ଗସ୍ତ କରି ସ୍ଥିତି...

Advertisement
Archives

Model This Week