ବିଶ୍ୱାସର ପର୍ବ ଝାମିଯାତ୍ରା

ଜୟପୁର,୧୦ା୩(ନି.ପ୍ର.): ଝାମିଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଜୟପୁର। ଏହି ଯାତ୍ରାରେ ସିରଲୀ ଦେବୀଙ୍କୁ ପୂଜା କରାଯାଇଥାଏ। ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରାର ପ୍ରସ୍ତୁତି। ଶିବରାତ୍ରି ଦିନ ଶିବମନ୍ଦିରରେ ପୂଜା କରାଯାଇଥାଏ ା ପରେ ଝାମିଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଜଣେ ବାଳକକୁ ହଳଦୀ ଲଗାଯାଇ ସଜ କରାଯାଇଥାଏ। ପରେ ତାଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାଜା ବଜାଇ ସହର ପରିକ୍ରମା କରାଯାଇଥାଏ ା ବସନ୍ତଋତୁ ସରିବା ପରେ ବସନ୍ତ, ହାଡ଼ଫୁଟି, ମିଳିମିଳା, କାଛୁକୁଣ୍ଡିଆ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ରାଜାରାଜୁଡା ଅମଳରୁ ଜୟପୁରରେ ପାଳିତ ହୋଇଆସୁଛି ଏହି ଝାମିଯାତ୍ରା। ଶିବରାତ୍ରି ପରେ ଫାଲ୍‌ଗୁନ ଶୁକ୍ଲପକ୍ଷ ନବମୀ ତିଥି ଅନୁଯାୟୀ ବୁଧବାର ଝାମି ଦେବୀଙ୍କୁ ସ୍ଥାନୀୟ ବାଙ୍କମଠଠାରେ ଏକ ଅସ୍ଥାୟୀ ମଣ୍ଡପ କରାଯାଇ ପୂଜା କରାଯାଇଛି ା ଶିବରାତ୍ରିରେ ମହାଦେବଙ୍କ ଦର୍ଶନ ପରେ ପୂଜକ ପରିବାର ବାଜା ଓ ଫୁଲ ଚାଙ୍ଗୁଡି ଧରି ସହରର ସାହିଗୁଡିକର ଘରେ ହଳଦୀ ଓ ନିମ୍ବପତ୍ର ଚାଙ୍ଗୁଡ଼ିରେ ବାଣ୍ଟିଥାନ୍ତି ା ଏହା ଦ୍ୱାରା ଚର୍ମରୋଗ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ା ପ୍ରତିବଦଳରେ ଶ୍ରଦ୍ଧାଳୁମାନେ ଚାଉଳ, ପନିପରିବା ଓ କିଛି ଟଙ୍କା ସେହି ଚାଙ୍ଗୁଡ଼ରେ ଦେଇଥାନ୍ତି ା ମାନସିକ ରଖି ଲୋକେ ଫୁଲ ଝାଡୁ, କୁକୁଡ଼ା ଅଣ୍ଡା, ନଡ଼ିଆ, କଦଳୀ, ଫୁଲ ଦେବୀଙ୍କୁ ସମର୍ପଣ କରିଥାନ୍ତି। ଏହି ଯାତ୍ରା ଶିବରାତ୍ରି ପରଠାରୁ ଦଶଦିନ ଧରି ଚାଲିଥାଏ ା ଏହି ଅବସରରେ ଶୋଭାଯାତ୍ରା ୭ଦିନ ଧରି ସକାଳୁ ୮ଟାରୁ ବାହାରି ଅପରାହ୍ନ ୧ଟାଯାଏ ଚାଲିଥାଏ। ଶୋଭାଯାତ୍ରାରେ ଯାହା ସବୁ ମିଳେ ସନ୍ଧ୍ୟାରେ ତାହା ପୂଜାରେ ଲାଗିଥାଏ ା ପୁଣି ଯାହା ବଳକା ହୋଇଥାଏ ନବମୀ ଦିନ ପୂଜା ପାଇଁ ରଖାଯାଏ ା ରାତ୍ର ୧୨ଟାରେ ପରମ୍ପରା ଅନୁଯାୟୀ ଲାଲ ଘରକୁ ଯାଇ ଝାମି ଦେବୀ ଫେରିଥାନ୍ତି ପୀଠକୁ। ପୂଜା ପାଇଁ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ବେଶି ଭିଡ଼ ଜମିଥାଏ। ଜୟପୁର, ବୈପାରିଗୁଡ଼ା, ବୋରିଗୁମ୍ମା, କୋଟପାଡ ସହ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଆଦି ସ୍ଥାନରୁ ଶ୍ରଦ୍ଧାଳୁମାନେ ଯାତ୍ରା ଦେଖିବାକୁ ଆସିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?