ଚାନ୍ଦା କରି ଷ୍ଟ୍ରିଟ୍‌ ଲାଇଟ ଲଗାଇଲେ ଯୁବଗୋଷ୍ଠୀ

ପଟ୍ଟାଙ୍ଗୀ,୬।୩(ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାରେ ଷ୍ଟ୍ରିଟ୍‌ ଲାଇଟ ସୁବିଧା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଆସୁଥିଲେ। ମାତ୍ର ଏଥିରୁ କିଛି ସୁଫଳ ନ ମିଳିବାରୁ ଏବେ ଅଞ୍ଚଳର ଯୁବଗୋଷ୍ଠୀ ସମସ୍ୟା ସମାଧାନ କରିଛନ୍ତି। ସେମାନେ ଏକାଠି ହୋଇ ଚାନ୍ଦା ଆଦାୟ କରି ଷ୍ଟ୍ରିଟ୍‌ ଲାଇଟ ଲଗାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ନିଜ ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ଯୁବକମାନଙ୍କ ସମ୍ମିଳିତ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଖବରରୁ ଜଣାପଡ଼ିଛି ପଟ୍ଟାଙ୍ଗୀ ବ୍ଲକ ଏକ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ରୂପେ ପରିଚିତ। ଏହି ବ୍ଲକ ଦେଇ ଛତିଶଗଡ଼ ଏବଂ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ମାତ୍ର ଷ୍ଟ୍ରିଟ୍‌ ଲାଇଟ ନ ଥିବାରୁ ଏହି ରାସ୍ତା ସନ୍ଧ୍ୟା ପରେ ଅନ୍ଧାର ତଥା ନିଛାଟିଆ ହୋଇଯାଏ। ଫଳରେ ଯାତାୟାତ କରୁଥିବା ଲୋକେ ନିଜକୁ ସୁରକ୍ଷିତ ମନେକରି ନ ଥାନ୍ତି। ଏପରି ଅବ୍ୟବସ୍ଥା ନେଇ ଲୋକେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚିତ ରାଜନେତାଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ନିମନ୍ତେ କେହି ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ କେତେଜଣ ଯୁବଗୋଷ୍ଠୀ ଏବଂ ବ୍ୟବସାୟୀ ଏଥିପାଇଁ ଅଣ୍ଟା ଭିଡ଼ିଲେ। ସେମାନେ ନିଜ ଭିତରେ ୨୦୦ ଲେଖାଏ ଟଙ୍କା ଚାନ୍ଦା ଆଦାୟକରି ୩ଟି ଷ୍ଟ୍ରିଟ୍‌ ଲାଇଟ କିଣି ଛତିଶଗଡ଼-ଆନ୍ଧ୍ର ଜାତୀୟ ରାଜପଥ, ପଟ୍ଟାଙ୍ଗୀ ବସ୍‌ଷ୍ଟାଣ୍ଡର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲଗାଇଥିଲେ। ଆଗାମୀ ଦିନରେ ମଧ୍ୟ ଏପରି ଚାନ୍ଦା କରି ବ୍ଲକର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ ଲଗାଇବେ ବୋଲି ସମ୍ପୃକ୍ତ ଯୁବଗୋଷ୍ଠୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ବ୍ଲକ ପ୍ରଶାସନ ବ୍ଲକର କେତେକ ସାହିରେ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଇବା ଆରମ୍ଭ କରିଛି। ଏହାକୁ ଅନେକ ସାହିବାସିନ୍ଦା ନାପସନ୍ଦ କରି ମିଞ୍ଜି ମିଞ୍ଜି ଲାଇଟ ଲଗାଇ ବ୍ଲକ ପ୍ରଶାସନ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା

କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ...

ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ

ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ...

କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ

କୋରାପୁଟ/ନାରାୟଣପାଟଣା,୧୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ବୁଧବାର ରାତିରେ ଦାମନଯୋଡ଼ି ଯାଉଥିବା ଏକ କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି।...

ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଉଡ଼ି ଆସି ବାଜିଲା କାନମୁଣ୍ଡାରେ, ଚାଲିଗଲା ନାବାଳକଙ୍କ ଜୀବନ

ଦାମନଯୋଡ଼ି,୧୦ା୪(ମାନସ ରଞ୍ଜନ କର): କୋରାପୁଟ ଜିଲା ଦାମନଯୋଡ଼ି ଉପକଣ୍ଠସ୍ଥ ମାନିଆଁ ନିକଟରେ ଏକ ପଥର କ୍ୱାରୀରୁ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ଉଡ଼ି ଆସି ଜଣେ ନାବାଳକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri