ବୁଲା ବାବାଙ୍କ ଲଡୁ ଖାଇ ୬ ଅସୁସ୍ଥ

ଦଶମନ୍ତପୁର, ୧୧।୩(ଡି.ଏନ୍‌.ଏ.): ହାତ ଦେଖିବାକୁ ଗାଁକୁ ଆସିଥିଲେ ବୁଲା ବାବା। ଲୋକମାନଙ୍କୁ ଖାଇବାକୁ ଦେଲେ ଲଡୁ। ବୁଲା ବାବାଙ୍କଠାରୁ ଲଡୁ ଖାଇଥିବା ୬ଜଣ ଏବେ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ଗୁରୁତରଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନ ଏସ୍‌.ଦଣ୍ଡାବାଡ଼ ଗ୍ରାମର ଘଟଣା। ଗାଁର ପାତ୍ର ସାଉଁତା, ମାନସ ସାଉଁତା(୯), ଲୋକେଶ ସାଉଁତା (୭), ସୁନ୍ଦର କୁଲେସିକା(୪୦), ବେନି ଖୋସଲା (୫୦) ଓ ଲିଙ୍ଗା ଜାନୀ (୩୫)ଅସୁସ୍ଥ ହୋଇଥିଲେ। ମାନସ ଗୁରୁତର ଅଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜଣେ ବାବା ଗାଁକୁ ଆସିଥିଲେ। ସେ ସମସ୍ତଙ୍କ ହାତ ଦେଖି ଭବିଷ୍ୟତ ସମ୍ପର୍କରେ କହିବେ ବୋଲି ଜଣାଇଥିଲେ। ଏହାପରେ ପାତ୍ର ସାଉନ୍ତା ବାବାଙ୍କ ପାଖକୁ ଆସିଥିଲେ। ବାବା ତାଙ୍କୁ ଲଡୁ ଖାଇବାକୁ ଦେଇଥିଲେ। ପାତ୍ର ତାଙ୍କ ପାଖରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଉକ୍ତ ଲଡୁ ଖାଇବାକୁ ଦେଇଥିଲେ। ବାବା ସେଠାରୁ ପଳାଇଥିଲେ। କିଛି ସମୟ ପରେ ଲଡୁ ଖାଇଥିବା ପାତ୍ର, ମାନସ, ଲୋକେଶ, ସୁନ୍ଦର, ବେନି ଓ ଲିଙ୍ଗାଙ୍କ ମୁଣ୍ଡ ମୁଲାଇବା ସହ ବାନ୍ତି ହୋଇଥିଲା। ମାନସ ଓ ଲୋକେଶଙ୍କୁ ପରିବାର ଲୋକେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଲୋକେଶ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାବେଳେ ମାନସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ତେଶୁ ତାଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ବାବାଙ୍କୁ ଖୋଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ କରିଥିଲେ ହତ୍ୟା, ଗିରଫ ହେଲେ ୨ ଅଭିଯୁକ୍ତ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ୱାର୍ଡ଼ ନଂ-୫ ବିଚ୍‌ ରାସ୍ତାରେ ଗୁରୁବାର ବିଳମ୍ବିତ ରାତ୍ରିରେ ପଥରରେ ଛେଚି ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି...

ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ...

ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର...

 ୮୦ ବର୍ଷୀୟା ମହିଳାଙ୍କୁୁ ମିଳୁନି ଭତ୍ତା 

ବଡ଼ସାହି,୫ା୨(ସ୍ବ.ପ୍ର)-୩୦ ବର୍ଷ ତଳେ ସ୍ବାମୀ ଆର ପାରିକୁ ଚାଲି ଗଲେଣି। ବୟସ  ୮୦ ଛୁଇଁଲାଣି ା ଅଣ୍ଟାରେ ବଳ ନ ଥିବା ବେଳେ ଚାଲିବାକୁ ଅକ୍ଷମ...

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ...

ବିପଦପୂର୍ଣ୍ଣ ହେଉଛି ସମୁଦ୍ର ସ୍ନାନ

ପୁରୀ ଅଫିସ, ୧୮ା୧୦: ଆସୁଛି ପର୍ଯ୍ୟଟନ ଋତୁ। ଏଥିପାଇଁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ସାଧାରଣତଃ ଶ୍ରୀମନ୍ଦିର ଦର୍ଶନ ପରେ ସ୍ବର୍ଣ୍ଣାଭ ବେଳାଭୂମିରେ ବୁଲିବା...

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ଅନୁଗୋଳ ଅଫିସ/ବନ୍ତଳା/ଢେଙ୍କାନାଳ ଅଫିସ, ୧୮।୪- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ନିର୍ବାଚନ ପ୍ରଚାର କରିବେ। ଦୁଇ...

ଗଛରେ ଝୁଲୁଛି ୩ ମୃତଦେହ

ଛେଣ୍ଡିପଦା,୨୯ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତର ଡିମିରିପଦା ପାହାଡ଼କୁ ଲାଗିଥିବା ବାଲିକୁଦିଆ ଜଙ୍ଗଲର ଏକ ଗଛରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ବୁଧବାର...

Advertisement
Archives

Model This Week