ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମ୍ୟାଚ୍‌

ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦାବିରେ ଭଞ୍ଜସେନା ପକ୍ଷରୁ ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖେଳାଳିମାନେ ଖେଳ ପୋଷାକ ପରିଧାନ କରି ଫୁଟ୍‌ବଲ ମ୍ୟାଚ୍‌ ଖେଳିଛନ୍ତି। ଫୁଟ୍‌ବଲର ଏନ୍ତୁଡ଼ିଶାଳ କୁହାଯାଉଥିବା ମୟୂରଭଞ୍ଜ ଜିଲାରେ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବି ମୁତାବକ କ୍ରୀଡ଼ାକ୍ଷେତ୍ରରେ ମୟୂରଭଞ୍ଜର ବହୁ ଖେଳାଳି ରାଜ୍ୟ ତଥା ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲା ପାଇଁ ଗର୍ବ ଓ ଗୌରବ ଆଣିପାରୁଛନ୍ତି। ଜିଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଲେ ଅନେକ ଖେଳାଳି ଏହାର ସୁବିଧା ସୁଯୋଗ ପାଇ ନିୟମିତ ଅଭ୍ୟାସ ଜାରି ରଖିଲେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଜାତୀୟ ଅନ୍ତର୍ଜାତୀୟସ୍ତରକୁ ମନୋନୀତ ହୋଇପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଭଞ୍ଜସେନା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦାଙ୍କ ନେତୃତ୍ୱରେ ଜିଲାର ଫୁଟବଲ ଖେଳାଳିମାନେ ଏକଜୁଟ ହୋଇ ଦାବି ଜଣାଇଛନ୍ତି। ଜିଲାର ବହୁ ସ୍ଥାନରେ ଫୁଟବଲ ଖେଳ ନିମନ୍ତେ ଭିତ୍ତିଭୂମି ରହିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁ ବହୁ ପ୍ରତିଭାଧାରୀ ଖେଳାଳି ବଣମଲ୍ଲୀ ସଦୃଶ ହୋଇପଡ଼ିଛନ୍ତି ବୋଲି ସଙ୍ଗଠନର ଓବିସି ଶାଖା ସଭାପତି ରାକେଶ ବେହେରା ଓ ପରିତୋଷ ବାରିକ ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ଦାବି ପୂରଣ କରା ନ ଗଲେ ସେନା ପକ୍ଷରୁ ସମସ୍ତ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଅବରୋଧ କରି ଫୁଟବଲ ଖେଳି ହରତାଳ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସେନାର ସଭାପତି ପିଣ୍ଟୁ ମାଇତି, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସରପଞ୍ଚ ବାର୍ଷା ହେମ୍ବ୍ରମ, ରାମଚନ୍ଦ୍ର ମୁମୁ, ରବିନ ମହାନ୍ତି, ସଞ୍ଜୟ ହାଁସଦା, ହିକିମ ମାରାଣ୍ଡି, ରାଜେନ ମୁର୍ମୁ, ରାମଦାସ ମୁର୍ମୁ, ମଧୁସୂଦନ ମୁମୁ, କାଞ୍ଚନ ସୋରେନଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ସାମିଲ ହୋଇ ଦାବି ଉପସ୍ଥାପନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ

ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା।...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ବ୍ରାହ୍ମଣୀଗାଁ ଫରେଷ୍ଟର ଗିରଫ

ବ୍ରହ୍ମପୁର ଅଫିସ,୩୦ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ରବିବାର ଭିଜିଲାନ୍ସ...

ଲୋକନାଥ ମନ୍ଦିର ବେଢାରେ ୨ ଫୁଟର ପାଣି

ପୁରୀ ଅଫିସ, ୧୦।୯: ଶ୍ରୀଲୋକନାଥ ମନ୍ଦିର ବେଢାରେ ଜମିଛି ପ୍ରାୟ ୨ଫୁଟର ପାଣି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର

ଦେବଗଡ,୭।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତରା ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ...

ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ...

ଆଜି ଉଦ୍‌ଘାଟନ ହେବ ମେଡିକାଲର ୨ ୱାର୍ଡ

ଅନୁଗୋଳ ଅଫିସ, ୧୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଜେରିଆଟିକ୍‌ ଓ ଚକ୍ଷୁ ବିଭାଗର ଦୁଇଟି ୱାର୍ଡ ଉଦ୍‌ଘାଟନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ...

ଜବରଦଖଲରେ ରାଜାରାଜୁଡା ଅମଳର ବାବୁରକଟା

ଜାମଟିକ୍ରା,୧।୮(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଳକ ବୁଗବୁଗା ପଞ୍ଚାୟତର ଜାମଟିକ୍ରା ଉପକଣ୍ଠରେ ଥିବା ୧୦୨ ଏକର ବିଶିଷ୍ଟ ବାବୁରକଟା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି ।...

୪୦ ଦିନ ପରେ ମା’ ଓ ଝିଅ ଉଦ୍ଧାର:  ସେବା ବାହାନାରେ ବନ୍ଧକ ରଖିଥିଲେ ଅଭିଯୁକ୍ତ

ରାଉରକେଲା ଅଫିସ, ୨୦।୧୧ ଉଦିତ ନଗର ଥାନା ଅର୍ନ୍ତଗତ ବାସନ୍ତୀ କଲୋନୀରେ ଜନୈକ ବ୍ୟକ୍ତି ସେବା କରିବାର ବାହାନା ଦେଖାଇ ୨ଜଣ ମହିଳାଙ୍କୁ ଦୀର୍ଘ ୪୦ଦିନ...

Advertisement
Archives

Model This Week