କୋରାପୁଟ

କୁଆପଥର ବର୍ଷା: ଶତାଧିକ ପକ୍ଷୀ ମୃତ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.) ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କୁଆପଥର ବର୍ଷା ହୋଇଛି। ଏଥିରେ ବଡବଡ ଗଛ ଉପୁଡି ପଡଛି। କେତେକ ସ୍ଥାନରେ ବହୁ ସଂଖ୍ୟକ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି ା ବହୁ କୁଡିଆଘର ଭାଙ୍ଗିଲୋକେ ବେଘର ହୋଇଛନ୍ତି।…

କୋଟିଆର ଡୋଲିଆମ୍ବରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୨।୧(ସ୍ବ.ପ୍ର.) – ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ଡୋଲିଆମ୍ବ ଗ୍ରାମରେ ଆରମ୍ଭ ହୋଇଛି ଷ୍ଟ୍ରବେରି ଚାଷ। ଜିଲାପାଳ ଅବଦଲ ଏମ. ଅଖତାରଙ୍କ ନିର୍ଦ୍ଦେଶରେ ପିଏ ଆଇଟିଡିଏ…

ଗଣବଳାତ୍କାର ମାମଲାରେ ଦୋଷୀଙ୍କ ପାଇଁ ଲଢିବୁନି

ଜୟପୁର,୫ା୧ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଘଟଣାର ୧୦ ଦିନ ପରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ହେଲେ ଜୟପୁର ସଦର ଥାନା ଅଧୀନ କୁସୁମପୁଟର ମୀନ…

ଯୁବତୀଙ୍କୁ ହତ୍ୟାକରି ଫିଙ୍ଗିଦେଲେ ଜଙ୍ଗଲରେ

ବୋରିଗୁମ୍ମା,୩ା୧(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା କାଜୁମିଲ୍‌ ପଛପଟେ ଥିବା ନୀଳଗିରି ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ନାମ ସୁଭଦ୍ରା ଅମାନତ୍ୟ(୧୯)। ଘର ଚିଲିଗୁଡା ଗ୍ରାମରେ। ଗତ ୩୦ ତାରିଖ ସନ୍ଧ୍ୟାରୁ ସେ…

ପୁଅ ନେଲା ବାପର ଜୀବନ

ଜୟପୁର, ୩୧ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନୂଆସାହିର ଅମିର ନାଗ (୩୫)। ମିଳିଥିବା ସୂଚନା ମୁତାବକ, ନୂଆସାହି ଚତୁର୍ଥ ଲାଇନରେ ଅମିର ପରିବାର ସହ ରହୁଥିଲେ।…

ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଅଭିଯୁକ୍ତମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରି ସାକ୍ଷୀଙ୍କୁ…

ଘରେ ରଖିଥିଲେ ୧ ଟନ୍‌ ୩ କୁଇଣ୍ଟାଲ ଗଞ୍ଜେଇ

କୋରାପୁଟ,୨୭।୧୨(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସକୁ ସୋମବାର ବଡ ସଫଳତା ମିଳିଛି। ମାଛକୁଣ୍ଡ ପୋଲିସ ଦ୍ୱାରା ଲମତାପୁଟ ବ୍ଲକର ବାଲେଲ ଗ୍ରାମରେ ଥିବା ଏକ ବିଜୁ ପକ୍କା ଘର ଉପରେ ଚଢାଉ କରାଯାଇ ସେଠାରେ ଥିବା ପ୍ରାୟ ୧ କୋଟି ୩୫ ଲକ୍ଷ…

ବାପାଙ୍କ ଜୀବନ ନେଲା ନାବାଳକ ପୁଅ

ଜୟପୁର, ୨୭।୧୨ (ନି.ପ୍ର.): ପୁଅର ଛୁରା ମାଡରେ ବାପଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଛୁରା ମାଡ଼ କରିଥିବା ନାବାଳକ ପୁଅ ଫେରାର ଅଛନ୍ତି। ମୃତକ ହେଲେ କୋରାପୁଟ ଜିଲା ଜୟପୁର ଥାନା ଅଞ୍ଚଳର ଅମିର ନାଗ (୩୫)। ପୋଲିସ ସୁଚନାନୁଯାୟୀ ଅମିର…

ସ୍ବାମୀ, ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୧୨(ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି। ଅଭିଯୋଗ…

କୋଟିଆରେ ମାର୍କେଟ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟ ତଦାରଖକଲେ ସାଲୁର ବିଧାୟକ

ପଟ୍ଟାଙ୍ଗୀ,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ହାତେଇବା ଲାଗି ଆନ୍ଧ୍ର ବିଭିନ୍ନ ସମୟରେ କଳକୌଶଳ ପ୍ରୟୋଗ ଜାରି ରଖିଛି। ଶୁକ୍ରବାର ଓଡ଼ିଶା ସୀମାନ୍ତରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରୁଥିବା ଆନ୍ଧ୍ରକୁ କୋରାପୁଟ ଜିଲା…

ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଦେଲେ: ୨ ଅଭିଯୁକ୍ତ ଅଟକ

କୋରାପୁଟ,୨୫ା୧୨(ସ୍ବ.ପ୍ର.): କୋରାପୁଟ ସହରର ବନଭାରତୀ କଲୋନୀରେ ଶନିବାର ଭୋର୍‌ରୁ ଏକ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡକୁ କେନ୍ଦ୍ରକରି ମୃତକଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ପରଜାସାହିରେ ଥିବା ଅଭିଯୁକ୍ତଙ୍କ ଏକ ସେଲୁନକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଶାନ୍ତିଶୃଙ୍ଖଳା ନେଇ କୋରାପୁଟ…

କୋରାପୁଟରେ ହାଡ଼ଭଙ୍ଗା ଶୀତ

ସୁନାବେଡା,୨୦ା୧୨(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡା ଓ ସେମିଳିଗୁଡା ଅଞ୍ଚଳରେ ଶୀତ ଲହର ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସନ୍ଧ୍ୟା ପରଠାରୁ ତା’ପରଦିନ ସକାଳ ୧୦ଟାଯାଏ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଉଭୟ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?