ମାଲକାନଗିରି

ସ୍ୱାଭିମାନ ଅଞ୍ଚଳରେ ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭାରମ୍ଭ କଲେ ମନ୍ତ୍ରୀ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଡ଼ା ଦୌଡ଼ ପ୍ରତିଯୋଗିତା

ଚିତ୍ରକୋଣ୍ଡା ,୦୭/୧: ଘରେ ଘରେ ପୁଷ୍ଟି ପ୍ରୟାସ ଶନିବାର ଓଡିଶା ସରକାର ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନ୍ୟୁଟ୍ରେଶନ ଆଟ ଡୋରଷ୍ଟେପ(ଘରେ ଘରେ ପୃଷ୍ଟି) ପ୍ରଥମେ ଶନିବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଗ୍ରାମ ପଂଚାୟତର ଯନ୍ତାପାଇ ଗ୍ରାମରେ…

ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ

ମାଲକାନଗିରି, ୬ା୧(ଡି.ଏନ.ଏ.):ମାଲକାନଗିରି ଜିଲା ସଦରସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଭୋଟର ତାଲିକା-୨୦୨୩ ପ୍ରକାଶ ପାଇଛି। ଜିଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି। ବିଗତ ଦିନରେ ଭଲଭାବେ ଭୋଟର ସଚେତନତା କାର୍ଯ୍ୟକ୍ରମ…

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବାଇକ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୪ା୧(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ବୁଧବାର ଏହି ସେବା ଆରମ୍ଭ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତ ପରିସରରେ…

୧୦ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ମାଲକାନଗିରି,୧।୧(ଡି.ଏନ.ଏ.): ବର୍ଷ ଆରମ୍ଭରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ମାଲକାନଗିରି ଜିଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ପାଇଁ ଜିଲାର ବିଭିନ୍ନ ବିଦ୍ୟାଳୟର କାର୍ଯ୍ୟରତ ୧୦ଜଣ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଶିକ୍ଷକମାନେ ହେଲେ ଅରୁଣାରାଣୀ ବେଉରିଆ, ସନ୍ତୋଷ ସ୍ବାଇଁ, ଜସ୍ମିନ…

ନୂଆବର୍ଷରେ ହ୍ରାସ ପାଇଲା ପର୍ଯ୍ୟଟକଙ୍କ ସଂଖ୍ୟା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମା ଠାରୁ ୫ କିଲୋମିଟର ଦୂର ସତୀଗୁଡ଼ା ଜଳଭଣ୍ଡାରକୁ ଲାଗି ରହିଥିବା ସତୀଗୁଡ଼ା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଏବଂ ଚିତ୍ରକୋଣ୍ଡାଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ପୂର୍ବବର୍ଷ ଭଳି ନୂଆବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ଦେଖିବାକୁ ମିଳିଛି। ପ୍ରତିବର୍ଷ ନୂଆବର୍ଷରେ…

ପିଅନଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀଙ୍କ ଜୀବନ ଗଲା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ପିଅନଙ୍କ ଟାଙ୍ଗିଆ ଚୋଟରେ ଜଣେ ଗୁରୁଜୀଙ୍କ ଜୀବନ ଯାଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସଦର ସରସତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟରେ। ପିଅନ ନରେଶ କ୍ଷତ୍ରୀୟଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀ ନିରାକାର ସେଠୀଙ୍କ ମୃତ୍ୟୁ ହୋଇଛି।…

ଡ୍ୟାମ୍‌ ନିର୍ମାଣକୁ ବିରୋଧ କରି ଆଦିବାସୀଙ୍କ ପ୍ରଜାମେଳି

ମାଲକାନଗିରି/ମାଥିଲି,୨୯ା୧୨(ଡି.ଏନ.ଏ.): ଓଡ଼ିଶା ସୀମାରେ ପଡୋଶୀ ଛତିଶଗଡ଼ର ପ୍ରକଳ୍ପକୁ ବିରୋଧ କରି ଗୁରୁବାର ଶତାଧିକ ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀ ସଂଘ ମାଧ୍ୟମରେ ଏକାଠି ହୋଇ ମେଳି କରି ଏହାର ପ୍ରତିବାଦ କରିଛନ୍ତି। ଛତିଶଗଡ଼ ମାଲକାନଗିରି ଜିଲା ସୀମାନ୍ତ ସାବେରୀ ନଦୀର ଭୀମସେନ…

ଜାତୀୟସ୍ତରକୁ ମନୋନୀତ ହେଲେ ଭାଗ୍ୟଶ୍ରୀ

ମାଲକାନଗିରି,୨୭ା୧୨ (ଡି.ଏନ୍‌.ଏ.):ମାଲକାନଗିରି ଜିଲା ପଡିଆ ସଦର ବ୍ଲକର ଜଣେ ଛାତ୍ରୀ ମହିଳା କ୍ରିକେଟ ଟିମ୍‌ ଓଡ଼ିଶା ଦଳରେ ୧୫ ବର୍ଷରୁ କମ୍‌ ବର୍ଗରେ ମନୋନୀତ ହୋଇଛନ୍ତି। ସେ ହେଲେ ପଡିଆ ସଦର ବ୍ଲକର ଏନ୍‌. ଭାଗ୍ୟଶ୍ରୀ। ଏହି ଖବର ଜଣାପଡିବା ପରେ…

ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ

ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ଲାଗି ଆନ୍ତରିକ ଉଦ୍ୟମ ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ…

ଗୀତା,ଶ୍ଳୋକ ଆବୃତ୍ତି କରି ଚର୍ଚ୍ଚାରେ ମହେଶ, ଧନେଶ୍ୱରୀ

ମାଲକାନଗିରି,୨୫।୧୨(ଡି.ଏନ.ଏ.): ଅନର୍ଗଳ ମୁହଁରୁ ତାଙ୍କର ବାହାରି ପଡୁଛି ଗୀତା ଶ୍ଲୋକ। ଜିଲା ସ୍ତରରେ ଗୀତା ଶ୍ଲୋକ ଆବୃତ୍ତି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ସେ ରାଜ୍ୟସ୍ତରରେ ନିଜ ପ୍ରତିଭାର ପରିଚୟ ଦେବେ। ସେ ହେଉଛନ୍ତି ବଡଡୁରାଲ…

ପୋଲିସ କାର୍ଯ୍ୟାଳୟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲା ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ କୁମାରୀ ହେମଲା। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଘରକୁ ଫେରିଆସ ଅଭିଯାନ’ରେ ଅନୁପ୍ରାଣିତ ହୋଇ ସେ…

ଯନ୍ତ୍ରୀ, ଜନ୍ତାବାଇରେ ବିଏସ୍‌ଏଫ୍‌ ଏଡିଜି

ଚିତ୍ରକୋଣ୍ଡା,୨୧ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଯୋଡ଼ାମ୍ବ ପଞ୍ଚାୟତକୁ ବିଏସ୍‌ଏଫ୍‌ ଏଡ଼ିଜି ଅନୁରାଗ ଗର୍ଜ ଗସ୍ତ କରି ମାଓବାଦୀ ଦମନ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି। ଏଡିଜି ଗର୍ଜଙ୍କ ଏହା ମାଲକାନଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?