ସମସ୍ୟାରେ ୭,୮ ନଂ. ଓ୍ବାର୍ଡବାସୀ

ସୁନାବେଡ଼ା, ୧୦ା୩(ସ୍ବ. ପ୍ର.) ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଥିରୁ ଲୋକେ ଉପକୃତ ହେଉ ନ ଥିବା ଅଭିଯୋଗ ହେଉଛି। ସୁନାବେଡ଼ା ୮ନଂ. ୱାର୍ଡ ଏଇଏଫ୍‌ ମାର୍କେଟ ନିକଟସ୍ଥ ଡ୍ରାଇଭର କଲୋନିରେ ସୁଧୁରୁନି ସମସ୍ୟା। କଲୋନିର ଆରମ୍ଭରେ ରହୁଥିବା ଦୁଇଟି ପରିବାର ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ଗୋଟିଏ ପରିବାର ଜରିପାଲ ତଳେ ଦିନ କାଟୁଥିବା ବେଳେ ଅନ୍ୟ ଏକ ପରିବାର ନିଜଘର ବଦଳରେ ଅନ୍ୟ ଜଣଙ୍କ ବାରଣ୍ଡାରେ ଜୀବନ ବିତାଉଛନ୍ତି। ସେମାନଙ୍କ ସମ୍ପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ମିଳିନାହିଁ। ସେହିପରି ୭ ଓ ୮ ନମ୍ବର ୱାର୍ଡରେ କିଛି ବର୍ଷ ତଳେ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ହିତାଧିକାରୀ ଜାଗାର ପଟ୍ଟା ପାଇନାହାନ୍ତି। ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ଏଠାରେ ୨୦୧୨-୧୩ ବର୍ଷରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା। ତାହା ଏପର୍ଯ୍ୟନ୍ତ ଲୋକଙ୍କ କାମରେ ଲାଗିପାରିନାହିଁ। ପରେ ୨୦୧୮ରେ ଏହାର ମରାମତି ବାବଦରେ ପୁଣି ୩ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଅଥଚ ଏଯାଏ ଶୌଚାଳୟ ତାଲା ଖୋଲାଯାଇପାରିଲା ନାହିଁ। କଲୋନିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି। ୭ନଂ. ୱାର୍ଡ ରାଜୀବ କଲୋନିଠାରୁ ହାଉସିଂ ବୋର୍ଡ ରାସ୍ତା ଅବସ୍ଥା ଶୋଚନୀୟ। ୨୦୧୬ରୁ ଏପର୍ଯ୍ୟନ୍ତ ଏହି ୧କି.ମି. ମାଟି ରାସ୍ତା ପକ୍କାରାସ୍ତା ହୋଇପାରିନାହିଁ। ପାନୀୟ ଜଳ ଲାଗି ବିଛାଯାଇଥିବା ପାଇପ୍‌କୁ ବର୍ଷାପାଣି ନିଷ୍କାସନ ଡ୍ରେନ୍‌ ମଧ୍ୟ ଦେଇ ଯାଇଥିବାରୁ ପାଇପ୍‌ ଫାଟି ଆବର୍ଜନା ପାଣି ମିଶୁଛି। ସେହିପରି ଦାସ କଲୋନି ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଥାଏ। ଉକ୍ତ ଅଞ୍ଚଳରେ ରହୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାର ଦୁର୍ଦ୍ଦଶାରେ ଦିନ କାଟିଥାନ୍ତି। ରାସ୍ତାକଡ଼ରେ ଡ୍ରେନ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀ ପୌର ପ୍ରଶାସନଠାରୁ ଜନ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରିନାହିଁ। ୮ ନଂ. ୱାର୍ଡର ପ୍ରତିନିଧି ଅଶୋକ ମାଝି ପ୍ରଶାସନକୁ ଏନେଇ ଜଣାଇଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ଲୋକଙ୍କ ସମସ୍ୟା ସମାଧାନ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri