ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବାଇକ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୪ା୧(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ  ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ବୁଧବାର ଏହି ସେବା ଆରମ୍ଭ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତ ପରିସରରେ ଦୁଇଟି ବାଇକ୍‌ ଆମ୍ବୁଲାନ୍ସ ସେବାକୁ ମାଲକାନଗିରି ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ଉଦ୍‌ଘାଟନ କରିଥିଲେ। ଏହି ବାଇକ୍‌ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ଗର୍ଭବତୀ ମହିଳାମାନଙ୍କୁ ନିକଟତମ ମେଡିକାଲରେ ପହଞ୍ଚାଇ ହେବ ବୋଲି ଆଶା ବାନ୍ଧିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଗୋଟିଏ ଆମ୍ବୁଲାନ୍ସ ବଡ଼ପଡ଼ାଠାରେ ରହିବ ଓ ଅନ୍ୟଟି ଯନ୍ତ୍ରୀ ତଥା ଅଣ୍ଡରାପାଲି ଦୁଇଟି ପଞ୍ଚାୟତ ପାଇଁ ନାକାମାମୁଠାରେ ରହି କାର୍ଯ୍ୟକ୍ଷମ ହେବ। ଦୁଇଟି ଆମ୍ବୁଲାନ୍ସକୁ ନାବାର୍ଡ ଅନୁଷ୍ଠାନ ଯୋଗାଇଥିବା ବେଳେ ଏହାକୁ ପରିଚାଳନା କରିବ ପରିବର୍ତ୍ତନ ଅନୁଷ୍ଠାନ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, ଡା. ଅଭିଜିତ ଶତପଥୀ, ଆୟୁର୍ବେଦ ହରିପ୍ରସାଦ ଶର୍ମା,ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧାରୀ, ବଡ଼ପଡ଼ା ସରପଞ୍ଚ ନିଲୁ ଖିଲ,ବିମଳା ହନ୍ତାଳ,ପରିବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ନାବାର୍ଡ ଡାଇରେକ୍ଟର ଧର୍ମେନ୍ଦ୍ର ବେହୁରିଆ, ଜାନବାଇ ସେକ୍ଟର ସୁପରଭାଇଜର ଶଶାଙ୍କ ଶେଖର କର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri