ଆମ୍ମାକୁଣ୍ଡରୁ ସଂଗ୍ରହ ହେଲା ଜଳ

ମାଲକାନଗିରି/ଖଇରପୁଟ/କୁଡୁମୁଲୁଗୁମ୍ମା,୧୦।୧(ଡି.ଏନ.ଏ.): କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ପାଇଁ ମାଲକାନଗିରି ଜିଲା ଉତ୍ସବ ମୁଖର ହୋଇଉଠିଛି। ସୋମବାର ମାଲ୍ୟବନ୍ତ ମହୋତ୍ସବ ଲାଗି ଖଇରପୁଟ ବ୍ଲକ ବଣ୍ଡାଘାଟିରେ ଥିବା ଆମ୍ମାକୁଣ୍ଡ ନଦୀରୁ ବିଧି ଅନୁଯାୟୀ ଜିଲାପାଳ ବିଶାଳ ସିଂଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ପବିତ୍ର ଜଳ ସଂଗ୍ରହ କରାଯାଇଥିଲା। ହଜାର ହଜାର ଆଦିବାସୀ ଯୁବତୀ ଯୁବକ ନିଜର ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇ ଏହାକୁ ସ୍ବାଗତ କରିଥିଲେ। ଶଙ୍ଖ, ହୁଳହୁଳି ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ମୁଖରିତ ହୋଇ ଉଠିଥିଲା। ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଆଦିବାସୀ ମହିଳା ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ଆମ୍ମାକୁଣ୍ଡ ନଦୀ ନିକଟସ୍ଥ ଦାମଳଦେଈ ମନ୍ଦିରଠାରୁ ବାହାରି ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ପହଞ୍ଚତ୍ଥିଲେ। ସେଠାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ଖଇରପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ସାନୀ, ଉପାଧ୍ୟକ୍ଷ ସାବିତ୍ରୀ ମୁଦୁଲି, ବିଡିଓ ହୃଦାନନ୍ଦ ସାହୁ, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ, ଖଇରପୁଟ ତହସିଲଦାର, ମୁଦୁଲିପଡା ଥାନା ଅଧିକାରୀଙ୍କ ସହ ଅନ୍ୟମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଦ୍ୟାଳୟ ଖେଳପଡିଆରେ ଖଇରପୁଟ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ପାରମ୍ପରିକ ସାଂସ୍କୃତିକ ନୃତ୍ୟ, ସଙ୍ଗୀତ ଦଳ ଓ ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସାଂସ୍କୃତିକ ନୃତ୍ୟ ମଧ୍ୟରେ ବଣ୍ଡା, କୋୟା, ଦିଦାୟୀ, ଦୁରୁଆ ନୃତ୍ୟ ବେଶ୍‌ ଆକର୍ଷଣୀୟ ଥିଲା। ଶୋଭାଯାତ୍ରା ମାଲକାନଗିରିରେ ପହଞ୍ଚତ୍ବା ପରେ ଜିଲା ସଦର ମହକୁମାସ୍ଥିତ ଭୈରବ ମନ୍ଦିରଠାରେ ପୌର ଅଧ୍ୟକ୍ଷ ମନୋଜ ବାରିକଙ୍କ ସହ ବହୁ ବୁଦ୍ଧିଜୀବୀ, ଛାତ୍ରୀଛାତ୍ର, ବିଭିନ୍ନ ବିଭାଗର ପଦାଧିକାରୀ, ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନେ ଜଳ କଳସକୁ ସହର ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ପହଞ୍ଚତ୍ ପୂଜାର୍ଚ୍ଚନା ପରେ କଳସକୁ ପ୍ରତିଷ୍ଠା କରାଯାଇଛି ା ଏହି କଳସକୁ ଆସନ୍ତା ୧୫ ତାରିଖରେ ଏକ ଶୋଭାଯାତ୍ରାରେ ନିଆଯାଇ ମାଲ୍ୟବନ୍ତ ମଞ୍ଚରେ ପ୍ରତିଷ୍ଠା କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପ ଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝି, ବିଡିଓ ଅଜୟ ପ୍ରଧାନ, ତହସିଲଦାର ଚନ୍ଦନ ଭୋଇ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆସନ୍ତା ୧୫ରୁ ୧୯ ପର୍ଯ୍ୟନ୍ତ ଜିଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ା ଖରିରପୁଟ ବିଡିଓ ସାହୁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରେ ମଧ୍ୟ ବ୍ଲକସ୍ତରୀୟ ମାଲ୍ୟବନ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri