ଟ୍ୟାପ୍‌ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ

ବୈପାରିଗୁଡ଼ା,୬।୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଳକରେ ଏପରି ଦେଖିବାକୁ ମିଳିଛି।
ଖବରରୁ ଜଣାପଡ଼ିଛି, ୨ ବର୍ଷ ତଳେ ବୈପାରିଗୁଡ଼ା ମୁଖ୍ୟ ରାସ୍ତାକଡ଼ ଜନଗହଳିପୂର୍ଣ୍ଣ ଜାଗାରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଟାଙ୍କି ବସିଥିଲା। ପ୍ଲେଟ୍‌ ଉପରେ ଟାଙ୍କି ବସାଯାଇ ଟ୍ୟାପ୍‌ ଲଗାଯାଇଥିଲା। ବୈପାରିଗୁଡ଼ା ମୁଖ୍ୟ ଛକ, ଯାତ୍ରୀ ବିଶ୍ରାମାଗାର, ଷ୍ଟେଟ୍‌ ବ୍ୟାଙ୍କ, ଗୌଡ଼ସାହି ତ୍ରିନାଥ ମନ୍ଦିର ଓ ଥାନା ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଏସବୁ ପାନୀୟ ଜଳ ଟାଙ୍କି ବସାଯାଇଥିଲା। ଥାନା ନିକଟରେ ଥିବା ଗୋଟିଏ ଟାଙ୍କି ଖରାପ ହୋଇପଡ଼ିଥିବା ବେଳେ ଅନ୍ୟ ଟାଙ୍କିଗୁଡିକୁ ପାଣି ଉଠୁନାହିଁ ା ବିଶ୍ରାମାଗାରଠାରେ ଥିବା ପାଣିଟାଙ୍କିରେ ଆରମ୍ଭରୁ ପାଣି ଆସୁ ନ ଥିବା ବେଳେ ଏବେ ଉକ୍ତ ଟାଙ୍କି ମଧ୍ୟ ସେଠାରୁ ଉଭାନ ହୋଇଯାଇଛି ା ଉପରୋକ୍ତ ସ୍ଥାନଗୁଡ଼ିକରେ ରାସ୍ତା ପାର୍ଶ୍ୱରେ କୌଣସି ଜାଗାରେ ନଳକୂପ କିମ୍ବା କୂଅ ନାହିଁ ା ବୈପାରିଗୁଡ଼ା ଦେଇ ୩୨୬ ନଂ. ଜାତୀୟ ରାଜପଥ ଯାଇଛି। ଏହା ଜୟପୁର-ମାଲକାନଗିରି ରାସ୍ତାର ଏକ ପ୍ରମୁଖ ଛକ। ପ୍ରତିଦିନ ଏଠାରେ ବସ୍‌ଯାତ୍ରୀଙ୍କ ଭିଡ଼ ଲାଗିଥାଏ। ବ୍ଲକ ସଦର ମହକୁମା ହୋଇଥିବାରୁ ବିଭିନ୍ନ ଅଫିସ୍‌ କାମରେ ଗ୍ରାମାଞ୍ଚଳରୁ ମଧ୍ୟ ଲୋକେ ଆସିଥାନ୍ତି। ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଅଞ୍ଚଳରେ ଜଳକଷ୍ଟ ଆରମ୍ଭ ହୋଇଗଲାଣି। ଫଳରେ ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବିଡିଓ କବି ଅଭିମନ୍ୟୁ ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ସେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ପଚାରି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?