ସମସ୍ୟାରେ ଦିନ କାଟୁଛନ୍ତି ୪ ଓ୍ବାର୍ଡ ବାସିନ୍ଦା

ସୁନାବେଡ଼ା,୩ା୩(ସ୍ବ.ପ୍ର.): ବାଜିସାରିଛି ପୌରାଞ୍ଚଳ ନିର୍ବାଚନ ବିଗୁଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଚଳୁଥିବା ସୁନାବେଡ଼ା ପୌରବାସୀ ଜବାବ ଦେବାକୁ ସଜବାଜ ହେଲେଣି। ଦୀର୍ଘ ବର୍ଷ ହେଲା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପୌରାଞ୍ଚଳର ହାଲ୍‌ ଟାଉନଶିପ ବାସିନ୍ଦା। ହାଲ୍‌ ଟାଉନଶିିପ ହାଲ୍‌ ଅଧୀନରେ ଥିଲେ ମଧ୍ୟ ଏଠାରେ ପୌର ପରିଷଦର ୮ଟି ୱାର୍ଡ ରହିଛି। ୧୦ ରୁ ଆରମ୍ଭ କରି ୧୭ ପର୍ଯ୍ୟନ୍ତ ରହିଥିବା ଏହି ୱାର୍ଡଗୁଡିକ ମଧ୍ୟରୁ ୧୧,୧୨,୧୪ ଓ ୧୭ ନଂ. ୱାର୍ଡ ବାସିନ୍ଦା ନାହିଁ ନ ଥିବା ସମସ୍ୟାରେ ଦିନ କାଟୁଛନ୍ତି। ଯାତାୟାତ ଲାଗି ରାସ୍ତା ହେଉଛି ଓ୍ବାର୍ଡବାସୀଙ୍କ ମୁଖ୍ୟ ସମସ୍ୟା। ସି ଜୋନ୍‌ରୁ ଡି ଜୋନ୍‌ ରାସ୍ତା ,ମିଲନ ମାର୍କେଟରୁ ଜି ଜୋନ୍‌ ରାସ୍ତା, ଏଡିଏଭି ହାଇସ୍କୁଲ ରାସ୍ତା, ଜି ଜୋନ୍‌ ପାର୍କ ରାସ୍ତା, ହାଲ୍‌ ମେଡିକାଲଠାରୁ ଏବି ଜୋନ୍‌ ରାସ୍ତା, ବି ଜୋନ୍‌ ତାରିଣୀ ମନ୍ଦିର ରାସ୍ତା , ନର୍ସରି ଡିଅର ପାର୍କରୁ କେ ଜୋନ୍‌ ରାସ୍ତା,ଜେ ଜୋନ୍‌ରୁ ଆର୍‌, ଆର୍‌ଏ, କ୍ୟୁ ,କ୍ୟୁଏ ଜୋନ୍‌କୁ ସଂଯୋଗ ରାସ୍ତା, ବସ୍‌ଷ୍ଟାଣ୍ଡରୁ ଆର୍‌ ଜୋନ୍‌ ଏବଂ ସିସିବିଏଫ୍‌ ଫାର୍ମ ରାସ୍ତା, ଏଲ୍‌ ଜୋନ୍‌ ରାସ୍ତା, ଭିଏସ୍‌ ବିଦ୍ୟାଳୟ ରାସ୍ତା, ହାଲ୍‌ ସିକ୍ୟୁରିଟି ପୋଲିସ ଫାଣ୍ଡି ରାସ୍ତା, ଷ୍ଟାଡିୟମରୁ ଫିଲ୍ମ ହଲ୍‌ ଏବଂ ଭିଏସ୍‌ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ହାଲ୍‌ ଓ ପୌର ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ ଏହି ରାସ୍ତାଗୁଡିକ ଦୀର୍ଘଦିନ ହେଲା ମରଣଯନ୍ତା ପାଲଟିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ରାସ୍ତାଗୁଡିକ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri