ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ ପରେ ଏକ ସଂସ୍ଥା ଶୁକ୍ରବାର ପରିବହନ ଆରମ୍ଭ କରିଥିଲା। ଉକ୍ତ ଲୁହାଗୁଣ୍ଡ ବହୁ ବର୍ଷ ଧରି ପଡ଼ି ରହିଥିବାରୁ ଜମିର ଉର୍ବରତା ନଷ୍ଟ ହୋଇଯାଇଛି। ଏନେଇ ଭଡ଼ା ଦାବିରେ ଜମି ମାଲିକ ପରିବହନ ବନ୍ଦ କରିବାକୁ ଉଦ୍ୟମ କରିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ହାତାହାତି ପରିସ୍ଥିତି ଉପୁଜିବାରୁ ପୋଲିସ ଉପସ୍ଥିତିରେ ପରିବହନ କରାଯାଇଥିଲା।
ଯେ, ୨୦୦୪ ରେ ଉକ୍ତ ସ୍ଥାନରେ ଲୁହାପଥର ସାଇଡିଂ କରାଯାଇ ଲୁହାପଥର ପରିବହନ ହେଉଥିଲା। ଏହାକୁ ୨୦୦୮ରେ ବନ୍ଦ କରିଦିଆଯାଇଥିଲା। ଉକ୍ତ ସ୍ଥାନରେ ୧୨୭୪ ମେଟ୍ରିକ ଟନ୍‌ର ଲୁହାପଥର ଗୁଣ୍ଡ ମାସିକ ଭଡ଼ାରେ ରଖିବା ପାଇଁ ଜମି ମାଲିକଙ୍କ ସହିତ ବ୍ୟବସାୟୀ କଥା ହୋଇଥିଲେ। ଉକ୍ତ ବ୍ୟବସାୟୀ ଭାଜପାର ନେତା ହୋଇଥିବାରୁ ବିଶ୍ୱାସ କରି ଲୋକେ ମାସିକ ଭଡ଼ାରେ ସେହି ଜାଗା ଛାଡ଼ିଥିଲେ ବୋଲି ଜଣେ ଜମି ମାଲିକ ଚଗଲୁ ନାଏକ କହିଛନ୍ତି। ପାଖାପାଖି ୮ ଲୋକଙ୍କ ୫ ଏକର ଜମିରେ ଏହି ଲୁହାପଥର ଗୁଣ୍ଡ ଜମା ହୋଇଥିଲା। ପରବର୍ତ୍ତୀ ସମୟରେ ଲୁହାପଥର ଗୁଣ୍ଡକୁ ଖଣି ବିଭାଗ ଜବତ କରିଥିଲା। ଏହାର ଦାବିଦାର କେହି ନ ଆସିବାରୁ ନିୟମାନୁଯାୟୀ ଓଡ଼ିଶା ଖଣି ନିଗମ ନିଲାମ କରିଥିଲେ ବୋଲି ଖଣି ଉପନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି। ନିଲାମ ଧରିଥିବା ସଂସ୍ଥା ଲୁହାପଥର ନେବାକୁ ଉଦ୍ୟମ କରିବା ବେଳେ ଜମି ମାଲିକମାନେ ଭଡ଼ା ଦାବି କରିଥିଲେ। ଫଳରେ ବିବାଦ ଉପୁଜିଥିଲା। ପରେ ପୋଲିସ ମୁତୟନ କରାଯାଇ ପରିବହନ ଚାଲିଥିବା ବେଳେ ନ୍ୟାୟ ପାଇଁ ଜମି ମାଲିକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି, ଉଭୟ ପକ୍ଷଙ୍କୁ ଡକାଯାଇଛି। ଆଲୋଚନା ଓ କାଗଜପତ୍ର ଯାଞ୍ଚ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?