ଦେଓ ନଦୀରେ ଲୀନହେବ ୨ ଗାଁ

କୁଆମରା,୧୪।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ଅବସ୍ଥିତ ଜୟପୁର ପଞ୍ଚାୟତର ସହରସାହି ଓ ମଠସାହି ଗ୍ରାମ ଦୁଇଟି ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ପ୍ରକାଶ ପାଇଛି। ପ୍ରତିବର୍ଷ ନଦୀ କୂଳ ଖାଇବା ଯୋଗୁ ଏହି ଦୁଇ ଗାଁ ପ୍ରତି ବିପଦ ଦେଖାଦେଇଛି। ୧୯୯୯ ମହାବାତ୍ୟା ପରଠାରୁ ପ୍ରତିବର୍ଷ ଉକ୍ତ ନଦୀର ଦୁଇ କୂଳ ଖାଇବାରେ ଲାଗିଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏଥିପାଇଁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଉକ୍ତ ଦୁଇ ଗ୍ରାମରେ ପାଖାପାଖି ୫ଶହ ଲୋକ ବାସ କରୁଥିବା ବେଳେ ବର୍ଷା ଦିନେ ବାତ୍ୟା ନାଁ ଶୁଣିଲେ ଭୟରେ ଗାଁ ଛାଡ଼ି ଅନ୍ୟତ୍ର ପଳାଇ ଯାଆନ୍ତି। ଏହି ୨ଗ୍ରାମର ଲୋକେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସମସ୍ତେ ଦିନ ମଜୁରିଆ। ୯୦ ପ୍ରତିଶତ ଝୁମ୍ପୁଡ଼ି ଘର ଥିବା ବେଳେ ଦୀର୍ଘ ୨୨ ବର୍ଷ ମଧ୍ୟରେ ୬/୭ ଥର ବାତ୍ୟା ଓ ବନ୍ୟା ଯୋଗୁ ଅନେକଙ୍କର ବାସଗୃହ ମାଟିରେ ମିଶିଯାଇଛି। ବିଗତ ୧୦ ବର୍ଷ ମଧ୍ୟରେ କେତେ ଯେ ବାସଗୃହ ନଦୀ ଗର୍ଭକୁ ଗଲାଣି ତାର ହିସାବ ନାହିଁ। ସେହିପରି ନଦୀର ଦୁଇ କୂଳ ଖାଇବା ଯୋଗୁ ଏକର ଏକର ଜମି ନଦୀ ଗର୍ଭରେ ଲୀନ ହୋଇ ଯାଇଛି। ଅନ୍ୟ ପକ୍ଷରେ ଉକ୍ତ ନଦୀର ପଶ୍ଚିମ ପାର୍ଶ୍ୱରେ ଉଦଳା ବ୍ଲକର କଇଁସାରି ଗ୍ରାମ ଅବସ୍ଥିତ। ନଦୀଠାରୁ ଗାଁର ପାଖାପାଖି ଦୂରତ୍ୱ ୫ଶହ ମିଟର ହୋଇଥିବା ବେଳେ ପ୍ରତି ବର୍ଷ ନଦୀ କୂଳ ଖାଇ ଗାଁ ଆଡ଼କୁ ମାଡ଼ି ଆସୁଛି। ଏହି ଗ୍ରାମର ନଦୀ କୂଳରେ ଥିବା ଚାଷ ଜମି ମଧ୍ୟ ନଦୀରେ ମିଶିଲାଣି। ଉକ୍ତ ନଦୀଟି କମ୍‌ ଓସାରିଆ ହୋଇଥିବାରୁ ଅଧିକ ସ୍ରୋତ ଯୋଗୁ ସାମାନ୍ୟ ବନ୍ୟାରେ ମଧ୍ୟ କୂଳ ଖାଉଛି। ଉକ୍ତ ନଦୀ କିରିକିଚିଆଠାରେ ସୋନ ନଦୀରେ ମିଶିଛି। ବର୍ଷା ଋତୁରେ ସୋନ ନଦୀର ଉପର ମୁଣ୍ଡରେ ପାଣି ଛାଡ଼ିଲେ ଏହି ନଦୀର ପାଣି ଠେଲି ହୋଇ ଗାଁ ଗଣ୍ଡାର କ୍ଷତି ଘଟାଉଛି। ମହାବାତ୍ୟା, ଫାଇଲିନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ବାସଗୃହ ଓ ଚାଷଜମି ବାଲିଚର ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହାର ପୁନରୁଦ୍ଧାର ହୋଇ ପାରିନାହିଁ। ତେବେ ଗ୍ରାମ ଓ ଚାଷ ଜମିର ସୁରକ୍ଷା ପାଇଁ ନଦୀ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri