ମାଲକାନଗିରି

ଟେଣ୍ଡର ଅବଧି ସରିଛି, ପୁଣି ଆଉଟ ସୋର୍ସିଂ ସଂସ୍ଥାକୁ ଅନୁକମ୍ପା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସମସ୍ତ ବ୍ୟବସ୍ଥା କରିଛନ୍ତିି। କେତେକ କ୍ଷେତ୍ରରେ ଆଉଟ ସୋର୍ସିଂ ସଂସ୍ଥାକୁ ନିୟୋଜିତ କରିବାକୁ ଠିକା ଦିଆଯାଇଛି। ମାତ୍ର ଏହି ସଂସ୍ଥାଗୁଡିକ କୌଣସି ବିଭାଗରେ ଠିକରେ କାର୍ଯ୍ୟ କରୁନାହାନ୍ତି।…

ସ୍ବାବଲମ୍ବୀ କରୁଛି ହଳଦୀ

ମାଲକାନଗିରି, ୨୯ା୮(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଊର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ଏହି ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ବିଗତ ଦିନରେ ସରକାର ପଦକ୍ଷେପ ନେଇଛନ୍ତି। ମିଶନ ଶକ୍ତି ଜରିଆରେ…

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଓଟିଇଟି ପ୍ରଶ୍ନପତ୍ର,ବାହାରେ ଘୂରି ବୁଲୁଛି ଉତ୍ତର ସିଟ୍‌

ମାଲକାନଗିରି,୨୯ା୮(ଡି.ଏନ୍‌.ଏ.): ସାରା ରାଜ୍ୟରେ ସୋମବାର ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲାରେ ମଧ୍ୟ ୩ଟି ସେଣ୍ଟର୍‌ରେ ପରୀକ୍ଷା ହେଉଛି। ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍‌ ଭାଇରାଲ ହୋଇଛି। ଏହି ଓଟିଇଟି ପରୀକ୍ଷା ପାଇଁ…

ଧରାପଡ଼ିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୨୮ା୮(ସ୍ବ.ପ୍ର.): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ଶନିବାର ସିଆରପିଏଫ୍‌-୬୦ବାହିନୀ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀଙ୍କ ସହ ଯବାନ ମୁହାଁମୁହିଁ ହୋଇଥିଲେ। ଦୁଇ ଘଣ୍ଟାରୁ ଅଧିକ…

ବିଦ୍ୟାଳୟ ପାଚେରି ନିର୍ମାଣରେ ଛାତ୍ରଙ୍କୁ ଲଗାଇଥିଲେ ଶିକ୍ଷକ, ଭିଡିଓ ହେଲା ଭାଇରାଲ

ମାଥିଲି/ମାଲକାନଗିରି, ୨୮ା୮(ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ଶିକ୍ଷାର ଉନ୍ନତି ସହ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତିି। ପିଲାମାନଙ୍କ ପାଇଁ ନୂତନ ବିଦ୍ୟାଳୟ ଗୃହ ନିର୍ମାଣଠାରୁ ଆରମ୍ଭକରି ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳ, ପାଠ୍ୟ…

ସାଇକେଲ ମରାମତି କରି ପରିବାର ଚଳାଉଛନ୍ତି ମଙ୍ଗଳୁ

ଦଶମନ୍ତପୁର, ୨୮ା୮( ଡି.ଏନ.ଏ.): ଶାରୀରିକ ଭିନ୍ନକ୍ଷମ ହୋଇ ମଧ୍ୟ ସେ ହାର ମାନିଯାଇନାହାନ୍ତି। କୌଣସି ସରକାରୀ ସହାୟତା ନ ପାଇ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆହେବାକୁ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ଏ. ମାଲକାନଗିରି ପଞ୍ଚାୟତର ମଙ୍ଗଳୁ ପାଇକ (୪୦)।…

ଟ୍ରକ୍‌ ଧକ୍କାରେ ପୂର୍ବତନ ବିଧାୟକ ଗୁରୁତର

କୋରାପୁଟ,୨୭ା୮(ସ୍ବ.ପ୍ର.): ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଶନିବାର କୋରାପୁଟ ସହରରେ ଏକ ଟ୍ରକ୍‌ ଧକ୍କାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପୂର୍ବତନ ବିଧାୟକ ଓ ତାଙ୍କ ସାଙ୍ଗ ହେମା ରାଓ ମୋଟରସାଇକେଲ ଯୋଗେ ଓଏମ୍‌ପି ଯାଉଥିବାବେଳେ କୋରାପୁଟ ମ୍ୟୁନିସିପାଲିଟି କାର୍ଯ୍ୟାଳୟ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କ ଗଳାକାଟି ହତ୍ୟା

ମାଲକାନଗିରି,୨୭।୮(ସ୍ବ.ପ୍ର.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ପୁଣି ମାଓହିଂସା ଦେଖିବାକୁ ମିଳିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ମାଓବାଦୀ ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଫରେଷ୍ଟଗାଓ ଥାନା ଅନ୍ତର୍ଗତ ଖଡ଼କାଗାଓ ଗ୍ରାମର ରାମଲାଲ ପୋଡ଼ାଇ। ବିଳମ୍ବିତ…

୨ ବାଇକ୍‌ ମୁହାଁମୁହିଁ: ପଛରୁ ଆସି ଚଢ଼ିଗଲା ଟ୍ରକ୍‌

ଏମ୍‌ଭି ୭୯,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଥାନାଠାରୁ ପ୍ରାୟ ୨ କି.ମି. ଦୂର ୩୨୬ ନଂ. ଜାତୀୟ ରାଜପଥରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ୍‌ ଉପରେ…

ପୁଣି ୧୫୦ କଇଁଛ ଜବତ

ମାଲକାନଗିରି/ଏମ୍‌ଭି-୭୯, ୨୬ା୮(ସ୍ବ.ପ୍ର./ଡି.ଏନ.ଏ.): କାଲିମେଳା ବନ ବିଭାଗ ପକ୍ଷରୁ ଗତ ଦୁଇ ଦିନ ତଳେ ୩୫୦ କଇଁଛ ଚୋରାଚାଲାଣ ବେଳେ ଜବତ କରାଯାଇଥିବା ବେଳେ ଗୁରୁବାର ଏମଭି-୭୯ ବନ ବିଭାଗ ପକ୍ଷରୁ ଚୋରାଚାଲାଣ ବେଳେ ୧୫୦ଟି ଜିଅନ୍ତା କଇଁଛ ଜବତ କରାଯାଇଛି। କଇଁଛ…

ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ମାଥିଲି,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲି ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥାରେ ଚାଲୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ପରିସରରେ ପାନୀୟ ଜଳ ପାଇଁ ନଳକୂପ ନାହିଁ। ପାଇଖାନା କି ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ନାହିଁ।…

ଡାକ୍ତରଖାନାରେ ପାଣି ନାହିଁ, ରୋଗୀଙ୍କ ଡାଏଲିସିସ୍‌ ବନ୍ଦ

ମାଲକାନଗିରି,୨୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ କିଛିଦିନ ହେଲା ପାଣିର ଅଭାବ ଦେଖାଦେଇଛି। ଫଳରେ କିଡ୍‌ନୀ ରୋଗୀଙ୍କ ସେବା ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଡାଏଲିସିସ୍‌ ପାଇଁ ଆସୁଥିବା ରୋଗୀଙ୍କୁ ସ୍ବାସ୍ଥ୍ୟ କର୍ମଚାରୀ ଫେରାଇ ଦେଉଛନ୍ତି। ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?