ରାଣୀଭୋଳ ଓଏଭିକୁ ସର୍ବଶ୍ରେଷ୍ଠ ମାନ୍ୟତା

ବାରିପଦା ଅଫିସ,୧୪ା୧୦: ସର୍ବଭାରତୀୟସ୍ତରର ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୧୦ମ ସ୍ଥାନ ଅଧିକାର କରିଛି। ରାଜ୍ୟର ହାତୀଓଟା ଓଏଭି ୫ମ ଏବଂ ବାରିପଦାସ୍ଥିତ ରାଣୀଭୋଳ ଓଏଭି ବିଦ୍ୟାଳୟ ୧୦ମ ସ୍ଥାନରେ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଗୁଣାମତ୍କ ଶିକ୍ଷାଦାନ ଏବଂ ବିଦ୍ୟାଳୟସ୍ତରୀୟ ସହ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନକୁ ନେଇ ଏହି ସଫଳତା ହାସଲ କରିପାରିଛି।
ଇଡବ୍ଳ୍ୟୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ ୨୦୨୨-୨୩’ ତାଲିକାରେ ଶ୍ରେଷ୍ଠ ସରକାରୀ ସ୍କୁଲ୍‌ ଭାବେ ରାଣୀଭୋଳ ଓଏଭି ବିଦ୍ୟାଳୟ ରହିଛି। ରାଣୀଭୋଳ ଓଏଭି ବିଦ୍ୟାଳୟଟି ୨୦୧୬ମସିହାରେ ପ୍ରତିଷ୍ଠା ହୋଇ କାର୍ଯ୍ୟାରମ୍ଭ ହୋଇଥିଲା। ଚଳିତ ବର୍ଷ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୭୧ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ନିମନ୍ତେ ପ୍ରଧାନଶିକ୍ଷକଙ୍କ ସହ ୨୦ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଗତ ୨ବର୍ଷ ଧରି ମାଟ୍ରିକ ଓ ଏକାଦଶ ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ହାସଲ କରି ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ଗର୍ବ ଗୌରବ ପ୍ରତିପାଦନ କରିଛନ୍ତି। ଏହା ବ୍ୟତୀତ ସ୍କୁଲ୍‌ ପରିସର ପରିଷ୍କାର ପରିଚ୍ଛନ୍ନତା, ବୈଜ୍ଞାନିକ ମେଧା ଅନ୍ବେଷଣ କାର୍ଯ୍ୟକ୍ରମ, ଓଏଭି ମହୋତ୍ସବର ପୋଏମ ପ୍ରତିଯୋଗିତା ଏବଂ କ୍ଳାସିକାଲ ସିନିଅର ଡ୍ୟାନ୍ସରେ ରାଜ୍ୟସ୍ତରରେ ପ୍ରଥମ ହେବା ସହିତ ସ୍କୁଲ୍‌ରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ଉଚ୍ଚକୋଟୀର ପାରଦର୍ଶିତା ପ୍ରଦର୍ଶନ କରି ଜିଲା ତଥା ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଚାଲିଛନ୍ତି। ଶିକ୍ଷକ କଲ୍ୟାଣ ଓ ଉନ୍ନତି, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କ ପାରଦର୍ଶିତା, ଶିକ୍ଷାନୁଷ୍ଠାନର ଖ୍ୟାତି, ସହ ଶିକ୍ଷା କାର୍ଯ୍ୟକ୍ରମ, ଅନ୍‌ଲାଇନ ଶିକ୍ଷାଦାନର ପ୍ରତିଫଳନ, ଶିକ୍ଷାର୍ଥୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଉତ୍ତମ ମାନର ନେତୃତ୍ୱ ଓ ପରିଚାଳନା, ଅଭିଭାବକଙ୍କ ସହଭାଗିତା, ସ୍କୁଲ୍‌ର ଆବଶ୍ୟକ ଭିତ୍ତିଭୂମି, ମାନସିକ ଓ ଭାବପ୍ରବଣର ଯଥାର୍ଥିତ ସେବା, ଶିକ୍ଷାର ସ୍ବତନ୍ତ୍ର ଆବଶ୍ୟକତା, ସରକାରୀ ଅନୁଦାନର ଉଚିତ ବିନିଯୋଗ ଓ ଗୋଷ୍ଠୀଗତ ସେବା ପ୍ରଦାନରେ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସ୍କୁଲକୁ ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ସ୍ଥାନ ପାଇପାରିଛି। ବିଦ୍ୟାଳୟର ସଫଳତା ପଛରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମଣ୍ଡଳ ଶ୍ରେୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଛାତ୍ରୀଛାତ୍ରମାନଙ୍କ ଶାରୀରିକ, ବୌଦ୍ଧିକ, ମାନସିକ ଓ ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଜିଲାର ଗୌରବକୁ ବଜାୟ ରଖିବା ନେଇ ସମସ୍ତ କର୍ମଚାରୀ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?