ସ୍ୱାଭିମାନ ଅଞ୍ଚଳରେ ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭାରମ୍ଭ କଲେ ମନ୍ତ୍ରୀ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଡ଼ା ଦୌଡ଼ ପ୍ରତିଯୋଗିତା

ଚିତ୍ରକୋଣ୍ଡା ,୦୭/୧: ଘରେ ଘରେ ପୁଷ୍ଟି ପ୍ରୟାସ ଶନିବାର  ଓଡିଶା ସରକାର ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନ୍ୟୁଟ୍ରେଶନ ଆଟ ଡୋରଷ୍ଟେପ(ଘରେ ଘରେ ପୃଷ୍ଟି) ପ୍ରଥମେ ଶନିବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଗ୍ରାମ ପଂଚାୟତର ଯନ୍ତାପାଇ ଗ୍ରାମରେ ଶୁଭାରମ୍ଭ କରାଯାଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି କୃଷି, ମସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହି ଯନ୍ତାପାଇ ଠାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ କରାଯାଇଛି।

ତତସହିତ ପୁଷ୍ଟି କର ଖାଦ୍ୟ ଯୋଗାଉ ଥିବା ଶସ୍ୟ,ପନିପରିବା ଗଛ ସ୍ୱାଭିମାନ ଅଞ୍ଚଳ ବାସୀଙ୍କୁ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ପ୍ରିନ୍ସପାଲ ସେକ୍ରେଟାରୀ ଅରବିନ୍ଦ ପାଢ଼ୀ,କୃଷି ବିଭାଗୀୟ ନିର୍ଦ୍ଦେଶ ପ୍ରେମଚନ୍ଦ ଚୌଧୁରୀ,ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା,ନବରଙ୍ଗପୁର ଏମ୍‌ପି ରମେଶ ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ ବାକା, ଜିଲାପାଳ ବିଶାଲ ସିଙ୍ଗ,ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ସନ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ପୁଷ୍ଟି ହୀନତା ଦୂର କରିବା ଘରେ ଘରେ ପୃଷ୍ଟି ପ୍ରୟାସ ଆରମ୍ଭ କରାଯାଇଛି। ଶିଶୁଙ୍କୁ  ସ୍ତନ୍ୟପାନ କରାଉଥିବା ମହିଳା ଓ ଗର୍ଭବତୀ ମହିଳାମାନଙ୍କୁ ଆଖି ଆଗରେ ରଖି ସ୍ୱାଭିମାନଅଞ୍ଚଳରେ ପୁଷ୍ଟିହୀନତା ଦୂର କରିହେବ ବୋଲି ଲକ୍ଷ୍ୟ ରହିଛି । ମନ୍ତ୍ରୀଙ୍କ ଗ୍ରସ୍ତ ଅବସରରେ ଜିଲା ପ୍ରଶାସନ ତରଫରୁ ସ୍ୱାଭିମାନ ଅଞ୍ଚଳର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୩୦ ଗୋଟି ଘୋଡ଼ାଙ୍କୁ ନେଇ ଘୋଡ଼ା ଚାଳକ ସମେତ ଘୋଡ଼ା ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ଯାହାକି ଆଜିର ଆକର୍ଷଣ ହୋଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଚମକାଇ ଦେଲେ ନେତାନ୍ୟାହୁ, ମେଡିକାଲ ରିପୋର୍ଟ କଲେ ସାର୍ବଜନୀନ! ଗୁରୁତର ରୋଗରେ…

ଜେରୁଜେଲମ,୨୪।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ବାର୍ଷିକ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରସ୍ଥଳରେ ଥିବା ନେତାନ୍ୟାହୁ…

ଭାଜପାରେ ଯୋଗଦେଲେ ରାଘବ ଚଢା, ମିଳିବ ବଡ଼ ଦାୟିତ୍ୱ! ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଭାଜପାରେ ଯୋଗଦେଲେ ରାଘବ ଚଢା। କିଛି ସମୟ ପୂର୍ୱରୁ ଏଏପିରୁ ଇସ୍ତଫା ଘୋଷଣା କରିଥିବା ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ…

୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’: ଲୁହ ଝରାଇଲେ ଗାଁ ଲୋକ

ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି। ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ…

ଏଏପିର ୭ ଏମପି : ରାଜ୍ୟ ସଭାରେ ଭାଜପାର ବଡ଼ ଗେମ୍‌, ଦିଲ୍ଲୀରେ ହଲଚଲ!

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଏବଂ ସନ୍ଦୀପ ପାଠକ ଶୁକ୍ରବାର ଭାଜପାରେ ଯୋଗଦେବାର ଘୋଷଣା କରିଛନ୍ତି।…

ମୋଦି କ୍ୟାବିନେଟ ନା ପଞ୍ଜାବ ଭାଜପାର ଚେହେରା ହେବେ ଚଢା? ଜଣାପଡିଲା ଭିତିରି ଖେଳ

ନୂଆଦିଲ୍ଲୀ,୨୪।୪: ରାଘବ ଚଢା ଏବଂ ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଆମ ଆଦମୀ ପାର୍ଟି (ଆପ) ଛାଡି ଭାଜପାରେ ଯୋଗଦେବାର ଘୋଷଣା ଭାରତୀୟ ରାଜନୀତିରେ…

ଭାଙ୍ଗିଯିବ ପଞ୍ଜାବର ମାନ ସରକାର? ଏଏପିର ୭ ଏମପି ଦଳ ଛାଡିବା ପରେ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୨୪।୪: ପଞ୍ଜାବରେ ଆମ ଆଦମୀ ପାର୍ଟି (AAP) ସରକାର ପତନ ଦ୍ୱାରରେ ପହଞ୍ଚିଛି କି? ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, AAP ରାଜ୍ୟ ସଭା ଏମପି ରାଘବ ଚଢା,…

ରାଘବ ଚଢାଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କେଜରିଓ଼୍ବାଲ, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri