କେନ୍ଦୁଝର

ସ୍ଲରି ପାଇପ ଲାଇନ କାମ ବନ୍ଦ କଲା ବନ ବିଭାଗ

କେନ୍ଦୁଝର, ୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଏନ୍‌ଏଚ୍‌-୨୦ କଡ଼ରେ ନରଣପୁର ସଂରକ୍ଷିତ ଜଙ୍ଗଲରେ ସ୍ଲରି ପାଇପ ଲାଇନ ବିଛାଯାଉଥିବାରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ବହୁ ପରିମାଣରେ ଶାଳ ଅନ୍ୟାନ୍ୟ କିସମର ଗଛ କଟାଯାଉଛି। ମେଶିନରେ ଗଛ ଓପାଡ଼ି ମାଟିରେ ପୋତି…

ବନ୍ଦ ଘରୁ ମିଳିଲା ସୁପରଭାଇଜରଙ୍କ ମୃତଦେହ

କେନ୍ଦୁଝର,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ଅଞ୍ଜର୍‌ ଗ୍ରାମର ଏକ ବନ୍ଦ ଘରୁ ଏକ ଠିକାସଂସ୍ଥାରେ କାମ କରୁଥିବା ଜଣେ ସୁପରଭାଇଜରଙ୍କ ମୃତଦେହ ପୋଲିସ ରବିବାର ଜବତ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ହରିୟାଣା…

ଜମିିରେ ପଚୁଛି ବିଲାତି: ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କେନ୍ଦୁଝର,୨୫ା୧୨: କେନ୍ଦୁଝର ଜିଲାରେ ବିଲାତିର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉ ନ ଥିବାରୁ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିଲେ ମଧ୍ୟ ଚାଷୀ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସି ରହୁଛନ୍ତି। ମାତ୍ର କମ୍‌ ଦରରେ…

ହାତୀ ଉପଦ୍ରବ: ସହାୟତା ଦାବି କଲେ ଅଧ୍ୟକ୍ଷା

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତର ଅମ୍ଳାନିଗୋଡ଼ା ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ହାତୀମାନେ ଘର ଭାଙ୍ଗିବା ସହ ଫସଲ, ଘରର ଆସବାବପତ୍ର ନଷ୍ଟ କରୁଥିବାରୁ ଲୋକମାନେ ଚିନ୍ତାରେ ରହିଛନ୍ତି ସେମାନଙ୍କ ପାଖାପାଖି ୧୫ ହଜାର ଟଙ୍କା ମଧ୍ୟ ଦଳାଚକଟା…

ମନ୍ଦିର କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଡ଼ଶାସନଠାରେ ଥିବା ବାଲୁଙ୍କେଶ ମହେଶ ମନ୍ଦିରରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଜବତ କରିଛି। ତାଙ୍କ ନାମ ଗୋପାଳ ନାୟକ(୫୫)। ତାଙ୍କ ଘର ବୀରବରପୁର ପାଟଣା ସାହିରେ ବୋଲି…

ଡଷ୍ଟ୍‌ବିନ୍‌ ଭାଙ୍ଗିଦେଲେ, ଗନ୍ଧରେ ଫାଟି ପଡୁଛି ନାକ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ପୌରପାଳିକା ଅଞ୍ଚଳରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ ଭାଙ୍ଗି ଦିଆଯାଇଛି। ଗାଡ଼ିରେ ସିଧାସଳଖ ଘରଗୁଡ଼ିକର ମଇଳା ଆବର୍ଜନା ସଂଗ୍ରହ କରାଯିବ। ଏଭଳି ଆଶା ଦେଖାଇ ଭାଙ୍ଗିଦେବା ପରେ ଏବେ ଉକ୍ତ ସ୍ଥାନଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଘର…

ଧାନ ଚୋରି କରି କୋର୍ଟ ଚାଲାଣ

ଆନନ୍ଦପୁର,୨୪ା୧୨(ସ୍ବ.ପ୍ର.): ଧାନ ଚୋରି ଅଭିଯୋଗରେ ଆନନ୍ଦପୁର ପୋଲିସ ଶନିବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଉଁଶଗଡ଼ ଗ୍ରାମର ଘନଶ୍ୟାମ ବାଗସିଂ ଓ ନାରାୟଣ ପାତ୍ର ମିଳିତ ଭାବେ ୪୦ ବସ୍ତା ଧାନ ସେହି ଗ୍ରାମର ଶରତ ପାତ୍ରଙ୍କ…

ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ ପରେ ଏକ ସଂସ୍ଥା ଶୁକ୍ରବାର ପରିବହନ ଆରମ୍ଭ କରିଥିଲା। ଉକ୍ତ ଲୁହାଗୁଣ୍ଡ ବହୁ ବର୍ଷ…

ପଞ୍ଜାବ କରାଟେ ଚାମ୍ପିୟନଶିପ୍‌କୁ ଉପାସନା ମନୋନୀତ

ଯୋଡ଼ା,୨୪ା୧୨(ଡି.ଏନ.ଏ.): ପଞ୍ଜାବ ରାଜ୍ୟରେ ହେବାକୁ ଥିବା ଜାତୀୟସ୍ତରୀୟ କରାଟେ ଚାମ୍ପିୟନଶିପରେ ଭାଗ ନେବା ପାଇଁ କେନ୍ଦୁଝର ଓଏମ୍‌ସି ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଉପାସନା ପୋଦାର ମନୋନୀତ ହୋଇଛନ୍ତି। ଚଳିତମାସ କରାଟେ ଗ୍ରେଡେସନ ପାଇଁ ଓଏମ୍‌ସି ମଲଟି କମ୍ପ୍ଲେକ୍ସଠାରେ ଏକ ପ୍ରଶିକ୍ଷଣ…

ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା

ପାଟଣା,୨୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଷ୍ଟାଡିୟମରେ ଶୁକ୍ରବାର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଚାଳନା ପରିଷଦ ସଭାପତି ଅରବିନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା…

ବାଲିଚାଲାଣକୁ ବିରୋଧ କରି ତହସିଲ ସମ୍ମୁଖରେ ଧାରଣା

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ସମ୍ମୁଖରେ ଶୁକ୍ରବାର ଭାଜପାର ନଦୀ ସୁରକ୍ଷା ସମିତି ପକ୍ଷରୁ ବେଆଇନ ବାଲି ଉତ୍ତୋଳନ ଚୋରାଚାଲାଣକୁ ବିରୋଧ କରି ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଛି। ଏହି ବେଆଇନ ବାଲି ବ୍ୟବସାୟ ପଛରେ ରାଜସ୍ବ ଓ ପୋଲିସ…

ଗାଡ଼ି ଚୋରି କରି ବନ୍ଧାହେଲେ ଯୁବକ

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଏକ ବାଇକ୍‌, ସ୍କୁଟି ଓ ମୋବାଇଲ ଚୋରି ଅଭିଯୋଗରେ ପଲାଣଘାଟି ଗ୍ରାମର ସୁଶାନ୍ତ ଲୋହାର(୨୨)ଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଡିସେମ୍ବର ୧୪ରେ ପାଟଣା ପିପିଳିଆ ରାସ୍ତାର ଗୁଲଦୀପଶି ଛକ ନିକଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?