ଦେଓ ନଦୀରେ ଲୀନହେବ ୨ ଗାଁ

କୁଆମରା,୧୪।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ଅବସ୍ଥିତ ଜୟପୁର ପଞ୍ଚାୟତର ସହରସାହି ଓ ମଠସାହି ଗ୍ରାମ ଦୁଇଟି ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ପ୍ରକାଶ ପାଇଛି। ପ୍ରତିବର୍ଷ ନଦୀ କୂଳ ଖାଇବା ଯୋଗୁ ଏହି ଦୁଇ ଗାଁ ପ୍ରତି ବିପଦ ଦେଖାଦେଇଛି। ୧୯୯୯ ମହାବାତ୍ୟା ପରଠାରୁ ପ୍ରତିବର୍ଷ ଉକ୍ତ ନଦୀର ଦୁଇ କୂଳ ଖାଇବାରେ ଲାଗିଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏଥିପାଇଁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଉକ୍ତ ଦୁଇ ଗ୍ରାମରେ ପାଖାପାଖି ୫ଶହ ଲୋକ ବାସ କରୁଥିବା ବେଳେ ବର୍ଷା ଦିନେ ବାତ୍ୟା ନାଁ ଶୁଣିଲେ ଭୟରେ ଗାଁ ଛାଡ଼ି ଅନ୍ୟତ୍ର ପଳାଇ ଯାଆନ୍ତି। ଏହି ୨ଗ୍ରାମର ଲୋକେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସମସ୍ତେ ଦିନ ମଜୁରିଆ। ୯୦ ପ୍ରତିଶତ ଝୁମ୍ପୁଡ଼ି ଘର ଥିବା ବେଳେ ଦୀର୍ଘ ୨୨ ବର୍ଷ ମଧ୍ୟରେ ୬/୭ ଥର ବାତ୍ୟା ଓ ବନ୍ୟା ଯୋଗୁ ଅନେକଙ୍କର ବାସଗୃହ ମାଟିରେ ମିଶିଯାଇଛି। ବିଗତ ୧୦ ବର୍ଷ ମଧ୍ୟରେ କେତେ ଯେ ବାସଗୃହ ନଦୀ ଗର୍ଭକୁ ଗଲାଣି ତାର ହିସାବ ନାହିଁ। ସେହିପରି ନଦୀର ଦୁଇ କୂଳ ଖାଇବା ଯୋଗୁ ଏକର ଏକର ଜମି ନଦୀ ଗର୍ଭରେ ଲୀନ ହୋଇ ଯାଇଛି। ଅନ୍ୟ ପକ୍ଷରେ ଉକ୍ତ ନଦୀର ପଶ୍ଚିମ ପାର୍ଶ୍ୱରେ ଉଦଳା ବ୍ଲକର କଇଁସାରି ଗ୍ରାମ ଅବସ୍ଥିତ। ନଦୀଠାରୁ ଗାଁର ପାଖାପାଖି ଦୂରତ୍ୱ ୫ଶହ ମିଟର ହୋଇଥିବା ବେଳେ ପ୍ରତି ବର୍ଷ ନଦୀ କୂଳ ଖାଇ ଗାଁ ଆଡ଼କୁ ମାଡ଼ି ଆସୁଛି। ଏହି ଗ୍ରାମର ନଦୀ କୂଳରେ ଥିବା ଚାଷ ଜମି ମଧ୍ୟ ନଦୀରେ ମିଶିଲାଣି। ଉକ୍ତ ନଦୀଟି କମ୍‌ ଓସାରିଆ ହୋଇଥିବାରୁ ଅଧିକ ସ୍ରୋତ ଯୋଗୁ ସାମାନ୍ୟ ବନ୍ୟାରେ ମଧ୍ୟ କୂଳ ଖାଉଛି। ଉକ୍ତ ନଦୀ କିରିକିଚିଆଠାରେ ସୋନ ନଦୀରେ ମିଶିଛି। ବର୍ଷା ଋତୁରେ ସୋନ ନଦୀର ଉପର ମୁଣ୍ଡରେ ପାଣି ଛାଡ଼ିଲେ ଏହି ନଦୀର ପାଣି ଠେଲି ହୋଇ ଗାଁ ଗଣ୍ଡାର କ୍ଷତି ଘଟାଉଛି। ମହାବାତ୍ୟା, ଫାଇଲିନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ବାସଗୃହ ଓ ଚାଷଜମି ବାଲିଚର ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହାର ପୁନରୁଦ୍ଧାର ହୋଇ ପାରିନାହିଁ। ତେବେ ଗ୍ରାମ ଓ ଚାଷ ଜମିର ସୁରକ୍ଷା ପାଇଁ ନଦୀ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

ଚମତ୍କାର କଲେ ରାହୁଲ ଦ୍ରାବିଡଙ୍କ ପୁଅ: ମହାରାଜା ଟ୍ରଫିରେ…

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ପୁଣିଥରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଜା ଟ୍ରଫି…

କରୁର୍ ଦଳାଚକଟା; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି!

ଚେନ୍ନାଇ,୩ା୭: କରୁରରେ ଟିଭିକେ ନେତା ବିଜୟଙ୍କ ପ୍ରଚାର ସମୟରେ ଦଳାଚକଟାରେ ୪୧ଜଣଙ୍କ ଜୀବନ ଯଆଇଥିଲେ । ଏହି ଘଟଣାରେ ଗୁରୁବାର ଦିନ ସି ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri